Advertisment

ସମସ୍ତେ ଭାବିଲେ ମରିଯାଇଛନ୍ତି, କବାଟ ଭାଙ୍ଗି ଦେଖିଲା ବେଳକୁ…

ଭଣ୍ଡାରିପୋଖରୀ (ଓଡ଼ିଶା ରିପୋର୍ଟର): ବନ୍ଦ ଘରେ ୧୫ ଘଣ୍ଟା ଧରି ପଡି ରହିଥିଲେ ଅସୁସ୍ଥ ମହିଳା। ଶେଷରେ ପୁଲିସ କବାଟ ଭାଙ୍ଗି ମୁମୁର୍ଷ ଅବସ୍ଥାର ମହିଳାଙ୍କୁ ଉଦ୍ଧାର କରିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପଟାପୋଲ ନିକଟରେ। ଏଠାରେ ସ୍ୱାମୀ ଓ ସ୍ତ୍ରୀ ଭଡ଼ା ଘରେ ରହୁଥିଲେ। ଡ୍ରାଇଭର ଭାବେ କାମ କରୁଥିବା ସ୍ୱାମୀ ଗତକାଲି ଅପରାହ୍ନରୁ ଡ୍ୟୁଟିରେ ଘରୁ ବାହାରି ଯାଇଥିଲେ। ଯାହା ପରେ ଘରେ ସ୍ତ୍ରୀ ଏକୁଟିଆ […]

ଅଦ୍ୟତନ ହୋଇଛି
ସମସ୍ତେ ଭାବିଲେ ମରିଯାଇଛନ୍ତି, କବାଟ ଭାଙ୍ଗି ଦେଖିଲା ବେଳକୁ…

bhadrak

Advertisment

ଭଣ୍ଡାରିପୋଖରୀ (ଓଡ଼ିଶା ରିପୋର୍ଟର): ବନ୍ଦ ଘରେ ୧୫ ଘଣ୍ଟା ଧରି ପଡି ରହିଥିଲେ ଅସୁସ୍ଥ ମହିଳା। ଶେଷରେ ପୁଲିସ କବାଟ ଭାଙ୍ଗି ମୁମୁର୍ଷ ଅବସ୍ଥାର ମହିଳାଙ୍କୁ ଉଦ୍ଧାର କରିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପଟାପୋଲ ନିକଟରେ।

Advertisment

ଏଠାରେ ସ୍ୱାମୀ ଓ ସ୍ତ୍ରୀ ଭଡ଼ା ଘରେ ରହୁଥିଲେ। ଡ୍ରାଇଭର ଭାବେ କାମ କରୁଥିବା ସ୍ୱାମୀ ଗତକାଲି ଅପରାହ୍ନରୁ ଡ୍ୟୁଟିରେ ଘରୁ ବାହାରି ଯାଇଥିଲେ। ଯାହା ପରେ ଘରେ ସ୍ତ୍ରୀ ଏକୁଟିଆ ଥିଲେ। ସ୍ୱାମୀ ଡ୍ୟୁଟିରେ ଯିବା ପରଠାରୁ ଘରର କବାଟ ବନ୍ଦ ରହିଥିଲା। ତେବେ ଆଜି ସକାଳେ ପଡୋଶୀ ଯେତେ ଡାକିଲେ ମଧ୍ୟ ଭିତର ପଟୁ କୌଣସି ଶବ୍ଦ ଶୁଭି ନ ଥିଲା। ଯାହା ପରେ ମହିଳାଙ୍କର ମୃତ୍ୟୁ ହୋଇଥିବା ନେଇ ଚାରିଆଡ଼େ ପ୍ରଚାର ହୋଇଯାଇଥିଲା।

କିନ୍ତୁ କବାଟ ଭଙ୍ଗାଯିବା ପରେ ଦେଖିବାକୁ ମିଳିଲା ଯେ ମହିଳା ଜଣକ ମୁମୁର୍ଷ ଅବସ୍ଥାରେ ଅଛନ୍ତି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ୍ କବାଟ ଭାଙ୍ଗିଥିଲା। ଏହା ପରେ ପୁଲିସ୍ ମହିଳାଙ୍କୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଭଣ୍ଡାରିପୋଖରୀ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ପଢ଼ନ୍ତୁ : କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Odia News Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe