ବିଶେଷ କରି ଲାଟେରାଲ ଏଣ୍ଟ୍ରି ଇଞ୍ଜିନିୟରିଂ, ବି-ଫାର୍ମ, ଆୟୁରବେଦିକ୍, ହୋମିଓପାଥିକ୍, ଏମ୍ବିଏ ଓ ଏମ୍ସିଏ ଭଳି ମୋଟ୍ ୧୨ଟି ପାଠ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଚଳିତବର୍ଷ ଏଣ୍ଟ୍ରାନ୍ସ ଦେଇଥିବା ପ୍ରାୟ ୪୬,୧୬୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୨୦ ଜଣ ଛାତ୍ରଛାତ୍ରୀ ରଖିଛନ୍ତି ଏହିପରି ମାଇନସ୍ ମାର୍କ ରହିଛି। ୧୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୧,୬୨୦। ୩୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ମାତ୍ର ୨,୭୨୦ ଜଣ ଛାତ୍ରଛାତ୍ରୀ। କେବଳ ୨୬୭ ଜଣ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷାରେ ୫୦ ପ୍ରତିଶତ ମାର୍କ ରଖିଛନ୍ତି।
ଅନ୍ୟପକ୍ଷରେ ଜୁଲାଇ ପ୍ରଥମ ସପ୍ତାହରୁ କାଉନ୍ସେଲିଂ ପକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀ ଓଜେଇ ୱେବ୍ସାଇଟ୍ରେ ଅନ୍ଲାଇନ୍ରେ ରେଜିଷ୍ଟ୍ରେସନ କରିପାରିବେ। କାଉନ୍ସେଲିଂ ପାଇଁ ରାଜ୍ୟର ପ୍ରମୁଖ ସହରରେ ୨୫ଟି ନୋଡାଲ ସେଣ୍ଟର ଖୋଲାଯିବ।
ଓଜେଇ ଅଧ୍ୟକ୍ଷ ତୁଷାର କୁମାର ନାଥ କହିଛନ୍ତି,“ଆମେ ଲକ୍ଷ୍ୟ କଲୁ ଯେ ଡିପ୍ଲୋମା ଯେଉଁଟା ଲାଟେରାଲ ଏଣ୍ଟ୍ରି ଆଡ୍ମିଶନରେ ହୋଇଛି ଯେଉଁଥିରେ ଛାତ୍ରଛାତ୍ରୀମାନେ ଇଞ୍ଜିନିୟରିଂ ମ୍ୟାଥ୍ମେଟିକ୍ସ, ଇଞ୍ଜିନିୟରିଂ ମେକାକାଲ୍ ଓ ବେସିକ୍ ଇଲେକ୍ଟ୍ରିକାଲ ପ୍ରବେଶିକା ପରୀକ୍ଷା ଦେଇଛନ୍ତି ସେଥିରେ ଛାତ୍ରଛାତ୍ରୀଙ୍କର ପ୍ରଦର୍ଶନ ସେତେ ଭଲ ହୋଇନାହିଁ। ଅନ୍ୟପକ୍ଷରେ ଶ୍ରେଷ୍ଠ ତାଲିକା ଭଲ ରହିଛି। କିନ୍ତୁ ଓଭରଅଲ୍ ଭାବେ ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରି ନାହାନ୍ତି। ପରୀକ୍ଷା ଦେଇଥିବା ସବୁ ଛାତ୍ରଛାତ୍ରୀଙ୍କୁ ରାଙ୍କ କାର୍ଡ ମିଳିବ ଏବଂ ଆଡ୍ମିଶନର ସୁଯୋଗ ମଧ୍ୟ ମିଳିବ।”
ଶିକ୍ଷାବିତ ପ୍ରତିଶ ଆଚାର୍ଯ୍ୟ କହିଛନ୍ତି,“ଯେତେବେଳେ ପିଲାଙ୍କ ସଂଖ୍ୟା ଠାରୁ କଲେଜର ସିଟ୍ ସଂଖ୍ୟା ଅଧିକ ହୋଇଯିବ ସେହି ସମୟରେ ରାଜ୍ୟରେ ଏପରି ସ୍ଥିତି ଦେଖାଦିଏ। ମାଇନସ୍ ମାର୍କ ରଖିଥିବା ପିଲାକୁ ବି ଗୋଟିଏ ସିଟ୍ ମିଳିଯାଉଛି। ଏହି ସ୍ଥିତି ଏବେ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।”
କେବଳ ଓଜେଇଇ ନୁହେଁ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫଳରେ ମଧ୍ୟ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠିଥିଲା। ପରୀକ୍ଷା ଦେଇଥିବା ପ୍ରାୟ ୩,୭୨,୦୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବିଜ୍ଞାନରେ ୫୩ ଜଣ, ବାଣିଜ୍ୟରେ ୬ଜଣ ଏବଂ କଳାରେ ମାତ୍ର ଜଣେ ପିଲା ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିଲେ।