ସହି ହେଉନି ଝିଅର କଷ୍ଟ, କାନ୍ଧରେ ବସାଇ ବାଟ ଚାଲୁଛି ଅସହାୟ ବାପା

ପାଟଣାଗଡ଼(କରୁଣାକର ବଡେକା): ସହି ହେଉନି ରୋଗାକ୍ରାନ୍ତ ଝିଅର କଷ୍ଟ। ଝିଅକୁ ଭଲ କରିବାକୁ ଘରେ ଯାହା ଥିଲା ସବୁ ବିକ୍ରି କରିଦେଲେ ବାପାମା’ । ତଥାପି ଝିଅର ବେମାର ଭଲ ହେବା ନାଁ ଧରୁନି। ସ୍ଥିତି ଏପରି ଯେ, ଡାକ୍ତରଖାନା ଦୌଡ଼ିବାକୁ ପାଖରେ ପଇସାଟିଏ ନାହିଁ। ହେଲେ ଝିଅର କାନ୍ଦ କାନ୍ଦ ମୁହଁ ଦେଖି ହେଉ ନ ଥିବା ବେଳେ କାନ୍ଧରେ ଝିଅକୁ ବସାଇ ମାଇଲ ମାଇଲ ବାଟ ଚାଲି ଚାଲି ମେଡିକାଲ ଯାଉଛି ବାପା । […]

helpless family

Niharika Rout
  • Published: Monday, 22 November 2021
  • , Updated: 22 November 2021, 12:13 PM IST

ପାଟଣାଗଡ଼(କରୁଣାକର ବଡେକା): ସହି ହେଉନି ରୋଗାକ୍ରାନ୍ତ ଝିଅର କଷ୍ଟ। ଝିଅକୁ ଭଲ କରିବାକୁ ଘରେ ଯାହା ଥିଲା ସବୁ ବିକ୍ରି କରିଦେଲେ ବାପାମା’ । ତଥାପି ଝିଅର ବେମାର ଭଲ ହେବା ନାଁ ଧରୁନି। ସ୍ଥିତି ଏପରି ଯେ, ଡାକ୍ତରଖାନା ଦୌଡ଼ିବାକୁ ପାଖରେ ପଇସାଟିଏ ନାହିଁ। ହେଲେ ଝିଅର କାନ୍ଦ କାନ୍ଦ ମୁହଁ ଦେଖି ହେଉ ନ ଥିବା ବେଳେ କାନ୍ଧରେ ଝିଅକୁ ବସାଇ ମାଇଲ ମାଇଲ ବାଟ ଚାଲି ଚାଲି ମେଡିକାଲ ଯାଉଛି ବାପା । ସରକାରଙ୍କ ମାଳ ମାଳ ଯୋଜନା ଏଠି ପ୍ରହସନ ପରି ଲାଗୁଛି। ନା ମିଳୁଛି ସରକାରୀ ସହାୟତା ନା ରୋଗ ଭଲ କରିବାକୁ ନିଆଯାଉଛି ପଦକ୍ଷେପ । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ବେଲପଡା ଅଞ୍ଚଳରେ ।

ପାଟଣାଗଡ଼ ନେହେନାବନ୍ଦ ଗାଁର ଧୂବଲ ଛାତ୍ରିଆ । ସଂସାର କହିଲେ ପତ୍ନୀ ଓ ୧୮ ବର୍ଷର ଝିଅ। ହେଲେ ଝିଅ ଏକ ଅଜଣା ରୋଗରେ ଆକ୍ରାନ୍ତ ହେବା ପରଠୁ ପରିବାର ଲୋକଙ୍କ ମୁହଁରୁ ହସ ହଜିଯାଇଛି।  ଝିଅର କଷ୍ଟ ବାପାମା’ ସହି ପାରୁ ନ ଥିବା ବେଳେ ଚିକିତ୍ସା କରିବା ବି କାଠିକର ପାଠ ହୋଇପଡ଼ୁଛି।  ଏପରିକି ଝିଅକୁ ଭଲ କରିବାକୁ  ଘରେ ଯାହା ଥିଲା ସବୁ ବିକ୍ରି  କରି  ବିଭିନ୍ନ ଡାକ୍ତରଖାନା ଦୌଡୁଛନ୍ତି । ତଥାପି ଭଲ ହେଉନି ଝିଅର ରୋଗ, ଦୂର ହେଉନି କଷ୍ଟ।

ଏବେ ଧୂବଲଙ୍କ ପାଖରେ ସମ୍ବଳ ବୋଲି କିଛି ନ ଥିବା ବେଳେ ଝିଅକୁ ଭଲ କରିବା ପଣରୁ କିନ୍ତୁ ସେ ଓହରି ଯାଇ ନାହାନ୍ତି। ମେଡିକାଲ ନେବାକୁ ପାଖରେ ପଇସା ନ ଥିବା ବେଳେ ନିଜ କାନ୍ଧରେ ଝିଅକୁ ବସାଇ ହସ୍ପିଟାଲ ଯାଉଛନ୍ତି ବୁଢ଼ା ବାପା। ଏପରି ଘଟଣା ପ୍ରଶାସନିକ ଅଧିକାରୀଙ୍କ ନଜରକୁ ଆସୁ ନ ଥିବା ବେଳେ ଆହା ପଦେ କହିବାକୁ କେହି ନାହାନ୍ତି। ଏପରିକି ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ପ୍ରାଥମିକତା ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ ଏଥିରୁ କିନ୍ତୁ ସ୍ପଷ୍ଟ ଜଣାପଡ଼ୁଛି ସରକାରଙ୍କ ଚିନ୍ତା।

Related story