ମଉସାଙ୍କୁ ଶିଳପୁଆରେ ଛେଚି ହତ୍ୟା କଲା ପୁତୁରା!

ବଣାଇ (ରଞ୍ଜିତ ଚୌଧୁରୀ): ମଉସାଙ୍କୁ ଶିଳପୁଆରେ ଛେଚି ହତ୍ୟା କଲା ପୁତୁରା! ଏପରି ବୀଭତ୍ସ ହତ୍ୟାକାଣ୍ଡ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦପୋଷ ଥାନା ଅଞ୍ଚଳରେ ଘଟିଛି। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ପୁତୁରାଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି। ଗୁରୁବାର ଚାନ୍ଦିପୋଷ ଥାନାର ହାତୀ ଆଡା ଗାଁର ଜୁହୁରୁ ମାଝି ସାମୁହିକ କାର୍ଯ୍ୟରେ ଯୋଗଦେବାକୁ ଯାଇଥିଲେ। ବିଳମ୍ୱିତ ରାତିରେ ସେ ଚାଲି ଚାଲି ଘରକୁ ଫେରୁଥିଲେ। ରାତିର ଅନ୍ଧକାରରେ ମଉସା […]

death

  • Published: Friday, 11 November 2022
  • , Updated: 11 November 2022, 03:49 PM IST

ବଣାଇ (ରଞ୍ଜିତ ଚୌଧୁରୀ): ମଉସାଙ୍କୁ ଶିଳପୁଆରେ ଛେଚି ହତ୍ୟା କଲା ପୁତୁରା! ଏପରି ବୀଭତ୍ସ ହତ୍ୟାକାଣ୍ଡ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦପୋଷ ଥାନା ଅଞ୍ଚଳରେ ଘଟିଛି। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ପୁତୁରାଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।

ଗୁରୁବାର ଚାନ୍ଦିପୋଷ ଥାନାର ହାତୀ ଆଡା ଗାଁର ଜୁହୁରୁ ମାଝି ସାମୁହିକ କାର୍ଯ୍ୟରେ ଯୋଗଦେବାକୁ ଯାଇଥିଲେ। ବିଳମ୍ୱିତ ରାତିରେ ସେ ଚାଲି ଚାଲି ଘରକୁ ଫେରୁଥିଲେ। ରାତିର ଅନ୍ଧକାରରେ ମଉସା ଜୁହୁରୁଙ୍କୁ ଦେଖି ପୁତୁରା ବିଜୟ ବାଗେତା ଗାଳି ଦେଇଥିଲା। ଏହା ଜବାବ ମଧ୍ୟ ଦେଇଥିଲେ ଜୁହୁରୁ ମାଝି। ପରେ ଉଭୟଙ୍କ ଭିତରେ ଆରମ୍ଭ ହୋଇଥିବା ପାଟିତୁଣ୍ଡ ଉଗ୍ର ରୂପ ଧାରଣ କରିଥିଲା। ଏହା ପରେ ଜୁହୁରୁଙ୍କୁ ବିଜୟ ଏକ ଶିଳପୁଆରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଆଜି ସକାଳେ ଗାଁ ଦାଣ୍ଡରେ ରକ୍ତାକ୍ତ ମୃତଦେହ ପଡ଼ିଥିବା ଲୋକେ ଦେଖିବାକୁ ପାଇଲେ। ପରେ ଚାନ୍ଦିପୋଷ ଥାନାକୁ ଖବର ଦେଇଥିଲେ। ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ହତ୍ୟା ଅଭିଯୋଗରେ ବିଜୟକୁ ଗିରଫ କରିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମଉସା ଓ ପୁତୁରାଙ୍କ ଭିତରେ ଜମିବାଡ଼ି ବିବାଦକୁ ନେଇ ଅନେକ ସମୟରେ କଳି ଲାଗୁଥିଲା। ଗୁରୁବାର ରାତିରେ ଏହା ଉଗ୍ରରୂପ ଧାରଣ କରିଥିଲା।

Related story