ଓମିକ୍ରନ୍ ମୁକାବିଲା: ସ୍ଥିତି ଦେଖି ଲାଗୁ ହେବ କଟକଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ବିଶ୍ୱରେ ଆତଙ୍କ ଖେଳାଇଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍। ଓଡ଼ିଶାରେ ଦୁଇ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ନେଇ ଏବେ ରାଜ୍ୟ ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି। ଏହାର ମୁକାବିଲା ନେଇ ଆଜି ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଲୋକସେବା ଭବନରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ମୁଖ୍ୟତଃ ୫ଟି ପ୍ରସଙ୍ଗକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଜୋରଦାର ସର୍ଭେଲାନ୍ସ, ବ୍ୟାପକ ଟିକାକରଣ, ଜିନମ୍ ସିକୁଏନ୍ସିଂ ସଂଖ୍ୟା ବୃଦ୍ଧି, ଟେଷ୍ଟିଂ, […]

Omicron

Madhupriya Mistry
  • Published: Wednesday, 22 December 2021
  • , Updated: 22 December 2021, 04:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ବିଶ୍ୱରେ ଆତଙ୍କ ଖେଳାଇଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍। ଓଡ଼ିଶାରେ ଦୁଇ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ନେଇ ଏବେ ରାଜ୍ୟ ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି। ଏହାର ମୁକାବିଲା ନେଇ ଆଜି ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଲୋକସେବା ଭବନରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା।

ମୁଖ୍ୟତଃ ୫ଟି ପ୍ରସଙ୍ଗକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଜୋରଦାର ସର୍ଭେଲାନ୍ସ, ବ୍ୟାପକ ଟିକାକରଣ, ଜିନମ୍ ସିକୁଏନ୍ସିଂ ସଂଖ୍ୟା ବୃଦ୍ଧି, ଟେଷ୍ଟିଂ, ଟ୍ରାକିଂକୁ ଗୁରୁତ୍ୱ ଦିଆଯାଇଛି। ଏହାଛଡ଼ା ନୂଆ ବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି।

ନୂଆ ବର୍ଷ ଅବସରରେ ବିଭିନ୍ନ ସ୍ଥାନରେ ଭିଡ଼ ବଢ଼ିବା ସମ୍ଭାବନା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ଆଲୋଚନା ହୋଇଛି। କଟକଣା ବଢାଇବାକୁ ଜିଲ୍ଲାପାଳ, ମୁନିସିପାଲ କମିସନରଙ୍କୁ ଦାୟିତ୍ୱ ଦିଆଯାଇଛି। ସ୍ଥିତି ଦେଖି ଜିଲ୍ଲାପାଳ ମାନେ କଟକଣା ଲାଗୁ କରିପାରିବେ ବୋଲି ରାଜ୍ୟ ସରକାରଙ୍କ ବୈଠକ ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

ସେହିଭଳି ସ୍କୁଲ ଓ କଲେଜରେ ପଜିଟିଭ ଚିହ୍ନଟ ହେଲେ ଆଇସୋଲେସନ ବ୍ୟବସ୍ଥା କରାଯିବ। ଯଦି, ଆବଶ୍ୟକ ପଡ଼େ ଗାଇଡ୍ଲାଇନ ଆସିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ରାଜ୍ୟରେ ଏବେ ବି ବହୁତ ଲୋକ କରୋନା ଟିକା ନେଇ ନାହାନ୍ତି। ତେଣୁ ବାକି ଥିବା ଲୋକଙ୍କୁ ଶୀଘ୍ର ଟିକା ଦେବାକୁ ନିର୍ଦେଶ ଦେଇଛନ୍ତି। କୋଭିଡ୍ ଆକ୍ରାନ୍ତଙ୍କ CT ଭ୍ୟାଲୁ ଅଧିକ ଥିଲେ ସେମାନଙ୍କ ଜିନମ୍ ସିକୁଏନ୍ସିଂ କରାଯିବ ବୋଲି ଦୋହରାଇଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର। ସେହିପରି ନୂଆବର୍ଷ ପାଇଁ ମଧ୍ୟ ଗାଇଡଲାଇନ୍‌ ଆସିପାରେ ବୋଲି ସେ କହିଛନ୍ତି।

Related story