ନକ୍ସଲ-ସୁରକ୍ଷା କର୍ମୀ ମୁହାଁମୁହିଁ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶହୀଦ

ମାଲକାନଗିରି(ଜିତେନ୍ଦ୍ର ବେଉରା): କମ୍ବିଂ ଅପରେସନ ବେଳେ ଶହୀଦ ହେଲେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ । ଏପରିକି ନକ୍ସଲଙ୍କ ମୁକାବିଲା କରି ଜଣେ ଯବାନ ଗୁରୁତର ହୋଇଥିବା ଜଣାଯାଇଛି। ଛତିଶଗଡ଼ର ବିଜାପୁର ବାସାଗୁଡ଼ାରେ ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ ଚାଲିଥିବାବେଳେ ଆଜି ଏପରି ହୃଦୟ ବିଦାରକ ଘଟଣା ଘଟିଛି। ସୂଚନା ଅନୁଯାୟୀ, ଉଦନ୍ନୟନ କାମର ତଦାରଖ ତଥା କୁମ୍ବି ଅପରେସନ ନିମନ୍ତ ଆଜି ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯବାନ ବାସାଗୁଡ଼ା ଅଞ୍ଚଳକୁ ଯାଇଥିଲେ। ମାତ୍ର ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ […]

assistant-commander

Niharika Rout
  • Published: Saturday, 12 February 2022
  • , Updated: 12 February 2022, 01:21 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): କମ୍ବିଂ ଅପରେସନ ବେଳେ ଶହୀଦ ହେଲେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ । ଏପରିକି ନକ୍ସଲଙ୍କ ମୁକାବିଲା କରି ଜଣେ ଯବାନ ଗୁରୁତର ହୋଇଥିବା ଜଣାଯାଇଛି। ଛତିଶଗଡ଼ର ବିଜାପୁର ବାସାଗୁଡ଼ାରେ ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ ଚାଲିଥିବାବେଳେ ଆଜି ଏପରି ହୃଦୟ ବିଦାରକ ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଉଦନ୍ନୟନ କାମର ତଦାରଖ ତଥା କୁମ୍ବି ଅପରେସନ ନିମନ୍ତ ଆଜି ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯବାନ ବାସାଗୁଡ଼ା ଅଞ୍ଚଳକୁ ଯାଇଥିଲେ। ମାତ୍ର ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଉକ୍ତ ଅଞ୍ଚଳ ଲାଲ କରିଡର ହୋଇଥିବା ବେଳେ ସେଠାରେ ନକ୍ସଲଙ୍କ ଉପଦ୍ରବ ଅଧିକ । ଆଜି କମ୍ବି ଅପରେସନ ବେଳେ ହଠାତ୍‌ ମୁହାଁମୁହିଁ ହୋଇଥିଲେ ନକ୍ସଲ ଓ ସୁରକ୍ଷା କର୍ମୀ। ଉଭୟ ପକ୍ଷ ମଧ୍ୟରେ ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଗୁଳି ବିନିମୟ ହୋଇଥିବା ବେଳେ ଏହାପରେ ଛତ୍ରଭଙ୍ଗ ଦେଇ ଜଙ୍ଗଲକୁ ପଳାଇଥିଲେ ନକ୍ସଲ।

ଉଭୟ ପକ୍ଷ ମଧ୍ୟରେ ହୋଇଥିବା ସଂଘର୍ଷରେ CRPFର ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏସ୍‌ ବି ତିର୍କି ସହିଦ୍ ହୋଇଥିବା ବେଳେ  ଆଉ ଜଣେ ଯବାନ ଗୁରୁତର ହୋଇଛନ୍ତି। ସମ୍ପୃକ୍ତ ଯବାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାପରେ ସେନା ପକ୍ଷରୁ ଅଧିକ ଯବାନ ମଗାଯାଇ ସର୍ଚ୍ଚ ଅପରେସନକୁ ତ୍ୱରାନ୍ୱିତ କରାଯାଇଛି।

Related story