ନାବାଳିକାଙ୍କୁ ଦେଢ଼ଲକ୍ଷ ଟଙ୍କାରେ କିଣି ବିବାହ କରିଥିବା ବର ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜସ୍ଥାନରେ ବିକ୍ରି ହୋଇଥିବା ଜଣେ ଓଡ଼ଆ ନାବାଳିକା ଉଦ୍ଧାର ଘଟଣାରେ ନୂଆ ମୋଡ଼। ନାବାଳିକା ଅପହରଣର ଲିଙ୍କ୍ ରାଜଧାନୀ ଭୁବନେଶ୍ୱରକୁ ଲମ୍ବିଥିବା ସୂଚନା ଦେଇଛି ପୁଲିସ। ନାବାଳିକା ଜଣକୁ ରାଜସ୍ଥାନରେ ବିକ୍ରି ଘଟଣାରେ ଭୁବନେଶ୍ୱରର ଜଣେ ଯୁବକ ଓ ଯୁବତୀଙ୍କ ହାତ ଥିବା ପୁଲିସ କହିଛି । ପୁଲିସ ସୂଚନା ମୁତାବକ, ନାବାଳିକା ଜଣକ ଚାକିରି ଅନ୍ୱେଷଣରେ ଭୁବନେଶ୍ୱର ଚାଲି ‌ଆସିଥିଲେ। ଭୁବନେଶ୍ୱର ରେଳ ଷ୍ଟେସନ ଅଞ୍ଚଳରେ ଜଣେ ଅଜଣା ଯୁବତୀ ଓ ଯୁବକ ସମ୍ପୃକ୍ତ […]

90

Tapas Behera
  • Published: Thursday, 14 February 2019
  • , Updated: 14 February 2019, 09:57 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜସ୍ଥାନରେ ବିକ୍ରି ହୋଇଥିବା ଜଣେ ଓଡ଼ଆ ନାବାଳିକା ଉଦ୍ଧାର ଘଟଣାରେ ନୂଆ ମୋଡ଼। ନାବାଳିକା ଅପହରଣର ଲିଙ୍କ୍ ରାଜଧାନୀ ଭୁବନେଶ୍ୱରକୁ ଲମ୍ବିଥିବା ସୂଚନା ଦେଇଛି ପୁଲିସ। ନାବାଳିକା ଜଣକୁ ରାଜସ୍ଥାନରେ ବିକ୍ରି ଘଟଣାରେ ଭୁବନେଶ୍ୱରର ଜଣେ ଯୁବକ ଓ ଯୁବତୀଙ୍କ ହାତ ଥିବା ପୁଲିସ କହିଛି । ପୁଲିସ ସୂଚନା ମୁତାବକ, ନାବାଳିକା ଜଣକ ଚାକିରି ଅନ୍ୱେଷଣରେ ଭୁବନେଶ୍ୱର ଚାଲି ‌ଆସିଥିଲେ।

ଭୁବନେଶ୍ୱର ରେଳ ଷ୍ଟେସନ ଅଞ୍ଚଳରେ ଜଣେ ଅଜଣା ଯୁବତୀ ଓ ଯୁବକ ସମ୍ପୃକ୍ତ ନାବାଳିକା ଜଣଙ୍କୁ ରାଜସ୍ଥାନର ସୁଖବୀର ସିଂହ ନାମକ ବ୍ୟକ୍ତିଙ୍କୁ ଦେଢ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଥିଲେ। ସୁଖବୀର ସିଂହଙ୍କ ସହ ନାବାଳିକାଙ୍କ ବିବାହ ମଧ୍ୟ କରାଯାଇଥିବା ପୁଲିସ କହିଛି।ସୁଖବୀର ସିଂହଙ୍କୁ ପୋଲିସ ଗିରଫ କରିଥିବାବେଳେ ନାବାଳିକା ବିକ୍ରିରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣଙ୍କୁ ଖୋଜୁଛି ପୋଲିସ।

ସୂଚନାଯୋଗ୍ୟ ଯେ, ନାବାଳିକା ନିଖୋଜ ହୋଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ସମ୍ବଲପୁର ଟାଉନଥାନାରେ ଏତଲା ଦିଆଯାଇଥିଲା ।

Related story