ଦୁଇଟି ଆମ୍ୱୁଲାନ୍ସକୁ ଧକ୍କା ଦେଲା ଟ୍ରକ୍‌: ଜଣେ ମୃତ, ଜଣେ ଆହତ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାର ରତନପୁର ଛକ ନିକଟରେ ଏକ ଟ୍ରକ୍‌ ଦୁଇଟି ଆମ୍ୱୁଲାନ୍ସକୁ ଧକ୍କା ଦେବାରୁ ଜଣେ ଆମ୍ୱୁଲାନ୍ସ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ମୃତକଙ୍କ ନାଁ ଧନପତି ବଗର୍ତ୍ତି। ତାଙ୍କ ଘର ନର୍ଲା ଥାନା ଅନ୍ତର୍ଗତ ବେହେରାପାଟି ଗାଁରେ। ଆହତ ଆମ୍ୱୁଲାନ୍ସ ଡ୍ରାଇଭର ହେଲେ କଳାହାଣ୍ଡି ଜିଲ୍ଲାର ସାଉନ୍ତମୁଣ୍ଡା ଗାଁର ତୁଳସୀରାମ ଗୌଡ଼। ଗତକାଲି ରାତିରେ କଳାହାଣ୍ଡି ଜିଲ୍ଲା ପାଷ୍ଟିଗୁଡ଼ି ଏବଂ ଦେପୁର ଡାକ୍ତରଖାନାର ଦୁଇଟି ୧୦୮ […]

dead

Jitendra Garnayak
  • Published: Saturday, 01 June 2019
  • , Updated: 01 June 2019, 12:27 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାର ରତନପୁର ଛକ ନିକଟରେ ଏକ ଟ୍ରକ୍‌ ଦୁଇଟି ଆମ୍ୱୁଲାନ୍ସକୁ ଧକ୍କା ଦେବାରୁ ଜଣେ ଆମ୍ୱୁଲାନ୍ସ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି।

ମୃତକଙ୍କ ନାଁ ଧନପତି ବଗର୍ତ୍ତି। ତାଙ୍କ ଘର ନର୍ଲା ଥାନା ଅନ୍ତର୍ଗତ ବେହେରାପାଟି ଗାଁରେ। ଆହତ ଆମ୍ୱୁଲାନ୍ସ ଡ୍ରାଇଭର ହେଲେ କଳାହାଣ୍ଡି ଜିଲ୍ଲାର ସାଉନ୍ତମୁଣ୍ଡା ଗାଁର ତୁଳସୀରାମ ଗୌଡ଼।

ଗତକାଲି ରାତିରେ କଳାହାଣ୍ଡି ଜିଲ୍ଲା ପାଷ୍ଟିଗୁଡ଼ି ଏବଂ ଦେପୁର ଡାକ୍ତରଖାନାର ଦୁଇଟି ୧୦୮ ଆମ୍ବୁଲାନ୍ସ ବୁର୍ଲାରେ ରୋଗୀଙ୍କୁ ଛାଡ଼ି ଫେରୁଥିଲେ। ରାତି ପ୍ରାୟ ଗୋଟାଏ ବେଳେ ଦେଓଗାଁ ଥାନା ରତନପୁର ଛକ ନିକଟରେ ଦୁଇ ଆମ୍ବୁଲାନ୍ସର କର୍ମଚାରୀମାନେ ଗାଡ଼ିରୁ ଓହ୍ଳାଇ ପରିସ୍ରା କରୁଥିଲେ। ଏହି ସମୟରେ ବଲାଙ୍ଗିର ଯାଉଥିବା ଏକ ଟ୍ରକ୍‌ ଦୁଇଟି ଯାକ ଆମ୍ବୁଲାନ୍ସକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଆମ୍ବୁଲାନ୍ସ ନିକଟରେ ଥିବା ଦୁଇ ଜଣ ଡ୍ରାଇଭର ଛିଟିକି ପଡ଼ିଥିଲେ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କିଛି ସମୟ ପାଇଁ ସେଠାରେ ରାସ୍ତାରୋକ କରିଥିଲେ। ଦେଓଗାଁ ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା। ପୁଲିସ୍‌ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ପଠାଇଛି।

ଆହତ ତୁଳସୀରାମଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଗୋଡ଼ ଏବଂ ହାତରେ ଆଘାତ ଲାଗିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛି। ପୁଲିସ୍‌ ଟ୍ରକକୁ ଜବତ କରିଛି। ଟ୍ରକର ମାଲିକ ସମ୍ବଲପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ମୃତ ଧନପତି ବଗର୍ତ୍ତିଙ୍କ ବାପା ପାରାଲିସିସ୍‌ ରୋଗୀ ହୋଇଥିବା ବେଳେ ତାଙ୍କର ତିନୋଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ଧନପତି ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଏବେ ଅସହାୟ ହୋଇଯାଇଛନ୍ତି। ତେଣୁ ତାଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ତାଙ୍କ ସମ୍ପର୍କୀୟମାନେ ଦାବି କରିଛନ୍ତି। ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସରକାରୀ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି କଳାହାଣ୍ଡି ଜିଲ୍ଲାର ୧୦୮ ଆମ୍ବୁଲାନ୍ସ ଦାୟିତ୍ୱରେ ଥିବା ମ୍ୟାନେଜର ପ୍ରତିଶ୍ରୁତି ଦେଇଛନ୍ତି।

Related story