ଜୟପୁର (ଟି. ଗୌରୀ ଶଙ୍କର): କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ହଳଦୀକୁଣ୍ଡ ପଞ୍ଚାୟତର ଗୁପ୍ତେଶ୍ୱର ରାସ୍ତାର ଚଢ଼େଇପାଣି ଗାଁ ନିକଟରେ ଆଜି ଏକ ପିକ୍ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି।
ମୃତ ମହିଳାଙ୍କ ନାଁ ରାଇମିତି ଭୂମିଆ (୩୫)। ତାଙ୍କ ଘର ଜୟପୁର ବ୍ଲକ୍ ଜୟନ୍ତୀଗିରି ପଞ୍ଚାୟତର ମାଲଦା ଗାଁରେ। ଆହତମାନେ ମଧ୍ୟ ଏହି ଗାଁର ବାସିନ୍ଦା।
ଏମାନେ ସମସ୍ତେ ଏହି ପିକ୍ଅପ୍ ଭ୍ୟାନ୍ରେ ଗୁପ୍ତେଶ୍ୱରଙ୍କ ଦର୍ଶନ ପାଇଁ ଯାଉଥିଲେ। ହେଲେ ଗୁପ୍ତେଶ୍ୱର ରାସ୍ତାର ଚଢ଼େଇପାଣି ଗାଁ ନିକଟରେ ବ୍ରେକ୍ ଫେଲ୍ ହୋଇଯିବାରୁ ପିକ୍ଅପ୍ ଭ୍ୟାନ୍ଟି ଭାରସାମ୍ୟ ହରାଇ ଏକ କଲ୍ଭର୍ଟ ତଳକୁ ଓଲଟି ପଡ଼ିଥିଲା।
ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବୈପାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ବାଗେଶ୍ୱର ବାବାଙ୍କ ବଡ଼ ବୟାନ: ଓଡ଼ିଶାରୁ ବାଜି ପାରେ ହିନ୍ଦୁ ରାଷ୍ଟ୍ରର ବିଗୁଲ
ତାଙ୍କ କହିବା କଥା ଯେ ସମସ୍ତ ହିନ୍ଦୁ ଗୋଟିଏ କାରଣ ପାଇଁ ଏକାଠି ହେବାର ସମୟ ଆସି ଯାଇଛି। ସେହିପରି ହିନ୍ଦୁ ରାଷ୍ଟ୍ର ଗଠନର ବିଗୁଲ କେବଳ ଓଡ଼ିଶାରୁ ବାଜି ପାରେ ବୋଲି ସେ କହଛନ୍ତି।
Miscellaneous
ବ୍ୟାନ୍ ପରେ ବି ଉଡ଼ୁଛି ଚାଇନିଜ ମାଞ୍ଜା ସୁତା ଗୁଡ଼ି, ସାଜିପାରେ ଘାତକ
ସରକାର ବ୍ୟାନ୍ କରି ସାରିଥିବା ବେଳେ କଟକ ସହରରେ କିନ୍ତୁ ଖୁଲମଖୁଲା ଜମୁଛି ବେପାର। ସବୁବେଳେ ଜନଗହଳିପୂର୍ଣ୍ଣ ରହୁଥିବା କଟକ ସହରରେ ଚାଇନିଜ ମାଞ୍ଜା ସୁତା ଲଗା ଗୁଡ଼ି ଉଡ଼ୁଛି। ଏ
Crime
ଲୋକସେବା ଭବନରୁ ମହାଠକକୁ ଗିରଫ କଲା ପୁଲିସ୍, ମିଳିଲା ନକଲି ପରିଚୟପତ୍ର
ବ୍ୟାସଦେବ ନିଜକୁ ପଞ୍ଚାୟତି ରାଜ ବିଭାଗର ଜଣେ ସେକ୍ସନ ଅଫିସର ଭାବେ ପରିଚୟ ଦେଇ ଲୋକଙ୍କୁ ଠକି ଚାଲିଥିଲା।
Miscellaneous
ସୀମାନ୍ତରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ, ୨ ସୁରକ୍ଷାକର୍ମୀ ଆହତ
ସ୍ଥାନୀୟ ପୁଲିସ୍ କହିଛି ଯେ ଜାଙ୍ଗାଲା ନିକଟର ଜୈଗୁର ଜଙ୍ଗଲରେ ରବିବାର ସନ୍ଧ୍ୟାରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଡିଆରଜି ଯବାନ ଓ କୁଟ୍ରୁ ପୁଲିସ୍ର କର୍ମଚାରୀମାନେ ଏଥିରେ ସାମିଲ ହୋଇଥିଲେ।
Crime
ହଷ୍ଟେଲରେ ଥିଲେ ଛାତ୍ରୀ, ମିଳିଲା ଝୁଲନ୍ତା ମୃତଦେହ
ଗତକାଲି ରାତିରେ କେହି ନ ଥିବା ବେଳେ ଉତ୍କଳିକା ନିଜ ରୁମ୍ରେ ଥିବା ଫ୍ୟାନ୍ରେ ବେକରେ ଓଢଣୀ ଲଗାଇ ଝୁଲି ପଡ଼ିଥିଲେ।