ରାଜଧାନୀରେ ଯୁବତୀଙ୍କୁ ଅପହରଣ ଉଦ୍ୟମ, ମାମୁ ଅଟକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆଜି ଦିନ ଦ୍ୱିପ୍ରହରରେ ଜଣେ ଯୁବତୀଙ୍କୁ ଅପହରଣ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ନୟାପଲ୍ଲୀ ଥାନା ପୁଲିସ୍ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ତାଙ୍କ ମାମୁଙ୍କୁ ଥାନାରେ ଅଟକ ରଖିଛି। ପୁଲିସ୍‌ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗ କରିଥିବା ଯୁବତୀଙ୍କ ଘର ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରେ। ସେ ଏଠାରେ ନୟାପଲ୍ଲୀରେ ଏକ ଘରୋଇ ହଷ୍ଟେଲରେ ରହି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି। କିଛି ଦିନ […]

Victim

Victim

Jitendra Garnayak
  • Published: Friday, 29 April 2022
  • Updated: 29 April 2022, 05:04 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆଜି ଦିନ ଦ୍ୱିପ୍ରହରରେ ଜଣେ ଯୁବତୀଙ୍କୁ ଅପହରଣ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ନୟାପଲ୍ଲୀ ଥାନା ପୁଲିସ୍ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ତାଙ୍କ ମାମୁଙ୍କୁ ଥାନାରେ ଅଟକ ରଖିଛି।

ପୁଲିସ୍‌ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗ କରିଥିବା ଯୁବତୀଙ୍କ ଘର ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରେ। ସେ ଏଠାରେ ନୟାପଲ୍ଲୀରେ ଏକ ଘରୋଇ ହଷ୍ଟେଲରେ ରହି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି। କିଛି ଦିନ ତଳେ ସେ ଜଣେ ଯୁବକଙ୍କୁ ବାହା ହୋଇଥିଲେ। ସେମାନଙ୍କର ରେଜିଷ୍ଟ୍ରି ମ୍ୟାରେଜ୍ ହୋଇଥିଲା। ତେବେ କୌଣସି ପାରିବାରିକ କାରଣରୁ ସେ ସ୍ୱାମୀଙ୍କ ସହିତ ତାଙ୍କ ଘରେ ରହୁ ନାହାନ୍ତି।

ଆଜି ଏହି ଯୁବତୀଙ୍କ ସ୍ୱାମୀ ଓ ମାମୁ ଆସି ତାଙ୍କୁ ଜବରଦସ୍ତି କାରରେ ନେଇ ଚାଲି ଯାଉଥିଲେ। ଯୁବତୀ ଜଣଙ୍କ ଏନେଇ ପ୍ରଥମେ ପିସିଆର୍‌କୁ ଫୋନ୍ କରିଥିଲେ। ପାଟ୍ରୋଲିଂ ପୁଲିସ୍ ଯାଇ ଦେଖିଲା ବେଳକୁ ତାଙ୍କୁ କିଛି ଲୋକ ଜବରଦସ୍ତି ନେଇ ଯାଉଥିଲେ। ପାଟ୍ରୋଲିଂ ପୁଲିସ୍ ସେମାନଙ୍କୁ ଅଟକାଇ ଥିଲା। ଯୁବତୀ ଜଣଙ୍କୁ ପୁଲିସ୍ ଉଦ୍ଧାର କରିଥିବା ବେଳେ ତାଙ୍କ ମାମୁଙ୍କୁ ଥାନାରେ ଅଟକ ରଖିଛି। ଯୁବତୀଙ୍କ ସ୍ୱାମୀ ଫେରାର ହୋଇଯାଇଛନ୍ତି।

ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ଯୁବତୀଙ୍କ ଠାରୁ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରାଯାଉଛି। ଅଭିଯୁକ୍ତମାନଙ୍କ ବିରୋଧରେ ଅପହରଣ ମାମଲା ରୁଜୁ ହେବ। କାରଣ ସେମାନେ ଏହି ଯୁବତୀଙ୍କୁ ତାଙ୍କ ଇଚ୍ଛା ବିରୋଧରେ ନେଇ ଯାଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos