Advertisment

Honey Bee Attack: ମହୁମାଛି ଆକ୍ରମଣରେ ଜଣେ ମୃତ, ଦୁଇ ଆହତ

ଦୁଇ ଜଣ ସେଠାରୁ ଦୌଡ଼ି ପଳାଇବାରେ ସମର୍ଥ ହୋଇଥିବା ବେଳେ ନିରାଶ, ରାଜା ଓ ମାର୍କଣ୍ଡ ଫସି ଯାଇଥିଲେ। ସେମାନେ ଦୌଡ଼ି ନପାରି ମହୁମାଛିଙ୍କ କବଳରେ ପଡ଼ିଯାଇଥିଲେ। ସେମାନଙ୍କୁ ଗାଁ ଲୋକେ ଉଦ୍ଧାର କରିଥିଲେ।

author-image
Jitendra Garnayak
Honey Bee

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରାମଚନ୍ଦ୍ରପୁର ଗାଁରେ ମହୁମାଛି ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।

Advertisment

ମୃତ ବ୍ୟକ୍ତିଙ୍କ ନାଁ ନିରାଶ ମୁଣ୍ଡା (୫୦)। ଆହତ ଦ୍ୱୟ ହେଉଛନ୍ତି, ତାଙ୍କ ନାତି ରାଜା ମୁଣ୍ଡା ଓ ପଡ଼ୋଶୀ ମାର୍କଣ୍ଡ ମୁଣ୍ଡା। 

ନିରାଶ, ରାଜା ଓ ମାର୍କଣ୍ଡଙ୍କ ସମେତ ମୋଟ ୫ ଜଣ ଛେଳି ଚରାଇବାକୁ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ। ବର୍ଷା ହେବାରୁ ସେମାନେ ଛେଳି ନେଇ ଘରକୁ ଫେରିବା ସମୟରେ ହଠାତ୍ ମହୁମାଛି ଆକ୍ରମଣ କରିଥିଲେ। 

Advertisment

ଦୁଇ ଜଣ ସେଠାରୁ ଦୌଡ଼ି ପଳାଇବାରେ ସମର୍ଥ ହୋଇଥିବା ବେଳେ ନିରାଶ, ରାଜା ଓ ମାର୍କଣ୍ଡ ଫସି ଯାଇଥିଲେ। ସେମାନେ ଦୌଡ଼ି ନପାରି ମହୁମାଛିଙ୍କ କବଳରେ ପଡ଼ିଯାଇଥିଲେ।   

ମହୁମାଛି ଆକ୍ରମଣରେ ଆହତ ନିରାଶ ମୁଣ୍ଡା, ରାଜା ମୁଣ୍ଡା ଓ ମାର୍କଣ୍ଡ ମୁଣ୍ଡାଙ୍କୁ ଗାଁ ଲୋକେ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାକୁ ନେଇଥିଲେ। ସେଠାରେ ନିରାଶ ମୁଣ୍ଡାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଜଣ ସେଠାରେ ଚିକିତ୍ସିତ ହେଉଛନ୍ତି।