କର୍ମଚାରୀଙ୍କ ଉପରେ ଚଢ଼ିଗଲା ଲାଇଟ୍ ଇଞ୍ଜିନ; ଜଣେ ମୃତ, ଦୁଇ ଆହତ

କୋରାପୁଟ: କୋରାପୁଟ ରେଳ ଷ୍ଟେସନ ନିକଟରେ ଗତକାଲି ରାତିରେ ଟ୍ରାକ୍‌ ମରାମତି ଚାଲିଥିବା ବେଳେ କର୍ମଚାରୀଙ୍କ ଉପରେ ଲାଇଟ୍ ଇଞ୍ଜିନ ଚଢ଼ିଯିବାରୁ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଟେକ୍ନିସିଆନ୍‌ ବି.ସିଏଚ୍‌ ଭଟ୍ଟାଚାର୍ଯ୍ୟ। ଆହତଦ୍ୱୟଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରେଳ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଚିଫ୍  ଡିଭିଜନ ଟ୍ରାଫିକ୍ ଇନ୍ସପେକ୍ଟର ଶଶିକାନ୍ତ ଦାସ କହିଛନ୍ତି,“ଟ୍ରାକ୍ ନଂ ୩ ଓ ଟ୍ରାକ୍ ନଂ ୪ରେ ଗତକାଲି […]

nn

Rakesh Mallick
  • Published: Thursday, 09 November 2017
  • , Updated: 09 November 2017, 12:36 PM IST

କୋରାପୁଟ: କୋରାପୁଟ ରେଳ ଷ୍ଟେସନ ନିକଟରେ ଗତକାଲି ରାତିରେ ଟ୍ରାକ୍‌ ମରାମତି ଚାଲିଥିବା ବେଳେ କର୍ମଚାରୀଙ୍କ ଉପରେ ଲାଇଟ୍ ଇଞ୍ଜିନ ଚଢ଼ିଯିବାରୁ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଟେକ୍ନିସିଆନ୍‌ ବି.ସିଏଚ୍‌ ଭଟ୍ଟାଚାର୍ଯ୍ୟ। ଆହତଦ୍ୱୟଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରେଳ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

ଚିଫ୍  ଡିଭିଜନ ଟ୍ରାଫିକ୍ ଇନ୍ସପେକ୍ଟର ଶଶିକାନ୍ତ ଦାସ କହିଛନ୍ତି,“ଟ୍ରାକ୍ ନଂ ୩ ଓ ଟ୍ରାକ୍ ନଂ ୪ରେ ଗତକାଲି ରାତିରେ କାମ ଚାଲିଥିଲା। ସେଥିପାଇଁ  ରାତି ଗୋଟିଏରୁ ୩ଟା ଯାଏ ଏହି ରୁଟ୍‌କୁ ବ୍ଲକ୍‌ କରାଯାଇଥିଲା। ଗୋଟିଏ ଲାଇଟ ଇଞ୍ଜିନ କୋରାପୁଟରୁ ଆସିବାର ଥିଲା। ଏହି କର୍ମଚାରୀମାନେ କାମ କରୁଥିବା ବେଳେ ଲାଇଟ୍ ଇଞ୍ଜିନ୍ ସେମାନଙ୍କୁ ଧକ୍କା ଦେଇଥିଲା।”

 

 

Related story