ନକ୍ସଲ ଭୟରେ ଭିଟାମାଟି ଛାଡ଼ିଲେ ଗୋଟିଏ ପରିବାର

ମାଲକାନଗିରି (ଜିତେନ୍ଦ୍ର ବେଉରା):ନକ୍ସଲ ଭୟରେ ମାଲକାନଗିରି ଜିଲ୍ଲା ଡାବୁଗୁଡାର ବହୁ ଲୋକ ଭିଟାମାଟି ଛାଡ଼ି ସାରିଲେଣି। ପୁଣି ଗୋଟିଏ ପରିବାରର ୧୩ ଜଣ ପ୍ରାଣ ବିକଳରେ ଭିଟାମାଟି ଛାଡିଥିବା ଜଣାଯାଇଛି। ଡାବୁଗୁଡା ଏନକାଉଣ୍ଟରରେ ନକ୍ସଲ କମାଣ୍ଡର ରାକେଶର ମୃତ୍ୟୁ ପରେ ନକ୍ସଲମାନେ ପ୍ରଜାକୋର୍ଟ କରି ଏହି ପରିବାର ସମସ୍ତ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ।  ଏତିକିରେ ସରି ନ ଥିଲା ସେମାନଙ୍କ ନିର୍ଯାତନା । ନକ୍ସଲମାନେ ସେମାନଙ୍କର ଘର ଏବଂ ଆସବାବପତ୍ର ମଧ୍ୟ  ଭଙ୍ଗାରୁଜା କରିଥିଲେ […]

naxal-1

Niharika Rout
  • Published: Monday, 21 October 2019
  • , Updated: 21 October 2019, 09:46 AM IST

ମାଲକାନଗିରି (ଜିତେନ୍ଦ୍ର ବେଉରା):ନକ୍ସଲ ଭୟରେ ମାଲକାନଗିରି ଜିଲ୍ଲା ଡାବୁଗୁଡାର ବହୁ ଲୋକ ଭିଟାମାଟି ଛାଡ଼ି ସାରିଲେଣି। ପୁଣି ଗୋଟିଏ ପରିବାରର ୧୩ ଜଣ ପ୍ରାଣ ବିକଳରେ ଭିଟାମାଟି ଛାଡିଥିବା ଜଣାଯାଇଛି। ଡାବୁଗୁଡା ଏନକାଉଣ୍ଟରରେ ନକ୍ସଲ କମାଣ୍ଡର ରାକେଶର ମୃତ୍ୟୁ ପରେ ନକ୍ସଲମାନେ ପ୍ରଜାକୋର୍ଟ କରି ଏହି ପରିବାର ସମସ୍ତ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ।  ଏତିକିରେ ସରି ନ ଥିଲା ସେମାନଙ୍କ ନିର୍ଯାତନା । ନକ୍ସଲମାନେ ସେମାନଙ୍କର ଘର ଏବଂ ଆସବାବପତ୍ର ମଧ୍ୟ  ଭଙ୍ଗାରୁଜା କରିଥିଲେ । ଫସଲ ମଧ୍ୟ ନକାଟିବାକୁ ପରିବାର ସଦସ୍ୟଙ୍କୁ ଚେତାବନୀ ଦେଇଥିଲେ।

ଏଥିରେ ଭୟଭୀତ ହୋଇ ପଡ଼ିଥିବା ପରିବାର ଲୋକେ ଗାଁ ଛାଡି ପଳାଇଥିଲେ । ନକ୍ସଲଙ୍କ ଚେତାବନୀ ନେଇ ସେମାନେ ମୁଦୁଲିପଡା ଥାନାରେ ଏତଲା  ଦେବାସହ ସୁରକ୍ଷା ନେଇ ଏସ୍‌ପିଙ୍କୁ ଗୁହାରୀ କରିଛନ୍ତି । ମାଓବାଦୀ ଭୟରେ ବର୍ତ୍ତମାନ ସୁଦ୍ଧା ଡାବୁଗୁଡା ଗାଁର ପ୍ରାୟ ଶହେରୁ ଅଧିକ ଲୋକ ଗାଁ ଛାଡିଥିବା ଜଣାପଡିଛି।

Related story