ବିଚ୍‌ ରାସ୍ତାରେ ଗୁଳିମାଡ଼

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀର ବିଚ୍‌ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଚମ୍ପଟ୍‌ ହୋଇଯାଇଛନ୍ତି। ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତି ପ୍ରୀତମ୍‌ ଜେନାମଣି ବୋଲି ଜଣାପଡ଼ିଛି। ତାଙ୍କ ଡାହାଣ କାନ୍ଧରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ କିଛି ଦୁର୍ବୃତ୍ତ ଏକ ବୋଲେରୋରେ ଆସି ପ୍ରୀତମ୍‌ଙ୍କୁ ସାଇଟ୍‌ ମାରିଥିଲେ। ଏହାପରେ ପ୍ରୀତମ୍‌ ସେମାନଙ୍କୁ ବରମୁଣ୍ଡା ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ପିଛା କରିଥିଲେ। ଏହାପରେ ଦୁର୍ବୃତ୍ତମାନେ ପୁଣି ତାଙ୍କ […]

bhadera

Tapaswini Nayak
  • Published: Monday, 08 October 2018
  • , Updated: 08 October 2018, 12:13 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀର ବିଚ୍‌ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଚମ୍ପଟ୍‌ ହୋଇଯାଇଛନ୍ତି। ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତି ପ୍ରୀତମ୍‌ ଜେନାମଣି ବୋଲି ଜଣାପଡ଼ିଛି। ତାଙ୍କ ଡାହାଣ କାନ୍ଧରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ କିଛି ଦୁର୍ବୃତ୍ତ ଏକ ବୋଲେରୋରେ ଆସି ପ୍ରୀତମ୍‌ଙ୍କୁ ସାଇଟ୍‌ ମାରିଥିଲେ। ଏହାପରେ ପ୍ରୀତମ୍‌ ସେମାନଙ୍କୁ ବରମୁଣ୍ଡା ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ପିଛା କରିଥିଲେ। ଏହାପରେ ଦୁର୍ବୃତ୍ତମାନେ ପୁଣି ତାଙ୍କ ଗାଡ଼ିକୁ ସାଇଟ୍ ମାରିବା ସହ ତାଙ୍କୁ ଗୁଳିମାଡ଼ କରିଥିଲେ। ବୋଲେରୋରେ ୪ ଜଣ ଥିବା ଅଭିଯୋଗ ହୋଇଛି।

ଖଣ୍ଡଗିରି ବାରିରେ ଟ୍ୟୁରିଷ୍ଟ ବସ୍‌ଷ୍ଟାଣ୍ଡ ଟେଣ୍ଡରକୁ ନେଇ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଟ୍ୟୁରିଷ୍ଟ ବସ୍‌ଷ୍ଟାଣ୍ଡ ଟେଣ୍ଡର୍‌ର ଲିଜ୍‌ ପ୍ରୀତମ ନେଇଛନ୍ତି।

https://youtu.be/AyEyHTYMMKs

Related story