ବଜ୍ରପାତ ନେଲା ଜୀବନ

ଜଳେଶ୍ୱର/ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ରାଜ୍ୟର କିଛି ସ୍ଥାନରେ ଆଜି ଝଡ଼ବର୍ଷା ସହିତ ବଜ୍ରପାତ ହୋଇଛି। ଏଥିଯୋଗୁ ମୃତାହତ ଖବର ମଧ୍ୟ ଆସିଛି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଡଗରା ଗାଁରେ ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପର୍ଶୁରାମ ଦାସ। ତାଙ୍କୁ ୪୬ ବର୍ଷ ହୋଇଥିଲା। ପର୍ଶୁରାମ ସନ୍ଧ୍ୟାରେ ସ୍ଥାନୀୟ ବଜାରକୁ ସଉଦା କିଣିବାକୁ ଯାଇଥିଲେ। ବଜାରରୁ ଫେରୁଥିବା ସମୟରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହୋଇଥିଲା। ତା’ସହିତ ବଜ୍ରପାତ ବି ହୋଇଥିଲା। […]

lightining

Jitendra Garnayak
  • Published: Tuesday, 03 May 2022
  • , Updated: 03 May 2022, 10:09 PM IST

ଜଳେଶ୍ୱର/ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ରାଜ୍ୟର କିଛି ସ୍ଥାନରେ ଆଜି ଝଡ଼ବର୍ଷା ସହିତ ବଜ୍ରପାତ ହୋଇଛି। ଏଥିଯୋଗୁ ମୃତାହତ ଖବର ମଧ୍ୟ ଆସିଛି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଡଗରା ଗାଁରେ ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପର୍ଶୁରାମ ଦାସ। ତାଙ୍କୁ ୪୬ ବର୍ଷ ହୋଇଥିଲା।

ପର୍ଶୁରାମ ସନ୍ଧ୍ୟାରେ ସ୍ଥାନୀୟ ବଜାରକୁ ସଉଦା କିଣିବାକୁ ଯାଇଥିଲେ। ବଜାରରୁ ଫେରୁଥିବା ସମୟରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହୋଇଥିଲା। ତା’ସହିତ ବଜ୍ରପାତ ବି ହୋଇଥିଲା। ଆଉ ବଜ୍ରପାତରେ ତାଙ୍କ ଜୀବନ ଚାଲି ଯାଇଥିଲା।

ସେହିଭଳି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଳକ୍ ମନୁପାଲି ଗାଁରେ ଏକ ବାହାଘର ରିସେପ୍‌ସନ୍‌କୁ ଛାରଖାର କରି ଦେଇଛି କାଳବୈଶାଖୀ। ରୋଷେଇବାସ ପ୍ରାୟ ଶେଷ ହୋଇଯାଇଥିଲା। ଟେଣ୍ଟ ଭିଡ଼ା ସରିଥିଲା। ହେଲେ ହଠାତ୍ ଝଡ଼ତୋଫାନ ହେବାରୁ ଟେଣ୍ଟ ପୂରା ଭୁଶୁଡ଼ି ପଡ଼ିଥିଲା। ଟେଣ୍ଟ ନିର୍ମାଣରେ ବ୍ୟବହୃତ ଲୁହା ପାଇପ ପଡ଼ି ଜଣେ ନାବାଳକ ଆହତ ହୋଇଛି। ତା’ ମୁଣ୍ଡରେ ଆଘାତ ଲାଗିଥିବାରୁ ତାକୁ ଆଗଲପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବଲାଙ୍ଗିର ଜିଲ୍ଲାରେ ଆଜି ଅପରାହ୍ଣ ୪ଟାରୁ ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ସହ କୁଆପଥର ମାଡ଼ ହୋଇଛି। ସୂଚନାଯୋଗ୍ୟ, ମେ’ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝଡ଼ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ଏହି ସମୟରେ କିଛି କିଛି ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ୪୦ ଓ ୪୦ରୁ୫୦ ରହିବ ବୋଲି କୁହାଯାଇଛି।

Related story