Advertisment

ମହାନଦୀ ବୋଟ୍‌ ଦୁର୍ଘଟଣାରେ ଜଣେ ଓଡ୍ରାଫ୍‌ କର୍ମଚାରୀ ନିଖୋଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାତୀ ଉଦ୍ଧାର ଅପରେସନ ବେଳେ ମହାନଦୀ ବୋଟ୍‌ ଦୁର୍ଘଟଣାରେ ଜଣେ ଓଡ୍ରାଫ୍‌ କର୍ମଚାରୀ ନିଖୋଜ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ପର୍ତ୍ତା ମିଳିନାହିଁ। ଏବେ ମହାନଦୀରେ ନିଖୋଜ ଓଡ୍ରାଫ କର୍ମଚାରୀଙ୍କ ଖୋଜାଖୋଜି ଜାରି ରହିଥିବା ଜଣାପଡ଼ିଛି। ସେପଟେ ଉଦ୍ଧାର ହୋଇଥିବା ଓଟିଭିର ଚିଫ୍‌ ରିପୋର୍ଟର ଅରନ୍ଦିମ ଦାସ ଓ କ୍ୟାମେରା ମ୍ୟାନ ପ୍ରଭାତ ସିହ୍ନାଙ୍କ ସମେତ ୫ ଓଡ୍ରାଫ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅରିନ୍ଦମଙ୍କ ମୃତ୍ୟୁ ଘଟିଥିବା […]

ଅଦ୍ୟତନ ହୋଇଛି
ମହାନଦୀ ବୋଟ୍‌ ଦୁର୍ଘଟଣାରେ ଜଣେ ଓଡ୍ରାଫ୍‌ କର୍ମଚାରୀ ନିଖୋଜ

Mahanadi River

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାତୀ ଉଦ୍ଧାର ଅପରେସନ ବେଳେ ମହାନଦୀ ବୋଟ୍‌ ଦୁର୍ଘଟଣାରେ ଜଣେ ଓଡ୍ରାଫ୍‌ କର୍ମଚାରୀ ନିଖୋଜ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ପର୍ତ୍ତା ମିଳିନାହିଁ। ଏବେ ମହାନଦୀରେ ନିଖୋଜ ଓଡ୍ରାଫ କର୍ମଚାରୀଙ୍କ ଖୋଜାଖୋଜି ଜାରି ରହିଥିବା ଜଣାପଡ଼ିଛି।

Advertisment

ସେପଟେ ଉଦ୍ଧାର ହୋଇଥିବା ଓଟିଭିର ଚିଫ୍‌ ରିପୋର୍ଟର ଅରନ୍ଦିମ ଦାସ ଓ କ୍ୟାମେରା ମ୍ୟାନ ପ୍ରଭାତ ସିହ୍ନାଙ୍କ ସମେତ ୫ ଓଡ୍ରାଫ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅରିନ୍ଦମଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରଭାତଙ୍କ ସମେତ ତିନି ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛନ୍ତି। ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଅରିନ୍ଦମଙ୍କ ମୃତ୍ୟୁ ନେଇ ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।

ଆଜି ଭୋର ସମୟରେ ମହାନଦୀର ମୁଣ୍ଡଳିରେ ଫସି ଯାଇଥିଲା ଏକ ଗୋଠ ଛଡ଼ା ଦନ୍ତା ହାତୀ। ନଦୀରେ ପାଣିର ପ୍ରଖର ବେଶୀ ଥିବାରୁ ହାତୀଟି କୂଳକୁ ଆସିପାରୁନଥିଲା। ମହାନଦୀରେ ଫସିଥିବା ହାତୀକୁ ଉଦ୍ଧାର କରିବା ପାଇଁ ବନ ବିଭାଗ ଅଧିକାରୀ ଓ ଓଡ୍ରାଫ ଟିମ୍‌ ଦୀର୍ଘ ସମୟ ଧରି ଚେଷ୍ଟା କରିଥିଲା। ସବୁଆଡୁ ନିରାଶ ହେବା ପରେ ହାତୀକୁ ଆଗ ଆଡୁ ଘୌଡ଼ାଇବା ପାଇଁ ଚେଷ୍ଟା କରାଯାଉଥିଲା। ଓଡ୍ରାଫ୍‌ ଟିମ୍‌ର କର୍ମଚାରୀ ଓ ଅରିନ୍ଦମ ନଦୀ ଭିତରକୁ ଯାଇଥିଲେ। ହେଲେ ମୁଣ୍ଡଳି ବ୍ୟାରେଜ ପାଖରେ ଓଡ୍ରାଫ ଟିମ୍‌ର ବୋଟ୍‌ଟି ଓଲଟି ପଡ଼ିଥିଲା। ସେହି ସମୟରେ ଜଣେ ଓଡ୍ରାଫ୍‌ କର୍ମଚାରୀ ଭାସି ଯାଇଥିବା ବେଳେ ଅରିନ୍ଦମ ଓ ପ୍ରଭାତଙ୍କ ସମେତ ୫ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅରିନ୍ଦମଙ୍କୁ ମୃତ ଘୋଷଣା କରାଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe