ଡିଲ୍‌ ବେଳେ ମାଡ଼ି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାତୀଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି। ତାଙ୍କ ଠାରୁ ୯ କେଜି ଓଜନର ୬ଟି ହାତୀଦାନ୍ତ ଜବତ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ନାଁ ନୁରିନ୍ ସେଠ୍‌। ତାଙ୍କ ଘର ବଲାଙ୍ଗିର ଥାନା ଅନ୍ତର୍ଗତ ମାଲପଡ଼ାରେ। ଆଜି ସକାଳେ ମାଲପଡ଼ାରେ ହାତୀଦାନ୍ତ କିଣାବିକା ନେଇ ଡିଲ୍ ଚାଲିଥିବା ଏସ୍‌ଟିଏଫ୍ କୌଣସି ସୂତ୍ରରୁ ସୂଚନା ପାଇଥିଲା। ଏହା ପରେ ବଲାଙ୍ଗିର ବନ […]

Accused

Jitendra Garnayak
  • Published: Thursday, 05 May 2022
  • , Updated: 05 May 2022, 06:42 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାତୀଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି। ତାଙ୍କ ଠାରୁ ୯ କେଜି ଓଜନର ୬ଟି ହାତୀଦାନ୍ତ ଜବତ କରାଯାଇଛି।

ଗିରଫ ବ୍ୟକ୍ତିଙ୍କ ନାଁ ନୁରିନ୍ ସେଠ୍‌। ତାଙ୍କ ଘର ବଲାଙ୍ଗିର ଥାନା ଅନ୍ତର୍ଗତ ମାଲପଡ଼ାରେ। ଆଜି ସକାଳେ ମାଲପଡ଼ାରେ ହାତୀଦାନ୍ତ କିଣାବିକା ନେଇ ଡିଲ୍ ଚାଲିଥିବା ଏସ୍‌ଟିଏଫ୍ କୌଣସି ସୂତ୍ରରୁ ସୂଚନା ପାଇଥିଲା। ଏହା ପରେ ବଲାଙ୍ଗିର ବନ ବିଭାଗ ଅଧିକାରୀଙ୍କ ସହାୟତାରେ ଏସ୍‌ଟିଏଫ୍ ସେଠାରେ ଚଢ଼ାଉ କରିଥିଲା।

ନୁରିନ୍ ସେଠ୍‌ଙ୍କୁ ଅଟକ ରଖି ଏସ୍‌ଟିଏଫ୍ ପଚରାଉଚରା କରିବା ପରେ ବଲାଙ୍ଗିର ବନ ବିଭାଗକୁ ହସ୍ତାନ୍ତର କରିଥିଲା। ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ବଲାଙ୍ଗିର ବନ ବିଭାଗ ନେବ। ତେବେ ଘଟଣାର ତଦନ୍ତ ଜାରି ରହିଛି।

ସୂଚନାଯୋଗ୍ୟ, ୨୦୨୦ ପରଠାରୁ ଏଯାବତ୍ ଏସ୍‌ଟିଏଫ୍ ୨୭ଟି ବାଘ ଛାଲ ଜବତ କରିଥିବା ବେଳେ ୨୪ଟି ହାତୀ ଦାନ୍ତ, ୭ଟି ହରିଣ ଛାଲ, ୧୩ଟି ଜୀବନ୍ତ ବଜ୍ରକାପ୍ତା, ୩୦ କେଜିରୁ ଅଧିକ ବଜ୍ରକାପ୍ତା କାତି, ୨ଟି ବାଘ ଦାନ୍ତ, ୨୯ଟି ବାଘ ନଖ ଓ ୪୬ଟି ଜୀବନ୍ତ ବଣୁଆ ଶୁଆ ଜବତ କରିଛି। ଏହା ସହିତ ଏହି ସବୁ ମାମଲାରେ ୬୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌।

Related story