କରୋନା ପାଇଁ ଫିକା ପଡ଼ିବ ସାଧାରଣତନ୍ତ୍ର ଦିବସ, କେବଳ ସାମିଲ ହେବେ ପୁଲିସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଆସନ୍ତା ଜାନୁୟାରୀ ୨୬ତାରିଖ ସାଧାରଣତନ୍ତ୍ର ଦିବସକୁ କେବଳ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ପୁଲିସ ଏସପିଙ୍କୁ ଅବଗତ କରାଯାଇଛି । ଚଳିତ ସାଧାରଣତନ୍ତ୍ର ଦିବସ ସମାରୋହରେ ଏନସିସି କ୍ୟାଡେଟ୍ ଓ ଛାତ୍ରଛାତ୍ରୀମାନେ ସାମିଲ ହୋଇପାରିବେ ନାହିଁ ବୋଲି ଗୃହ ବିଭାଗ ସ୍ପଷ୍ଟ […]

republic-day

Ordigital Desk
  • Published: Tuesday, 11 January 2022
  • , Updated: 12 January 2022, 04:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଆସନ୍ତା ଜାନୁୟାରୀ ୨୬ତାରିଖ ସାଧାରଣତନ୍ତ୍ର ଦିବସକୁ କେବଳ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ପୁଲିସ ଏସପିଙ୍କୁ ଅବଗତ କରାଯାଇଛି । ଚଳିତ ସାଧାରଣତନ୍ତ୍ର ଦିବସ ସମାରୋହରେ ଏନସିସି କ୍ୟାଡେଟ୍ ଓ ଛାତ୍ରଛାତ୍ରୀମାନେ ସାମିଲ ହୋଇପାରିବେ ନାହିଁ ବୋଲି ଗୃହ ବିଭାଗ ସ୍ପଷ୍ଟ କରିଛି ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ କରୋନା ସଂକ୍ରମଣ ଓ ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାର ଲୋକଙ୍କ ଭିଡ଼ ଏଡ଼ାଇବାକୁ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ସାଧାରଣତନ୍ତ୍ର ଦିବସ ସମାରୋହରେ ସର୍ବାଧିକ କୋଭିଡ୍ ନିରାପତ୍ତା ବ୍ୟବସ୍ଥାକୁ ପାଳନ ସହ ଅତିଥିଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ସରକାର ଚାହୁଁଛନ୍ତି । ସେଥିପାଇଁ ଗୃହ ବିଭାଗ ପକ୍ଷରୁ ଚଳିତ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି ।

ଚିଠିରେ ଦର୍ଶଯାଇଛି ଯେ, ସାଧାରଣତନ୍ତ୍ର ଦିବସ ସମାରୋହ ଦିନ ଜାତୀୟ ପତାକାକୁ ମୁଖ୍ୟ ଅତିଥି ସକାଳ ସାଢ଼େ ୮ଟା ପରେ ଜାତୀୟ ସଙ୍ଗୀତ ଗାନ ସହ ଉତ୍ତୋଳନ କରିବେ । କିଏ ମୁଖ୍ୟ ଅତିଥି ହେବେ ସେ ନେଇ ଗୃହ ବିଭାଗ ପକ୍ଷରୁ ପରବର୍ତ୍ତୀ ସମୟରେ ଅବଗତ କରାଯିବ । ଏହି ସମାରୋହରେ କେବଳ ପୁଲିସ କର୍ମଚାରୀମାନେ ସାମିଲ ହେବେ । ସାଧାରଣ ଲୋକଙ୍କୁ ଏହି ସମାରୋହରେ ସାମିଲ ପାଇଁ ଅନୁମତି ମିଳିବ ନାହିଁ । ଇ-ନିମନ୍ତ୍ରଣ ମଶଧ୍ୟମରେ ସମାରୋହକୁ ସର୍ବନିମ୍ନ ଅତିଥିଙ୍କୁ ନିମନ୍ତ୍ରଣ କରାଯିବ ।

ଏହି ଅତିଥିଙ୍କ ମଧ୍ୟରେ କୋଭିଡ୍ ଯୋଦ୍ଧା ଯଥା ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ ପରିମଳ କର୍ମଚାରୀ ସାମିଲ ରହିବେ । ସମାରୋହରେ ସାମିଲ ହେଉଥିବା ପ୍ରତ୍ୟେକ ବ୍ୟକ୍ତି ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବେ । ସମାରୋହସ୍ଥଳକୁ ଠିକ୍ ଭାବେ ସାନିଟାଇଜ୍ କରାଯିବ ଓ ପ୍ରବେଶ ପଥରେ ହାତ ସଫା ପାଇଁ ସାନିଟାଇଜର ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ତେବେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ନେଇ ଏହି ଚିଠିରେ କିଛି ଉଲ୍ଲେଖ ନାହିଁ ।

Related story