କୋଭିଡ୍ ନିୟମର ଖୋଲା ଉଲ୍ଲଘଂନ: କଂଗ୍ରେସ ଓ ବିଜେପିକୁ ଜୋରିମାନା, ବିଜେଡି ବେଳକୁ ଚୁପ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ସତ୍ତ୍ୱେ ସରକାରୀସ୍ତରରେ କୋଭିଡ୍ ଗାଇଡଲାଇନକୁ ଖୋଲାଖୋଲି ଉଲ୍ଲଘଂନ କରାଯାଉଥିବା ଜଣାପଡ଼ିଛି। ସାମାଜିକ ଦୂରତ୍ୱ କଟକଣା ଉଲ୍ଲଘଂନ କରିବା ଅଭିଯୋଗରେ କଂଗ୍ରେସ ଓ ବିଜେପି ନେତାଙ୍କଠୁ ଜୋରିମାନା ଆଦାୟ କରିଥିବା କମିଶନରେଟ ପୁଲିସ କିନ୍ତୁ ବିଜେଡି ନେତାମାନଙ୍କ ଆଇନ ଉଲ୍ଲଘଂନ ପ୍ରତି ଆଖିବୁଜି ଦେଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ଅର୍ଥାତ ଜୁଲାଇ ୨ତାରିଖରେ ରାଜଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଉପସ୍ଥିତିରେ […]

achutea

achutea

Manoranjan Sial
  • Published: Friday, 03 July 2020
  • Updated: 03 July 2020, 09:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ସତ୍ତ୍ୱେ ସରକାରୀସ୍ତରରେ କୋଭିଡ୍ ଗାଇଡଲାଇନକୁ ଖୋଲାଖୋଲି ଉଲ୍ଲଘଂନ କରାଯାଉଥିବା ଜଣାପଡ଼ିଛି। ସାମାଜିକ ଦୂରତ୍ୱ କଟକଣା ଉଲ୍ଲଘଂନ କରିବା ଅଭିଯୋଗରେ କଂଗ୍ରେସ ଓ ବିଜେପି ନେତାଙ୍କଠୁ ଜୋରିମାନା ଆଦାୟ କରିଥିବା କମିଶନରେଟ ପୁଲିସ କିନ୍ତୁ ବିଜେଡି ନେତାମାନଙ୍କ ଆଇନ ଉଲ୍ଲଘଂନ ପ୍ରତି ଆଖିବୁଜି ଦେଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ଅର୍ଥାତ ଜୁଲାଇ ୨ତାରିଖରେ ରାଜଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଉପସ୍ଥିତିରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ, ବିଜେଡିର ବରିଷ୍ଠ ଉପସଭାପତି ପ୍ରସନ୍ନ ପାଟ୍ଟଶାଣୀଙ୍କ ସମେତ ଓଲିଉଡ ଅଭିନେତ୍ରୀମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ରାଜ୍ୟପାଳଙ୍କ ସମେତ ୪ ଜଣ ମାସ୍କ ଠିକ୍‌ ଭାବେ ପିନ୍ଧିଛନ୍ତି। ତେବେ ଅନ୍ୟ ଅତିଥିମାନେ କୋଭିଡ୍ ଗାଇଡଲାଇନକୁ ଉଲ୍ଲଘଂନ କରି ମାସ୍କ ଠିକ୍‌ ଭାବେ ପିନ୍ଧି ନାହାନ୍ତି। ଏହାଛଡ଼ା ଉପସ୍ଥିତ ଅତିଥିମାନେ ସାମାଜିକ ଦୂରତ୍ୱ ନିୟମକୁ ଖୋଲା ଉଲ୍ଲଘଂନ କରିଛନ୍ତି। ସାମାଜିକ ଦୂରତ୍ୱ ନିୟମକୁ ଭାଙ୍ଗି ପ୍ରାୟ ୧୫ ଜଣ ଅତିଥି ଉପସ୍ଥିତ ଥିବା ଫଟୋଚିତ୍ରରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି।

ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟରୁ ଜୁନ୍ ୩୦ତାରିଖରେ ଜାରି ‘କୋଭିଡ୍‌-୧୯’ ସାଧାରଣ ନିର୍ଦ୍ଦେଶାନାମା ଅନୁସାରେ ଯେକୌଣସି ସାର୍ବଜନୀନ ସ୍ଥାନରେ ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ଭାବେ ପରସ୍ପର ମଧ୍ୟରେ ସର୍ବନିମ୍ନ ୬ଫୁଟ୍ ଦୂରତ୍ୱ ବଜାୟ ରଖିବେ। ୭ଜଣରୁ ଅଧିକ ଲୋକଙ୍କ ଏକଜୁଟ ବା ସମାବେଶ ଉପରେ କଟକଣା ରୁଜୁ ହୋଇଛି। କେବଳ ବିବାହ ଉତ୍ସବରେ ସର୍ବାଧିକ ୫୦ଜଣ ଓ ଅନ୍ତିମ ସଂସ୍କାର କାର୍ଯ୍ୟରେ ସର୍ବାଧିକ ୨୦ଜଣ ଲୋକ ଏକଜୁଟ୍ ହୋଇପାରିବେ ବୋଲି କୋଭିଡ-୧୯ ଗାଇଡଲାଇନରେ ଉଲ୍ଲେଖ ରହିଛି। ତେବେ ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ଏଭଳି ସାମାଜିକ କାର୍ଯ୍ୟକ୍ରମ କିଭଳି ଆୟୋଜନ କରାଗଲା ଓ କୋଭିଡ୍ ଗାଇଡଲାଇନକୁ ରାଜଭବନ ପରିସରରେ ବିଜେଡି ନେତା ଓ ଓଲିଉଡ୍ ଅଭିନେତ୍ରୀମାନେ ଖୋଲା ଉଲ୍ଲଘଂନ କରିବାର ସାହାସ କିଭଳି କଲେ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ, କରୋନା ମୁକାବିଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ବିରୁଦ୍ଧରେ ଗତ ସପ୍ତାହରେ ୧୨ଟି ରାଜନୀତିକ ଦଳ ପ୍ରତିବାଦ କରିବାବେଳେ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଘଂନ କରିଥିବାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ କିଛି ନେତାଙ୍କୁ ଜୋରିମାନା ଦେବାକୁ ପଡ଼ିଥିଲା। ସେହିପରି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ସାମାଜିକ ଦୂରତ୍ୱ ଭାଙ୍ଗିବା କାରଣରୁ ଜୋରିମାନା ଦେଇଥିଲେ।

ଏବେ ବିଜେଡି ସାଂସଦ ଶ୍ରୀ ସାମନ୍ତ ଓ ଉପସଭାପତି ଶ୍ରୀ ପାଟ୍ଟଶାଣୀ ସାମାଜିକ ଦୂରତ୍ୱ ନିୟମ ଓ କୋଭିଡ୍ ଗାଇଡଲାଇନକୁ ଭାଙ୍ଗିଥିଲେ ମଧ୍ୟ ସେମାନଙ୍କ ପ୍ରତି ଉଭୟ ଭୁୂବନେଶ୍ୱର ମହାନଗର ନିଗମ ଓ କମିଶନରେଟ ପୁଲିସ୍ ଆଖିବୁଜି ଦେଇଛି। ଗତ ସପ୍ତାହରେ ମଧ୍ୟ ବିଜେଡିର ପ୍ରଭାବଶାଳୀ ବିଧାୟକ ତଥା ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ନିଜର ଜନ୍ମଦିନ କେକ୍ କଟିବା ସମୟରେ ବି ଅନୁରୂପ ଭାବେ କୋଭିଡ୍ ନିୟମକୁ ଖୋଲାଖୋଲି ଉଲ୍ଳଘଂନ କରିଥିଲେ। ମନ୍ଦିରରେ ପୂଜାର୍ଚ୍ଚନା ଉପରେ କଟକଣା ଥିବା ସତ୍ତ୍ୱେ ତାଙ୍କ ପାଇଁ ବି ସେହିଦିନ ମନ୍ଦିର ଖୋଲିଥିଲା। ଏନେଇ ଗଣମାଧ୍ୟମରେ ପ୍ରକାଶିତ ସତ୍ତ୍ୱେ ତାଙ୍କୁ ଏପର୍ଯ୍ୟନ୍ତ ନୋଟିସଟିଏ ବି ପଠାଯାଇପାରିନି। ଜୋରିମାନା ଆଦାୟ କରିବା ଦୂରର କଥା।

ଅନ୍ୟପକ୍ଷରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗୃହ ମନ୍ତ୍ରଣାଳୟର ଗାଇଡଲାଇନ ଅନୁସାରେ ଲୋକଙ୍କୁ ଏକତ୍ରିତ ହେବା ପାଇଁ ମନା କରାଯାଇଛି। ରାଜନୀତିକ ଓ ସାମାଜିକ କାର୍ଯ୍ୟକ୍ରମ ଓ ବିକ୍ଷୋଭ ସମ୍ପୂର୍ଣ୍ଣ ଭାବେ ବେଆଇନ। ଏଭଳି କାର୍ଯ୍ୟ ପାଇଁ ଏକତ୍ରିତ ହେଲେ ଦଣ୍ଡବିଧାନ କରାଯିବ। ପୂର୍ବରୁ ଏମିତି କିଛି ଘଟଣାରେ ଜୋରିମାନା କରାଯାଇଛି। ଆଗକୁ ବି ହେବ। ଏଭଳି କାର୍ଯ୍ୟରେ ଲୋକଙ୍କୁ ସାମିଲ ନହେବା ପାଇଁ ବିଏମସି କମିଶନର ଶ୍ରୀ ଚୌଧୁରୀ ଅପିଲ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story