ଏଏସ୍‌ଓ ପରୀକ୍ଷାକୁ ନେଇ ହାଇକୋର୍ଟରେ ଆଉ ଏକ ମାମଲା, ଓପିଏସ୍‌ସି ଦେବ ଜବାବ

କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ଏଏସ୍‌ଓ ପରୀକ୍ଷାକୁ ନେଇ ଥମୁନି ଝାମେଲା। ଏହି ପରୀକ୍ଷାକୁ ନେଇ ହାଇକୋର୍ଟରେ ପୁଣି ଏକ ମାମଲା ହୋଇଛି। ହାଇକୋର୍ଟରେ ସାନି ମାମଲା ଦାୟର କରିଛନ୍ତି କିଛି ପରୀକ୍ଷାର୍ଥୀ। ଚୟନ ପାଇଁ ବିଷୟ ଭିତ୍ତିକ ସର୍ବନିମ୍ନ ମାର୍କ ବ୍ୟବସ୍ଥା ଉଚ୍ଛେଦକୁ ଦାବି କରି ହାଇକୋର୍ଟରେ ଆବେଦନ କରିଛନ୍ତି କିଛି ପରୀକ୍ଷାର୍ଥୀ। ବିଷୟ ଭିତ୍ତିକ ସର୍ବନିମ୍ନ ମାର୍କ ଉଠାଇ ମେରିଟ ଲିଷ୍ଟ ପ୍ରକାଶ କରିବାକୁ ଦାବି କରାଯାଇଛି। ସେପଟେ […]

high-court

  • Published: Wednesday, 30 November 2022
  • , Updated: 30 November 2022, 05:22 PM IST

କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ଏଏସ୍‌ଓ ପରୀକ୍ଷାକୁ ନେଇ ଥମୁନି ଝାମେଲା। ଏହି ପରୀକ୍ଷାକୁ ନେଇ ହାଇକୋର୍ଟରେ ପୁଣି ଏକ ମାମଲା ହୋଇଛି। ହାଇକୋର୍ଟରେ ସାନି ମାମଲା ଦାୟର କରିଛନ୍ତି କିଛି ପରୀକ୍ଷାର୍ଥୀ। ଚୟନ ପାଇଁ ବିଷୟ ଭିତ୍ତିକ ସର୍ବନିମ୍ନ ମାର୍କ ବ୍ୟବସ୍ଥା ଉଚ୍ଛେଦକୁ ଦାବି କରି ହାଇକୋର୍ଟରେ ଆବେଦନ କରିଛନ୍ତି କିଛି ପରୀକ୍ଷାର୍ଥୀ। ବିଷୟ ଭିତ୍ତିକ ସର୍ବନିମ୍ନ ମାର୍କ ଉଠାଇ ମେରିଟ ଲିଷ୍ଟ ପ୍ରକାଶ କରିବାକୁ ଦାବି କରାଯାଇଛି।

ସେପଟେ ହାଇକୋର୍ଟ ନିବେଦନକୁ ଗ୍ରହଣ କରି OPSCକୁ ଆବେଦନର କପି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନା ଥାଉକି, ଏହି ପରୀକ୍ଷା ପରିଚାଳନା ଓ ରେଜଲ୍ଟ ବାହାରିବାକୁ ନେଇ ପରୀକ୍ଷାର୍ଥୀଙ୍କ ଭିତରେ ପୂର୍ବରୁ ଅସନ୍ତୋଷ ଦେଖାଦେଇଥିଲା। ପରୀକ୍ଷା ଫଳ ପ୍ରକାଶରେ ଅନିୟମିତତା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଯାହାକୁ ଓପିଏସ୍‌ସି ଖଣ୍ଡନ କରିଥିଲା। ସେପଟେ ଏହି ମାମଲା ମଧ୍ୟ ହାଇକୋର୍ଟକୁ ଯାଇଥିଲା।

Related story