Advertisment

ସ୍କୁଲ ଖୋଲିବ, ପଢ଼ାଇବ କିଏ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାନୁଆରୀ ୮ ତାରିଖରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠ ପଢ଼ା ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ସରକାର ଗାଇଡ୍‌ଲାଇନ ଜାରି କରିଛନ୍ତି। ଏହା ଉପରେ ଆଜି ଓଷ୍ଟା ପ୍ରତିକ୍ରିୟା ରଖିଛି। ସ୍କୁଲ ଖୋଲିବ କିନ୍ତୁ ପଢ଼ାଇବ କିଏ ବୋଲି ଓଷ୍ଟା ପ୍ରଶ୍ନ କରିଛି। ଓଷ୍ଟା ପକ୍ଷରୁ କୁହାଯାଇଛି, ଗାଇଡଲାଇନ ଅନୁସାରେ ପ୍ରତି ଶ୍ରେଣୀ ଗୃହରେ ୨୦ରୁ ୨୫ ଛାତ୍ରଛାତ୍ରୀ ପାଠ ପଢ଼ିବେ। ୧୦୦ରୁ ଊର୍ଦ୍ଧ୍ୱ ପିଲା ଥିଲେ ୪ କିମ୍ବା […]

ଅଦ୍ୟତନ ହୋଇଛି
୧୦ରୁ ଅନ୍‌ଲାଇନ୍‌ରେ ହେବ ମାଟ୍ରିକ ଫର୍ମ ପୂରଣ

school

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାନୁଆରୀ ୮ ତାରିଖରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠ ପଢ଼ା ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ସରକାର ଗାଇଡ୍‌ଲାଇନ ଜାରି କରିଛନ୍ତି। ଏହା ଉପରେ ଆଜି ଓଷ୍ଟା ପ୍ରତିକ୍ରିୟା ରଖିଛି। ସ୍କୁଲ ଖୋଲିବ କିନ୍ତୁ ପଢ଼ାଇବ କିଏ ବୋଲି ଓଷ୍ଟା ପ୍ରଶ୍ନ କରିଛି।

Advertisment

ଓଷ୍ଟା ପକ୍ଷରୁ କୁହାଯାଇଛି, ଗାଇଡଲାଇନ ଅନୁସାରେ ପ୍ରତି ଶ୍ରେଣୀ ଗୃହରେ ୨୦ରୁ ୨୫ ଛାତ୍ରଛାତ୍ରୀ ପାଠ ପଢ଼ିବେ। ୧୦୦ରୁ ଊର୍ଦ୍ଧ୍ୱ ପିଲା ଥିଲେ ୪ କିମ୍ବା ୫ଟି ଶ୍ରେଣୀ ଗୃହରେ ପଢ଼ାଇବାକୁ ପଡ଼ିବ। ରାଜ୍ୟରେ ଶିକ୍ଷକ ଅଭାବ ଥିବା ବେଳେ ଏହା କେମିତି ସମ୍ଭବ ବୋଲି ଓଷ୍ଟା ପ୍ରଶ୍ନ କରିଛି। ବର୍ତ୍ତମାନ ରାଜ୍ୟରେ ଜଣେ ଜଣେ ଶିକ୍ଷକରେ କେତେକ ସ୍କୁଲ ଚାଲିଛି। ଅନେକ ସ୍କୁଲରେ ଗଣିତ, ବିଜ୍ଞାନ ଓ ଇଂରାଜୀ ଶିକ୍ଷକ ନାହାନ୍ତି। ତେଣୁ ତୁରନ୍ତ ଶିକ୍ଷକ ପଦବୀ ପୂରଣ କରିବାକୁ ଓଷ୍ଟା ଦାବି କରିଛି। ଅଭାବ ପୂରଣ ପାଇଁ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ଲାଗି ଦେଲା ପରାମର୍ଶ ଦିଆଯାଇଛି। ରବିବାରକୁ ଶିକ୍ଷାଦାନରୁ ମୁକ୍ତ ରଖିବାକୁ ନିବେଦନ କଲା ଓଷ୍ଟା।

ରାଜ୍ୟରେ  କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସ୍କୁଲ ଗୁଡ଼ିକ ଖୋଲିବ। ଏପରିକି କଣ୍ଟେନମେଣ୍ଟ ଜୋନରୁ କୌଣସି ଶିକ୍ଷକ ଓ ପିଲା ସ୍କୁଲ ଆସିପାରିବେ ନାହିଁ। ସ୍କୁଲ ଖୋଲିବା ପୂର୍ବରୁ ଆସବାବପତ୍ର, ଲାଇବ୍ରେରୀ ଇତ୍ୟାଦି ସାନିଟାଇଜ କରାଯିବ। ପାଇଖାନା ଓ ପାନୀୟ ଜଳ ବ୍ୟବସ୍ଥା ନଥିବା ସ୍କୁଲ ଖୋଲିପାରିବନି। ସ୍କୁଲ ବସ୍ ବଦଳରେ ଅଭିଭାବକ ପିଲାଙ୍କୁ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। କୌଣସି ପିଲାଙ୍କୁ ସ୍କୁଲକୁ ଆସିବାକୁ ବାଧ୍ୟ କରାଯାଇ ପାରିବନାହିଁ।

Advertisment
Corona In Odisha COVID Guideline
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe