Advertisment

୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ଏସ୍‌ଟିଏଫ୍‌

ଟେଲିକମ୍‌ ପ୍ରୋଭାଇଡରଙ୍କୁ ମଧ୍ୟ ସ୍କାନରକୁ ନେଇଛି STF। ଟ୍ରାଞ୍ଜାକ୍ସନ ଯାଞ୍ଚ ପାଇଁ ନ୍ୟାସନ୍ୟାଲ ପେମେଣ୍ଟ କର୍ପୋରେସନକୁ STF ଚିଠି ଲେଖିଛି। ଖୁବଶୀଘ୍ର ଅଭିଯୁକ୍ତଙ୍କ ମୋବାଇଲ ଫରେନସିକ ଲ୍ୟାବକୁ ଯିବ। ଏ ନେଇ NIA ଓ IBକୁ ଏସ୍‌ଟିଏଫ୍‌ ସମସ୍ତ ତଥ୍ୟ ଦେଇଛି।

author-image
Manoranjan Sial
ଅଦ୍ୟତନ ହୋଇଛି
STF

STF

ଓଡ଼ିଶା ସିମ୍‌ ପାକିସ୍ତାନ ରେ ଅପରେଟ୍‌ ଘଟଣାର ଗିରଫ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଲା ଏସଟିଏଫ୍‌। ଆଜିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୩ ଦିନ ଲାଗି ରିମାଣ୍ଡରେ ନେଇ ପଚରା ଉଚରା କରିବା ପାଇଁ STFକୁ କୋର୍ଟ ଅନୁମତି ଦେଇଛନ୍ତି। ଗିରଫ ତିନି ଅଭିଯୁକ୍ତ ପଠାଣି ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ, ସୌମ୍ୟ ପଟ୍ଟନାୟକ ଆଜି STF ରିମାଣ୍ଡରେ ନେଇଛି।

Advertisment

ସେପଟେ ଟେଲିକମ୍‌ ପ୍ରୋଭାଇଡରଙ୍କୁ ମଧ୍ୟ ସ୍କାନରକୁ ନେଇଛି STF। ଟ୍ରାଞ୍ଜାକ୍ସନ ଯାଞ୍ଚ ପାଇଁ ନ୍ୟାସନ୍ୟାଲ ପେମେଣ୍ଟ କର୍ପୋରେସନକୁ STF ଚିଠି ଲେଖିଛି। ଖୁବଶୀଘ୍ର ଅଭିଯୁକ୍ତଙ୍କ ମୋବାଇଲ ଫରେନସିକ ଲ୍ୟାବକୁ ଯିବ। ଏ ନେଇ NIA ଓ IBକୁ ଏସ୍‌ଟିଏଫ୍‌ ସମସ୍ତ ତଥ୍ୟ ଦେଇଛି।

ଗତ ୧୪ ତାରିଖରେ ଏସ୍‌ଟିଏଫ୍‌ ୩ ଜଘନ୍ୟ ଦେଶଦ୍ରୋହୀ ଅପରାଧୀଙ୍କୁ ଗିରଫ କରିଥିଲା। ସିମ୍ କାର୍ଡ ମାଧ୍ୟମରେ ଏକାଧିକ OTP ଜେନେରେଟ୍ କରି ବିଭିନ୍ନ ଅପରାଧିକ ଓ ଅସମାଜିକ ସଂସ୍ଥାକୁ ବିକ୍ରି କରୁଥିଲେ।

Advertisment

STFର ସୂଚନା ଅନୁସାରେ ଏମାନେ ଅନ୍ୟମାନଙ୍କ ନାଁରେ ବିପୁଳ ପରିମାଣରେ ପ୍ରିଆକ୍ଟିଭ୍ ସିମ୍ କିଣୁଥିଲେ। ସେଥିରୁ OTP ଜେନେରେଟ୍ କରି ଭାରତରେ ଥିବା ପାକିସ୍ତାନୀ ଏଜେଣ୍ଟଙ୍କୁ ବିକ୍ରି କରୁଥିଲେ। ଆଉ ତା’ ବଦଳରେ ବିପୁଳ ଟଙ୍କା ରୋଜଗାର କରୁଥିଲେ। ଏହି ଓଟିପି ବ୍ୟବହାର କରି ଅପରାଧିକ ସଂସ୍ଥାଗୁଡିକ ହ୍ୱାଟସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ ଭଳି ସୋଶାଲ୍ ମିଡିଆ ଆକାଉଣ୍ଟ୍ ଚଲାଇବା ସହିତ ଅନଲାଇନ୍ ସପିଂ ମଧ୍ୟ କରୁଥିଲେ। ଖାଲି ସେତିକି ନୁହେଁ, ଦେଶ ବିରୋଧୀ ଷଡ଼ଯନ୍ତ୍ର ସାଙ୍ଗକୁ ହନିଟ୍ରାପ୍, ସେକ୍ସଟୋରେସନ ଭଳି କାମ ପାଇଁ ମଧ୍ୟ ଉସକାଉଥିଲେ। ଗିରଫ ଅଭିଯୁକ୍ତଙ୍କଠାରୁ ଏସ୍‌ଟିଏଫ୍‌ ୧୯ଟି ଦାମୀ ମୋବାଇଲ, ୪୭ଟି ସିମ କାର୍ଡ, ୬୧ ଏଟିଏମ କାର୍ଡ଼ ଏବଂ ୨୩ଟି ସିମ କଭର ସହ ଲାପଟପ ଜବତ କରାଯାଇଥିଲା।

Crime STF