Advertisment

ଅରିନ୍ଦମଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲା ଓଟିଭି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ମୁଣ୍ଡଳିରେ ଓଡ୍ରାଫ୍ ବୋଟ୍ ବୁଡ଼ି ଘଟଣାରେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ (୩୯)ଙ୍କ ମୃତ୍ୟୁ ଘଟିଥିବା ବେଳେ କମ୍ପାନୀ ତରଫରୁ ତାଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ଓଟିଭି ପରିଚାଳନା ନିର୍ଦ୍ଦେଶକ ଜଗି ମଙ୍ଗତ ପଣ୍ଡା ଏହି ଘୋଷଣା କରିଛନ୍ତି। ଶ୍ରୀମତୀ ପଣ୍ଡା କହିଛନ୍ତି, ଅରିନ୍ଦମଙ୍କ ଅକାଳ ବିୟୋଗ ଏକ ଅପୂରଣୀୟ କ୍ଷତି। କେବଳ ମୋ ପାଇଁ ନୁହେଁ, ପୂରା ଅନୁଷ୍ଠାନ ପାଇଁ ଏହା […]

ଅଦ୍ୟତନ ହୋଇଛି
ଅରିନ୍ଦମଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲା ଓଟିଭି

Late Arindam Das

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ମୁଣ୍ଡଳିରେ ଓଡ୍ରାଫ୍ ବୋଟ୍ ବୁଡ଼ି ଘଟଣାରେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ (୩୯)ଙ୍କ ମୃତ୍ୟୁ ଘଟିଥିବା ବେଳେ କମ୍ପାନୀ ତରଫରୁ ତାଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ଓଟିଭି ପରିଚାଳନା ନିର୍ଦ୍ଦେଶକ ଜଗି ମଙ୍ଗତ ପଣ୍ଡା ଏହି ଘୋଷଣା କରିଛନ୍ତି।

Advertisment

ଶ୍ରୀମତୀ ପଣ୍ଡା କହିଛନ୍ତି, ଅରିନ୍ଦମଙ୍କ ଅକାଳ ବିୟୋଗ ଏକ ଅପୂରଣୀୟ କ୍ଷତି। କେବଳ ମୋ ପାଇଁ ନୁହେଁ, ପୂରା ଅନୁଷ୍ଠାନ ପାଇଁ ଏହା ଅପୂରଣୀୟ କ୍ଷତି। ଆଉ ଜଣେ ଅରିନ୍ଦମ କେବେ ବି ସୃଷ୍ଟି ହୋଇପାରିବେ ନାହିଁ।

ସେ ଆହୁରି କହିଛନ୍ତି, କୌଣସି ଆର୍ଥିକ ସହାୟତା ଏହି ଅପୂରଣୀୟ କ୍ଷତିର ଭରଣା କରିପାରିବ ନାହିଁ। ତାଙ୍କ ପରିବାର ଏବେ ଆମ ପରିବାର। ତାଙ୍କ ପରିବାରର ସମସ୍ତ ଦାୟିତ୍ୱ ଏବେ ଆମର।

Advertisment

ଅରିନ୍ଦମଙ୍କ ପାର୍ଥିବ ଶରୀରକୁ କଟକ ବଡ଼ ଡାକ୍ତରଖାନାରୁ ଓଟିଭି ଅଫିସ୍‌କୁ ଅଣାଯାଇଥିଲା। ଏଠାରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ନିଜର ଜଣେ ସାହସୀ ତଥ୍ୟ ଦକ୍ଷ ସହଯୋଗୀଙ୍କୁ ହରାଇ ସମସ୍ତ କର୍ମଚାରୀ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ସମସ୍ତେ ତାଙ୍କୁ ଏଠାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଓଟିଭି ଅଫିସ୍‌ରୁ ତାଙ୍କ ପାର୍ଥିବ ଶରୀରକୁ ଜୟଦେବ ଭବନ ନିକଟକୁ ନିଆଯାଇଥିଲା। ସେଠାରେ ଗଣମାଧ୍ୟମ ପ୍ରତିନିଧି ଓ ରାଜନେତାଙ୍କ ସହିତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ତାଙ୍କର ଶେଷ ଦର୍ଶନ କରିଥିଲେ। ତା’ପରେ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମଭୂମି କେନ୍ଦୁଝରକୁ ନିଆଯାଇଛି। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ସୂଚନଯୋଗ୍ୟ, ମୁଣ୍ଡଳି ବ୍ରିଜ୍ ନିକଟରେ ଏକ ହାତୀ ଫସି ରହିଥିବା ବେଳେ ଅରିନ୍ଦମ କ୍ୟାମେରା ପର୍ସନ ପ୍ରଭାତ ସିହ୍ନାଙ୍କ ସହିତ ସେଠାକୁ ରିପୋର୍ଟିଂ କରିବା ପାଇଁ ଯାଇଥିଲେ। ଓଡ୍ରାଫ୍ ଟିମ୍ ବୋଟ୍‌ରେ ହାତୀକୁ ଘଉଡ଼ାଇକୁ ନଦୀ ଭିତରକୁ ଯାଇଥିଲା। ଅରିନ୍ଦମ ଓ ପ୍ରଭାତ ବି ସେମାନଙ୍କ ସହିତ ଯାଇଥିଲେ। ଆଉ ସେହି ସମୟରେ ବୋଟ୍‌ଟି ଓଲଟି ପଡ଼ିଥିଲା। ଏଥିରେ ଅରିନ୍ଦମଙ୍କ ମୃତ୍ୟୁ ଘଟିଥିବା ବେଳେ ଓଡ୍ରାଫ୍ ଟିମ୍‌ର ଜଣେ କର୍ମଚାରୀ ନିଖୋଜ ଅଛନ୍ତି। ସେହିଭଳି ଓଟିଭିର କ୍ୟାମେରା ପର୍ସନ ପ୍ରଭାତ ସିହ୍ନାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଓଡ୍ରାଫ୍‌ର ଆଉ ୩ ସଦସ୍ୟ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି।

Elephant Rescue Operation Elephant Trapped In Mahanadi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe