Advertisment

ପୁଅ ନଆସିଲା ଯାଏ ଖାଇବିନି; ମନୋରଞ୍ଜନଙ୍କ ମାଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୋ ପୁଅକୁ ନଛାଡ଼ିବା ଯାଏ ମୁଁ କିଛି ଖାଇବିନି। ଏମିତି ବସି ରହିବି। ଯେତେବେଳେ ମୋ ପୁଅ ଆସିବ, ମୁଁ ଯାଇ ଖାଇବି।” ଓଟିଭି ସିଏଫ୍‌ଓ (ଚିଫ୍ ଫାଇନାନ୍ସ ଅଫିସର)ମନୋରଂଜନ ଷଡ଼ଙ୍ଗୀଙ୍କୁ କ୍ରାଇମବ୍ରାଞ୍ଚ ଘରୁ ଉଠାଇ ନେବା ପରେ ତାଙ୍କ ୮୪ ବର୍ଷୀୟ ମାଆ କାନ୍ଦି କାନ୍ଦି ଏମିତି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି- “କିଛି କହିଲେନି, ଘରେ ପଶି ମୋ ପୁଅକୁ ନେଇଗଲେ। ସକାଳୁ କେହି ଚା ପିଇନୁ କି କେହି କିଛି […]

ଅଦ୍ୟତନ ହୋଇଛି
ପୁଅ ନଆସିଲା ଯାଏ ଖାଇବିନି; ମନୋରଞ୍ଜନଙ୍କ ମାଆ

manoranjans-mother

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୋ ପୁଅକୁ ନଛାଡ଼ିବା ଯାଏ ମୁଁ କିଛି ଖାଇବିନି। ଏମିତି ବସି ରହିବି। ଯେତେବେଳେ ମୋ ପୁଅ ଆସିବ, ମୁଁ ଯାଇ ଖାଇବି।” ଓଟିଭି ସିଏଫ୍‌ଓ (ଚିଫ୍ ଫାଇନାନ୍ସ ଅଫିସର)ମନୋରଂଜନ ଷଡ଼ଙ୍ଗୀଙ୍କୁ କ୍ରାଇମବ୍ରାଞ୍ଚ ଘରୁ ଉଠାଇ ନେବା ପରେ ତାଙ୍କ ୮୪ ବର୍ଷୀୟ ମାଆ କାନ୍ଦି କାନ୍ଦି ଏମିତି ପ୍ରତିକ୍ରିୟା ଦେଇଛନ୍ତି।

Advertisment

ସେ କହିଛନ୍ତି- “କିଛି କହିଲେନି, ଘରେ ପଶି ମୋ ପୁଅକୁ ନେଇଗଲେ। ସକାଳୁ କେହି ଚା ପିଇନୁ କି କେହି କିଛି ଏଯାଏ ଖାଇନୁ। ମୋ ପୁଅକୁ ସେମାନେ କାହିଁକି ନେଇଗଲେ?”

ଆଜି ସକାଳେ ଓଟିଭି ସିଏଫଓ ମନୋରଞ୍ଜନ ଷଡଙ୍ଗୀଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ। ବିନା ନୋଟିସରେ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିବା ଜଣାପଡ଼ିଛି। ବହୁ ସମୟ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ପରିବାରକୁ ସୂଚନା ଦିଆଯାଇନାହିଁ। କେଉଁ କାରଣରୁ ତାଙ୍କୁ ଉଠାଇ ନିଆଯାଇଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
ଏହା ପୂର୍ବରୁ ମଧ୍ୟ ମନୋରଂଜନ ଷଡ଼ଙ୍ଗୀଙ୍କୁ ଓଟିଭି ଅଫିସରରେ ପଚରା ଉଚରା କରାଯାଇଥିଲା। ଏପରିକି ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନାକୁ ଡାକି ମଧ୍ୟ ପଚରା ଉଚରା କରାଯାଇଥିଲା।

Advertisment
Odisha Police Otv
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe