ଓଟିଭିର ରାୟଗଡ଼ା ପ୍ରତିନିଧି ମନୋଜ ପାତ୍ରଙ୍କ ପରଲୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଟିଭିର ରାୟଗଡ଼ା ଜିଲ୍ଲା ପ୍ରତିନିଧି ମନୋଜ ପାତ୍ରଙ୍କ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା୩୦ରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ହୋଇଥିଲା। ଗତକାଲି ମନୋଜ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ମନୋଜଙ୍କ ପରଲୋକ ଘଟିଛି। ୨୦୦୯ ମସିହାରୁ ଓଟିଭି ପାଇଁ କାର୍ଯ୍ୟରତ ଥିଲେ ମନୋଜ । ଏହା ପୂର୍ବରୁ ସେ ଏକ ଅଗ୍ରଣୀ ଓଡ଼ିଆ ଖବରକାଗଜରେ ରିପୋର୍ଟର ଭାବେ […]

Monoj patra

Tapaswini Nayak
  • Published: Tuesday, 14 December 2021
  • , Updated: 14 December 2021, 02:03 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଟିଭିର ରାୟଗଡ଼ା ଜିଲ୍ଲା ପ୍ରତିନିଧି ମନୋଜ ପାତ୍ରଙ୍କ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା୩୦ରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ହୋଇଥିଲା।

ଗତକାଲି ମନୋଜ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ମନୋଜଙ୍କ ପରଲୋକ ଘଟିଛି।

୨୦୦୯ ମସିହାରୁ ଓଟିଭି ପାଇଁ କାର୍ଯ୍ୟରତ ଥିଲେ ମନୋଜ । ଏହା ପୂର୍ବରୁ ସେ ଏକ ଅଗ୍ରଣୀ ଓଡ଼ିଆ ଖବରକାଗଜରେ ରିପୋର୍ଟର ଭାବେ କାର୍ଯ୍ୟ କରୁଥିଲେ। ଦୀର୍ଘ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଜଣେ ଆଗଧାଡ଼ିର ସାମ୍ବାଦିକ ଭାବେ ନିଜକୁ ପରିଚିତ କରି ପାରିଥିଲେ।

ମନୋଜଙ୍କ ହଠାତ୍‌ ମୃତ୍ୟୁ ଯୋଗୁ ତାଙ୍କ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ସମଗ୍ର ରାୟଗଡ଼ା ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ମନୋଜ ପାତ୍ରଙ୍କ ପରଲୋକରେ ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ଅନ୍ୟପକ୍ଷରେ ଚିକିତ୍ସା ଅବହେଳା ଓ ଡାକ୍ତରଙ୍କ ଅଜ୍ଞତା ଯୋଗୁ ମନୋଜଙ୍କର ମୃତ୍ୟୁ ଘଟିଥିବା ତାଙ୍କ ଭାଇ ବିନୋଦ ଓ ପୁତୁରା ଚିନ୍ମୟ ପାତ୍ର ଅଭିଯୋଗ କରିଛନ୍ତି।

ସେମାନେ କହିଛନ୍ତି, ମନୋଜ ଅସୁସ୍ଥ ହୋଇପଡ଼ିବାରୁ ଗତକାଲି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ରାତି ସାଢ଼େ ୯ରୁ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଡାକ୍ତର ତାଙ୍କୁ ଦେଖିଥିଲେ। ସକାଳେ ଜଣେ ମହିଳା ଡାକ୍ତର ସବୁକିଛି ଠିକ୍ ଅଛି କହି ଘରକୁ ପଠାଇ ଦେଇଥିଲେ। ଘରେ ପହଞ୍ଚିବା ପରେ ଦିନ ୧୦ଟା ସମୟରେ  ମନୋଜ ଚେତାଶୂନ୍ୟ ହୋଇପଡ଼ିଥିଲେ।  ପୁଣି ତାଙ୍କୁ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା  କରିଥିଲେ।

Related story