ଖୋଲିଲା ଡିଏମ୍‌ଏଫ୍‌ ଗୁମର: ଆଦାୟ ୫୫୯୯ କୋଟି ଟଙ୍କା, ଖର୍ଚ୍ଚ ମାତ୍ର ୮୮୫ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଟି କୋଟି ଟଙ୍କା ପଡ଼ିରହିଛି। ହେଲେ ଖର୍ଚ୍ଚ କରିପାରୁନାହାନ୍ତି ରାଜ୍ୟ ସରକାର। ଖଣି-ଖାଦାନ ଜିଲ୍ଲାର ବିକାଶ ପାଇଁ ଉଦ୍ଦିଷ୍ଟ ଡିଷ୍ଟ୍ରିକ୍ଟି ମିନେରାଲ୍ ଫଣ୍ଡ୍‌ (DMF)ରେ କୋଟି କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ଏହାକୁ ଆୟୁଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ବଲାଙ୍ଗିର ସଭାରେ ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଇଛି ୨୧୫ ନମ୍ୱର ଜାତୀୟ ରାଜପଥ। ଏହି ଜିଲ୍ଲା ବରସୁଆଁ, କୋଇଡା ଓ ଚୂନାଘାଟି ଅଞ୍ଚଳକୁ […]

dmfc

dmfc

Manoranjan Sial
  • Published: Wednesday, 16 January 2019
  • Updated: 16 January 2019, 08:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଟି କୋଟି ଟଙ୍କା ପଡ଼ିରହିଛି। ହେଲେ ଖର୍ଚ୍ଚ କରିପାରୁନାହାନ୍ତି ରାଜ୍ୟ ସରକାର। ଖଣି-ଖାଦାନ ଜିଲ୍ଲାର ବିକାଶ ପାଇଁ ଉଦ୍ଦିଷ୍ଟ ଡିଷ୍ଟ୍ରିକ୍ଟି ମିନେରାଲ୍ ଫଣ୍ଡ୍‌ (DMF)ରେ କୋଟି କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ଏହାକୁ ଆୟୁଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ବଲାଙ୍ଗିର ସଭାରେ ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ।

ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଇଛି ୨୧୫ ନମ୍ୱର ଜାତୀୟ ରାଜପଥ। ଏହି ଜିଲ୍ଲା ବରସୁଆଁ, କୋଇଡା ଓ ଚୂନାଘାଟି ଅଞ୍ଚଳକୁ ଯାଇଥିବା ରାସ୍ତାର ଅବସ୍ଥା ଦୟନୀୟ। ଖାଲ ଖମାରେ ପରିପୂର୍ଣ୍ଣ ଏହି ରାସ୍ତା। ଯାହାଫଳରେ ପ୍ରତିଦିନ ଦୁର୍ଘଟଣା ଘଟି ଜୀବନ ଯାଉଛି। ଏହାଛଡ଼ା ଆଉ କେଉଁଠି ଲୋକେ ପାଣି ମୁନ୍ଦାଏ ପାଉନାହାନ୍ତି। ହେଲେ ଜିଲ୍ଲାର ବିକାଶ ପାଇଁ ଥିବା DMF ଖର୍ଚ୍ଚ ହୋଇପାରୁନାହିଁ। ଜିଲ୍ଲାର ବିକାଶ ପାଇଁ DMFରେ ପ୍ରାୟ ୧୨ଶହ କୋଟି ଟଙ୍କା ଅଛି। ସେଥିମଧ୍ୟରୁ ୨୫୦ କୋଟି ଖର୍ଚ୍ଚ ହୋଇଛି। ବାକି ଅର୍ଥ ଏବେବି ମହଜୁଦ୍‌ ରହିଛି। କେବଳ ସୁନ୍ଦରଗଡ଼ ଜିଲ୍ଲା ନୁହେଁ, ଅନୁଗୋଳ, ଯାଜପୁର, ଝାରସୁଗୁଡା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ରାୟଗଡ଼ା ଭଳି ୮ଟି ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି।

DMFକୁ ନେଇ ଡିସେମ୍ବର ୨୭ ତାରିଖରେ ଲୋକସଭାରେ କେନ୍ଦ୍ର ଖଣି ମନ୍ତ୍ରୀ ଉତ୍ତରରେ କହିଥିଲେ, ଗତ ଅକ୍ଟୋବର ଶେଷ ସୁଦ୍ଧା ଦେଶରେ ଡିଏମ୍ଏଫ୍ ବାବଦକୁ ଓଡ଼ିଶାରେ ସର୍ବାଧିକ ୫ ହଜାର ୫୯୯ କୋଟି ୫୧ ଲକ୍ଷ ସଂଗ୍ରହ କରଯାଇଛି। ହେଲେ ଖର୍ଚ୍ଚ ହୋଇଛି ମାତ୍ର ୮୮୫ କୋଟି ୩୮ ଲକ୍ଷ ଟଙ୍କା।

ଡିଏମ୍ଏଫ୍ ଅର୍ଥରେ ରାଜ୍ୟ ସରକାର ୬ ହଜାର ୪୩୮ କୋଟିର ୧୧ ହଜାର ୪୩୪ଟି ପ୍ରକଳ୍ପ ହାତକୁ ନେଇଛନ୍ତି। ତାଲିକା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଭିତ୍ତିଭୂମି, ଜଳସେଚନ, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ଦକ୍ଷତା ବିକାଶ ଭଳି ଅତି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏହି ଟଙ୍କା ଖର୍ଚ୍ଚ ହେବ। ହେଲେ ଏନେଇ ରାଜ୍ୟ ସରକାର କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ତାହା ଉଲ୍ଲେଖ ନାହିଁ।

ସେପଟେ ରାଜ୍ୟ ସରକାର ଡିଏମ୍ଏଫ୍ ଟଙ୍କା ଖର୍ଚ୍ଚ କରିପାରୁନଥିବା ନେଇ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ। ବିଜେଡି କହିଛି ଗାଇଡ୍‌ଲାଇନ୍ସ ଅନୁସାରେ ଅର୍ଥ ଖର୍ଚ୍ଚ ହେଉଛି।

ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା କହିଛନ୍ତି-“ସୁନ୍ଦରଗଡ଼ ଡିଏମ୍‌ଏଫ୍‌ ଫଣ୍ଡରେ ପାଖାପାଖି ୫୦୦ରୁ ୬୦୦ କୋଟି ଟଙ୍କା ପଡ଼ି ରହିଛି। ପ୍ରଶାସନିକ ଅଧିକାରୀଙ୍କ ଖାମ୍‌ଖିଆଲ ନୀତି ଯୋଗୁ ଏହି ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ।”

ବିଜେପି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ କହିଛନ୍ତି-“ରାଜ୍ୟ ସରକାରଙ୍କ ବେପରୁଆ ମନୋଭାବ ଯୋଗୁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇପାରୁନାହିଁ। ଯଦି ଖର୍ଚ୍ଚ କରାଯାଇଛି, ତାହାହେଲେ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚର ନଥିପତ୍ର ସର୍ବଜନୀନ କରନ୍ତୁ।”

ବିଜେଡି ବିଧାୟକ ମହେଶ ସାହୁ କହିଛନ୍ତି-“ଡିଏମ୍‌ଏଫ୍‌ ଫଣ୍ଡରୁ ଖର୍ଚ୍ଚ ହୋଇପାରୁନାହିଁ ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଗଲେ ଠିକ୍‌ କଥା। ହେଲେ ପଠାଇଥିବା ଡିଏମ୍‌ଏଫ୍‌ର ଗାଇଡ୍‌ଲାଇନ୍‌କୁ ସେ କେବେ ପଢ଼ିଛନ୍ତି କି? ଯେଉଁଠି ଆବଶ୍ୟକତା ରହିଛି, ସେଠି ଅର୍ଥ ଖର୍ଚ୍ଚ ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story