ନିର୍ମାଣ ଶ୍ରମିକ ପାଇବେ ପକ୍କା ଘର

ଭୁବନେଶ୍ୱର: ରାଜ୍ୟର ସମସ୍ତ ପଞ୍ଜିକୃତ ନିର୍ମାଣ ଶ୍ରମିକ ପାଇବେ ପକ୍କା ଘର। ଏହି ଯୋଜନାକୁ ଆସନ୍ତା ୨୦ ତାରିଖରେ ଭୁବନେଶ୍ୱରଠାରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପକ୍କା ଘର ନିର୍ମାଣ ପାଇଁ ପ୍ରତି ନିର୍ମାଣ ଶ୍ରମିକଙ୍କ ପିଛା ଖର୍ଚ୍ଚ କରାଯିବ ୧ ଲକ୍ଷ ଟଙ୍କା। ଘର ନିର୍ମାଣ ବାବଦ ଅର୍ଥକୁ ଶ୍ରମ ବିଭାଗ ଦେବ ପଞ୍ଚାୟତରାଜ ବିଭାଗକୁ । ପଞ୍ଚାୟତରାଜ ବିଭାଗ ପକ୍ଷରୁ ପ୍ରକୃତ ହିତାଧିକାରୀ ଚୟନ କରାଯାଇ ଘର ନିର୍ମାଣ କରାଯିବ। ଶ୍ରମ ମନ୍ତ୍ରୀ […]

prafulla-malik

Rakesh Mallick
  • Published: Saturday, 06 February 2016
  • , Updated: 06 February 2016, 03:05 PM IST

[caption id="attachment_67223" align="alignleft" width="150"] ଶ୍ରମ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ[/caption]

ଭୁବନେଶ୍ୱର: ରାଜ୍ୟର ସମସ୍ତ ପଞ୍ଜିକୃତ ନିର୍ମାଣ ଶ୍ରମିକ ପାଇବେ ପକ୍କା ଘର। ଏହି ଯୋଜନାକୁ ଆସନ୍ତା ୨୦ ତାରିଖରେ ଭୁବନେଶ୍ୱରଠାରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପକ୍କା ଘର ନିର୍ମାଣ ପାଇଁ ପ୍ରତି ନିର୍ମାଣ ଶ୍ରମିକଙ୍କ ପିଛା ଖର୍ଚ୍ଚ କରାଯିବ ୧ ଲକ୍ଷ ଟଙ୍କା। ଘର ନିର୍ମାଣ ବାବଦ ଅର୍ଥକୁ ଶ୍ରମ ବିଭାଗ ଦେବ ପଞ୍ଚାୟତରାଜ ବିଭାଗକୁ । ପଞ୍ଚାୟତରାଜ ବିଭାଗ ପକ୍ଷରୁ ପ୍ରକୃତ ହିତାଧିକାରୀ ଚୟନ କରାଯାଇ ଘର ନିର୍ମାଣ କରାଯିବ।

ଶ୍ରମ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଛନ୍ତି, ରାଜ୍ୟର ନିର୍ମାଣ ଶ୍ରମିକମାନଙ୍କ ପାଇଁ ପକ୍କା ଘର ନିର୍ମାଣ କରାଯିବ। ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ନେଇ ଆଜି ଏକ ବୈଠକ ବସିଥିଲା। ସବୁ ଜିଲ୍ଲାର ଅଧିକାରୀମାନଙ୍କ ଉପସ୍ଥିତିରେ ଏନେଇ ଆଲୋଚନା କରାଯାଇଥିଲା। ହିତାଧିକାରୀମାନଙ୍କ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଯେଉଁ ନିର୍ମାଣ ଶ୍ରମିକମାନଙ୍କର ପକ୍କା ଘର ନ ଥିବ ଅବା ସେମାନେ ଅନ୍ୟ କୌଣସି ଯୋଜନାରେ ବାସଗୃହ ପାଇ ନ ଥିବେ ତା’ହେଲେ ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ।

ଶ୍ରମ ମନ୍ତ୍ରୀ କହିଛନ୍ତି, ନିର୍ମାଣ ଶ୍ରମିକମାନଙ୍କ ପାଇଁ ପକ୍କା ଘର ଯୋଜନା ପଞ୍ଚାୟତିରାଜ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯିବ। ଶ୍ରମ ବିଭାଗ ପଞ୍ଚାୟତିରାଜ ବିଭାଗକୁ ପକ୍କା ଘର ନିର୍ମାଣ ପାଇଁ ନିର୍ମାଣ ଶ୍ରମିକ ପିଛା ୧ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ। ପଂଚାୟତିରାଜ ବିଭାଗ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରି ଏହି ଅର୍ଥ ବିନିଯୋଗ କରିବ।

ସେ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ପ୍ରାୟ ୧୨ ଲକ୍ଷ ପଞ୍ଜିକୃତ ନିର୍ମାଣ ଶ୍ରମିକ ଅଛନ୍ତି।

Related story