Advertisment

ବସନ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ପାକିସ୍ତାନୀ ସୁନ୍ଦରୀ!

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଡିଆର୍‌ଡିଓର ଗୁପ୍ତ ତଥ୍ୟ ହାସଲ କରିବା ପାଇଁ ପାକିସ୍ତାନୀ ସୁନ୍ଦରୀ ଦେଉଥିଲା ବିବାହ ପ୍ରସ୍ତାବ। ସେ କୁଆଡ଼େ ବସନ୍ତ ବେହେରାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲା। ଯେଉଁଥିରେ ଉତ୍ସାହିତ ହୋଇ ସେ ସାଥୀମାନଙ୍କ ସହ ମିଶି ଡିଆର୍‌ଡିଓର ଗୁପ୍ତ ତଥ୍ୟ ସୁନ୍ଦରୀକୁ ଦେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏବେ ଏହି ଦିଗରେ ତଦନ୍ତ କରୁଛି। ସେପଟେ ଡିଆର୍‌ଡିଓର ଗୁପ୍ତ ତଥ୍ୟ ଚୋରି ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ୫ ଅଭିଯୁକ୍ତଙ୍କୁ […]

ଅଦ୍ୟତନ ହୋଇଛି
ବସନ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ପାକିସ୍ତାନୀ ସୁନ୍ଦରୀ!

Pakistan girl

Advertisment

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଡିଆର୍‌ଡିଓର ଗୁପ୍ତ ତଥ୍ୟ ହାସଲ କରିବା ପାଇଁ ପାକିସ୍ତାନୀ ସୁନ୍ଦରୀ ଦେଉଥିଲା ବିବାହ ପ୍ରସ୍ତାବ। ସେ କୁଆଡ଼େ ବସନ୍ତ ବେହେରାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲା। ଯେଉଁଥିରେ ଉତ୍ସାହିତ ହୋଇ ସେ ସାଥୀମାନଙ୍କ ସହ ମିଶି ଡିଆର୍‌ଡିଓର ଗୁପ୍ତ ତଥ୍ୟ ସୁନ୍ଦରୀକୁ ଦେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏବେ ଏହି ଦିଗରେ ତଦନ୍ତ କରୁଛି।

Advertisment

ସେପଟେ ଡିଆର୍‌ଡିଓର ଗୁପ୍ତ ତଥ୍ୟ ଚୋରି ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ୫ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଥିଲା। ସେମାନଙ୍କର ରିମାଣ୍ଡ ଅବଧି ଆଜି ଶେଷ ହୋଇଛି। ଆଜି ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ରିମାଣ୍ଡରେ ଥିବା ବେଳେ ୫ ଅଭିଯୁକ୍ତଙ୍କ ଭିତରୁ ବସନ୍ତ ବେହେରାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ ବସନ୍ତଙ୍କ ଆକାଉଣ୍ଟକୁ ଥରେ ୨୮ ହଜାର ଓ ଆଉଥରେ ୧୪ ହଜାର ଟଙ୍କା ଯାଇଛି। ହନିଟ୍ରାପରେ ଫସିଥିବା ଅଭିଯୁକ୍ତଙ୍କ ପାଖରୁ କ୍ରାଇମବ୍ରାଞ୍ଚ ୩ଟି ଲାପଟପ୍‌, ୪ ଜଣଙ୍କ ମୋବାଇଲ ଜବତ କରିଛି। ଜବତ କରାଯାଇ ସରଞ୍ଜମାରୁ ତଥ୍ୟ ସଂଗ୍ରହ ପାଇଁ ଫୋରେନ୍‌ସିକ ଲ୍ୟାବକୁ ପଠାଯାଇଛି।

ପାକିସ୍ତାନୀ ଗୁପ୍ତଚରଙ୍କୁ ଡିଆର୍‌ଡିଏର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ବାଲେଶ୍ୱର ପୁଲିସ ରାତି ଅଧିଆ ୪ ଅଭିଯୁକ୍ତଙ୍କୁ ଟେକି ଆଣିଥିଲେ। ପଚରାଉଚରା ପରେ ପୁଲିସ ଆଇଟିଆର୍‌ର ଠିକା ଏସି ଅପରେଟର ବସନ୍ତ ବେହେରା ଓ ଶେଖ୍‌ ମୁଶାଫିର, ମେନ୍‌ଗେଟ କିପର ତାପସ ନାୟକ ଏବଂ ଡିଜି ଅପରେଟର ହେମନ୍ତ କୁମାର ମିସ୍ତ୍ରୀଙ୍କୁ ଗିରଫ କରିଥିଲା। ମାମାଲାର ଗୁରୁତ୍ୱକୁ ଦେଖି ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରି ଦେଇ ଡିଆର୍‌ଡିଓର କର୍ମଚାରୀ ସଚିନ କୁମାର ଛତ୍ତାଙ୍କୁ ଗିରଫ କରିଥିଲା। ସେ ଡିଆର୍‌ଡିଓର ଜଣେ ଅଧିକାରୀଙ୍କ ଗାଡି ଚଳାଉଥିଲେ।

Advertisment

କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିଲା। ଏହା ପରେ ତଦନ୍ତରେ ସହଯୋଗ କରିବା ପାଇଁ ବାଲେଶ୍ୱରରେ ଆସି ପହଞ୍ଚିଥିଲା ଏନ୍‌ଆଇଏ। ଏଥିସହ ଏୟାରଫୋର୍ସ ଟିମ୍‌ ଗିରଫ ଅଭିଯୁକ୍ତଙ୍କୁ ଜେରା କରିଛି। ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାପଡ଼ିଛି। 

DRDO Data Breach Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe