ପଂଚାୟତ ଭୋଟ: ୧୦ରେ ରାଜନୀତିକ ଦଳ ଓ ୧୨ରେ ଜିଲ୍ଲାପାଳ-ଏସପିଙ୍କ ବୈଠକ ଡାକିଲେ ନିର୍ବାଚନ କମିଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଛୁଆ ବର୍ଗଙ୍କ ସଂରକ୍ଷଣ ବିନା ନିର୍ବାଚନ ନକରିବାକୁ ବିରୋଧୀ ଦଳଗୁଡ଼ିକର ଦାବି ମଧ୍ୟରେ ପଂଚାୟତ ନିର୍ବାଚନ ପ୍ରକ୍ରିୟାକୁ ରାଜ୍ୟ ନିର୍ବାଚନ କମିଶନ ତ୍ୱରାନ୍ୱିତ କରିଛନ୍ତି। ଓମିକ୍ରନ ସଂକ୍ରମଣ ବୃଦ୍ଧି ଯୋଗୁ ପଂଚାୟତ ନିର୍ବାଚନ ପ୍ରଭାବିତ ହେବାର ଆଶଙ୍କା କରାଯାଉଥିଲେ ମଧ୍ୟ ନିର୍ବାଚନ କମିଶନ ଆସନ୍ତା ୧୦ତାରିଖରେ ସମସ୍ତ ରାଜନୀତିକ ଦଳଗୁଡ଼ିକ ସହ ଓ ୧୨ତାରିଖରେ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳ-ଏସପିମାନଙ୍କ ବୈଠକ ଡାକିଛନ୍ତି। ମିଳିଥିବା ସୂଚନା ଅନୁସାରେ, ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ସାଧାରଣ […]

election

election

Ordigital Desk
  • Published: Tuesday, 04 January 2022
  • Updated: 04 January 2022, 10:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଛୁଆ ବର୍ଗଙ୍କ ସଂରକ୍ଷଣ ବିନା ନିର୍ବାଚନ ନକରିବାକୁ ବିରୋଧୀ ଦଳଗୁଡ଼ିକର ଦାବି ମଧ୍ୟରେ ପଂଚାୟତ ନିର୍ବାଚନ ପ୍ରକ୍ରିୟାକୁ ରାଜ୍ୟ ନିର୍ବାଚନ କମିଶନ ତ୍ୱରାନ୍ୱିତ କରିଛନ୍ତି। ଓମିକ୍ରନ ସଂକ୍ରମଣ ବୃଦ୍ଧି ଯୋଗୁ ପଂଚାୟତ ନିର୍ବାଚନ ପ୍ରଭାବିତ ହେବାର ଆଶଙ୍କା କରାଯାଉଥିଲେ ମଧ୍ୟ ନିର୍ବାଚନ କମିଶନ ଆସନ୍ତା ୧୦ତାରିଖରେ ସମସ୍ତ ରାଜନୀତିକ ଦଳଗୁଡ଼ିକ ସହ ଓ ୧୨ତାରିଖରେ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳ-ଏସପିମାନଙ୍କ ବୈଠକ ଡାକିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ସାଧାରଣ ନିର୍ବାଚନକୁ ସୁରୁଖୁରରେ କରିବା ଉପରେ ଆଲୋଚନା ପାଇଁ ନିର୍ବାଚନ କମିଶନ ଆସନ୍ତା ୧୦ତାରିଖରେ ରାଜନୀତିକ ଦଳଗୁଡ଼ିକର ବୈଠକ ଡାକିଛନ୍ତି । କମିଶନଙ୍କ ସଚିବ ସମସ୍ତ ରାଜନୀତିକ ଦଳଗୁଡ଼ିକୁ ଚିଠି ଲେଖି ୧୦ତାରିଖ ଦିନ ସାଢ଼େ ୧୧ଟାରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନ ସଭାଗୃହରେ ଏହି ବୈଠକ ଡାକିଛନ୍ତି । ଏଥିରେ ରାଜନୀତିକ ଦଳର ସଭାପତି ଓ ସାଧାରଣ ସମ୍ପାଦକ ଅବା ସେମାନଙ୍କର ପ୍ରାଧିକୃତ ପ୍ରତିନିଧିଙ୍କୁ ବୈଠକରେ ଯୋଗ ଦେବାକୁ କୁହାଯାଇଛି । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦଳ ଜଣେ ପ୍ରତିନିଧିଙ୍କୁ ପଠାଇବାକୁ କମିଶନଙ୍କ ପକ୍ଷରୁ କୁହାଯାଇଛି । ପ୍ରତ୍ୟେକ ରାଜନୀତିକ ଦଳର ପ୍ରତିନିଧି ନିଜର ସହ ପ୍ରାଧିକରଣ ପତ୍ର ଆଣିବାକୁ କମିଶନ ପରାମର୍ଶ ଦେଇଛନ୍ତି ।

ସେହିପରି ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ପାଇଁ ରାଜ୍ୟ ନିର୍ବାଚନ କମିଶନର ଆସନ୍ତା ୧୨ତାରିଖରେ ରାଜ୍ୟ ମୁଖ୍ୟ ସଚିବ, ପୁଲିସ ଡିଜି, ଉନ୍ନୟନ କମିଶନର, ଗୃହ ସଚିବ ଓ ପଂଚାୟତିରାଜ ସଚିବଙ୍କ ସମେତ ସମସ୍ତ ଜିଲ୍ଲାପାଳ ଓ ପୁଲିସ ଏସପିଙ୍କ ବୈଠକ ଡାକିଛନ୍ତି । ଏହି ବୈଠକ ଲୋକସେବା ଭବନର ନୂଆ କନଭେନସନ୍ ହଲରେ ହେବ । ଏହି ବୈଠକ ଦିନତମାମ ଚାଲିବ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos