ପାରାଦୀପ: ଏସ୍ଆର ମୁଖ୍ୟ ଫାଟକ ସମ୍ମୁଖରେ ପୁଣି ଉତ୍ତେଜନା, ଧାରଣାରେ ବସିଲେ ଶ୍ରମିକ

ପାରାଦୀପ: ପାରାଦୀପ ଏସ୍ଆର୍ ଷ୍ଟିଲରେ ଆଜି ପୁଣି ଉତ୍ତେଜନା  ପ୍ରକାଶ ପାଇଛି। ଗତକାଲିର ତୁମୁଳକାଣ୍ଡ ପରେ ବକେୟା ପାଉଣା ଦାବି ଓ ପୋଲିସ୍ ଗିରଫଦାରୀର ପ୍ରତିବାଦରେ ଆଜି ଶ୍ରମିକମାନେ ଏସ୍ଆର୍ ଷ୍ଟିଲର ମୁଖ୍ୟ ଫାଟକ ଅବରୋଧ କରି ଧାରଣାରେ ବସିଛନ୍ତି। ଫଳରେ ପ୍ଲାଣ୍ଟକୁ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ ହୋଇଯିବା ସହ କାରଖାନା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଘଟଣାସ୍ଥଳରେ ଦୁଇ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ବକେୟା ପାଉଣା ଓ ଦରମା ବୃଦ୍ଧି […]

padeep

Rakesh Mallick
  • Published: Wednesday, 11 November 2015
  • , Updated: 11 November 2015, 07:54 AM IST

ପାରାଦୀପ: ପାରାଦୀପ ଏସ୍ଆର୍ ଷ୍ଟିଲରେ ଆଜି ପୁଣି ଉତ୍ତେଜନା  ପ୍ରକାଶ ପାଇଛି। ଗତକାଲିର ତୁମୁଳକାଣ୍ଡ ପରେ ବକେୟା ପାଉଣା ଦାବି ଓ ପୋଲିସ୍ ଗିରଫଦାରୀର ପ୍ରତିବାଦରେ ଆଜି ଶ୍ରମିକମାନେ ଏସ୍ଆର୍ ଷ୍ଟିଲର ମୁଖ୍ୟ ଫାଟକ ଅବରୋଧ କରି ଧାରଣାରେ ବସିଛନ୍ତି। ଫଳରେ ପ୍ଲାଣ୍ଟକୁ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ ହୋଇଯିବା ସହ କାରଖାନା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଘଟଣାସ୍ଥଳରେ ଦୁଇ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ବକେୟା ପାଉଣା ଓ ଦରମା ବୃଦ୍ଧି ଦାବିରେ ଗତକାଲି ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ହଠାତ୍ ଏହା ହିଂସାତ୍ମକ ମୋଡ଼ ନେଇଥିଲା। ପୋଲିସ୍ ସେମାନଙ୍କ ଘଉଡ଼ାଇବାକୁ ଉଦ୍ୟମ କରିବା ବେଳେ ଆନ୍ଦୋଳନକାରୀଙ୍କ ସହ ମୁହାଁମୁହିଁ ହୋଇଥିଲା। ଆନ୍ଦୋଳନକାରୀମାନେ ପୋଲିସ୍ ଗାଡ଼ି ଭଙ୍ଗା ରୁଜା କରିବା ସହ ଆକ୍ରମଣ କରିଥିଲେ । ଏଥିରେ ଜଣେ ପୋଲିସ୍ କର୍ମଚାରୀ ଆହତ ମଧ୍ୟ ହୋଇଥିଲେ। ଏହି ଘଟଣାରେ ପୋଲିସ୍ ୭ଜଣଙ୍କୁ ଗିରଫ କରିଥିଲା। ଏହି ଗିରଫଦାରୀ ପ୍ରତିବାଦରେ ଆଜି ପୁଣି ଶ୍ରମିକମାନେ ଏକାଠି ହୋଇ କାରଖାନା ମୁଖ୍ୟ ଫାଟକ ଅବରୋଧ କରିଛନ୍ତି।

Related story