ପୁଅର ମୃତ୍ୟୁ ଖବର ପାଇ ଜୀବନ ହାରିଲେ ବାପା-ମାଆ

ଆସକା(ମନୋଜ ମୁନୀ): ପୁଅର ମୃତ୍ୟୁ ଖବର ପାଇ ଜୀବନ ହାରିଲେ ବାପା-ମାଆ। ଆଜି ଏମିତି ଦୁଃଖଦ ଘଟଣା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ନାରାୟଣପୁର ଶାସନରେ ଘଟିଛି। ‘କରୋନା’ ଭୟରେ ସାହି ପଡ଼ିଶା ମୃତଦେହ ପାଖକୁ ଯାଉନଥିବା ବେଳେ ପୁଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁଇ ଦିନ ତଳେ ନାରାୟଣପୁର ଶାସନର ସୀମାଞ୍ଚଳ ଶତପଥୀ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକେ ଭୁବନେଶ୍ଵରରେ ଏକ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। […]

deadbody

deadbody

Manoranjan Sial
  • Published: Friday, 03 July 2020
  • Updated: 03 July 2020, 10:52 PM IST

Sports

Latest News

ଆସକା(ମନୋଜ ମୁନୀ): ପୁଅର ମୃତ୍ୟୁ ଖବର ପାଇ ଜୀବନ ହାରିଲେ ବାପା-ମାଆ। ଆଜି ଏମିତି ଦୁଃଖଦ ଘଟଣା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ନାରାୟଣପୁର ଶାସନରେ ଘଟିଛି। ‘କରୋନା’ ଭୟରେ ସାହି ପଡ଼ିଶା ମୃତଦେହ ପାଖକୁ ଯାଉନଥିବା ବେଳେ ପୁଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଦୁଇ ଦିନ ତଳେ ନାରାୟଣପୁର ଶାସନର ସୀମାଞ୍ଚଳ ଶତପଥୀ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକେ ଭୁବନେଶ୍ଵରରେ ଏକ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ସେ ମହାମାରୀ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ନେଇ କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଚର୍ଚ୍ଚା ହେଉଥିଲା। ଏହାରି ଭିତରେ ଆଜି ସନ୍ଧ୍ୟା ବେଳେ ସୀମାଞ୍ଚଳଙ୍କର ମୃତ୍ୟୁ ଘଟିଥିଲା। ପୁଅର ମୃତ୍ୟୁ ଖବର ପାଇ ବାପା ରାଜ କିଶୋର ଓ ମା’ ସୁଲୋଚନା ଭାଙ୍ଗି ପଡ଼ିଥିଲେ।

ମାନସିକ ଭାରସାମ୍ୟ ହରାଇ ବାପା ରାଜ କିଶୋର ସାପୁଆ ବଷା (ଜଙ୍ଗଲ) ନିକଟରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେପଟେ ମା’ ସୁଲୋଚନା ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା ଦେଇଛନ୍ତି। ‘କୋରୋନା’ ଭୟରେ ଗାଁ ଲୋକେ ମୃତଦେହ ପାଖକୁ ଯାଉନଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos