Advertisment

‘ପରୀ’ ମୃତ୍ୟୁ ମାମଲାରେ ବାଚସ୍ପତିଙ୍କ ରୁଲିଂ, କାଲି ବିବୃତି ଦେବେ ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ର ‘ପରୀ’ ମୃତ୍ୟୁ ପ୍ରସଙ୍ଗରେ ବିରୋଧୀ ବିଜେପି ଓ କଂଗ୍ରେସ ଗୃହ ରାଷ୍ଟ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। ହୋ-ହଲ୍ଲା ଭିତରେ ଆସନ୍ତାକାଲି ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ଦେବାକୁ ବାଚସ୍ପତି ରୁଲିଂ ଦେଇଥିଲେ। ବିରୋଧୀ ଦଳମାନେ ପଚାରିଥିବା ୪ଟି ପ୍ରସଙ୍ଗରେ ବିବୃତି ଦେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି। ନୟାଗଡ଼ରେ ୫ ବର୍ଷର ଝିଅ ‘ପରୀ’ର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ। ମୃତ ନାବାଳିକାର […]

ଅଦ୍ୟତନ ହୋଇଛି
‘ପରୀ’ ମୃତ୍ୟୁ ମାମଲାରେ ବାଚସ୍ପତିଙ୍କ ରୁଲିଂ, କାଲି ବିବୃତି ଦେବେ ମନ୍ତ୍ରୀ

pari

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ର ‘ପରୀ’ ମୃତ୍ୟୁ ପ୍ରସଙ୍ଗରେ ବିରୋଧୀ ବିଜେପି ଓ କଂଗ୍ରେସ ଗୃହ ରାଷ୍ଟ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। ହୋ-ହଲ୍ଲା ଭିତରେ ଆସନ୍ତାକାଲି ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ଦେବାକୁ ବାଚସ୍ପତି ରୁଲିଂ ଦେଇଥିଲେ। ବିରୋଧୀ ଦଳମାନେ ପଚାରିଥିବା ୪ଟି ପ୍ରସଙ୍ଗରେ ବିବୃତି ଦେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି।

Advertisment

ନୟାଗଡ଼ରେ ୫ ବର୍ଷର ଝିଅ ‘ପରୀ’ର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ। ମୃତ ନାବାଳିକାର ବାପା-ମା’ ମନ୍ତ୍ରୀଙ୍କ ବିରୋଧରେ ଆଣିଛନ୍ତି ଅଭିଯୋଗ। ବିଧାନସଭାର ସୁରକ୍ଷା ବଳୟ ଡେଇ ବାପା-ମାଆ ଦେହରେ ଡିଜେଲ୍‌ ଢାଳି ଆତ୍ମାହୂତି ଉଦ୍ୟମ କରିଥିଲେ।

ଏହି ଘଟଣା ପ୍ରକାଶ ପାଇବା ପରେ ଆଜି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସେ କହିଥିଲେ-“ଜଣେ ମନ୍ତ୍ରୀଙ୍କ ଲୋକ ମାରିଥିବା ପରିବାର ଲୋକ କହୁଛନ୍ତି। ହତ୍ୟା ପଛରେ ମନ୍ତ୍ରୀଙ୍କ ହାତ ରହିଛି। ମନ୍ତ୍ରୀଙ୍କ କ’ଣ ସଂପୃକ୍ତି ରହିଛି? ତାହା ଉପରେ ଗୃହରାଷ୍ଟ୍ର ମନ୍ତ୍ରୀ ଉତ୍ତର ରଖନ୍ତୁ। ଏହାଛଡ଼ା ଘଟଣା ସଂପର୍କରେ ଗୃହରେ ମୁଖ୍ୟମନ୍ତ୍ରୀମ ମଧ୍ୟ ଉତ୍ତର ରଖନ୍ତୁ।”

Advertisment

ସେହିପରି ‘ପରୀ’ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭାରେ ଉଦ୍‌ବେଗ ପ୍ରକାଶ କରିଛି କଂଗ୍ରେସ। ଦଳର ବରିଷ୍ଠ ନେତା ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା, ତାରା ବାହିନୀପତିଙ୍କ ଉଦବେଗ ପ୍ରକାଶ କରିଛନ୍ତି। କଂଗ୍ରେସ କହିଛି, ନୟାଗଡ଼ ପରୀ ହତ୍ୟାକାଣ୍ଡରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ହେଉଛି। ‘ପରୀ’ର ବାପା-ମାଆ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆଣୁଛନ୍ତି। ସବୁ କାର୍ଯ୍ୟ ବନ୍ଦ କରି ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ବିବୃତି ରଖନ୍ତୁ। ପୁଲିସ ନ୍ୟାୟ ଦେଲାନି ବୋଲି ନୟାଗଡ଼ରୁ ଆସି ପ୍ରତିବାଦ କରୁଛନ୍ତି। ଏଥିପାଇଁ ଦାୟୀ କିଏ, ପୁଲିସ କାହିଁକି ଚୁପ୍‌ ବସିଛି ବୋଲି ପ୍ରଶ୍ନ କରିଛନ୍ତି ତାରା ବାହିନୀପତି।

BjD Murder Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe