Advertisment

ଯଦି ଦୋଷ କରିଥିବ ସତରେ ସେ ମରି ଯାଉ କିନ୍ତୁ....

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଯଦି ସେ ଦୋଷ କରିଥିବ ସତରେ ସେ ମରି ଯାଉ।  ହେଲେ ସେ ଯେତେବେଳେ କହୁଛି ମୁଁ ମାରିନି। ମୋତେ ପୁଲିସ ବିନା ଦୋଷଷରେ ବାଡ଼ଉଛନ୍ତି। ମୋତେ ବାଡ଼ଉଥିବାରୁ ମୁଁ ବାଧ୍ୟ ହୋଇ ତାଙ୍କୁ ହଁ କରିଛି।  ତାଙ୍କୁ ମିଛରେ ଫସାଇ ଦିଆଯାଇଛି। ଏମିତି ବାଷ୍ପରୁଦ୍ଧ କଣ୍ଠରେ କହିଛନ୍ତି  ସରୋଜ ସେଠୀଙ୍କ ଭଉଣୀ।  ପୁଲିସଠାରୁ ମୋଭାଇଙ୍କୁ ରକ୍ଷାକରନ୍ତୁ ବୋଲି ତାଙ୍କ ଭଉଣୀ ଆଜି ଗଣମାଧ୍ୟମରେ ନେହୁରା ହୋଇ କହିଛନ୍ତି। ସେପଟେ ଦୁଷ୍କର୍ମ ଯୋଗୁଁ ପରୀକୁ […]

ଅଦ୍ୟତନ ହୋଇଛି
ଯଦି ଦୋଷ କରିଥିବ ସତରେ ସେ ମରି ଯାଉ କିନ୍ତୁ....

7901

Advertisment

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଯଦି ସେ ଦୋଷ କରିଥିବ ସତରେ ସେ ମରି ଯାଉ।  ହେଲେ ସେ ଯେତେବେଳେ କହୁଛି ମୁଁ ମାରିନି। ମୋତେ ପୁଲିସ ବିନା ଦୋଷଷରେ ବାଡ଼ଉଛନ୍ତି। ମୋତେ ବାଡ଼ଉଥିବାରୁ ମୁଁ ବାଧ୍ୟ ହୋଇ ତାଙ୍କୁ ହଁ କରିଛି।  ତାଙ୍କୁ ମିଛରେ ଫସାଇ ଦିଆଯାଇଛି। ଏମିତି ବାଷ୍ପରୁଦ୍ଧ କଣ୍ଠରେ କହିଛନ୍ତି  ସରୋଜ ସେଠୀଙ୍କ ଭଉଣୀ।  ପୁଲିସଠାରୁ ମୋଭାଇଙ୍କୁ ରକ୍ଷାକରନ୍ତୁ ବୋଲି ତାଙ୍କ ଭଉଣୀ ଆଜି ଗଣମାଧ୍ୟମରେ ନେହୁରା ହୋଇ କହିଛନ୍ତି।

Advertisment

ସେପଟେ ଦୁଷ୍କର୍ମ ଯୋଗୁଁ ପରୀକୁ ହତ୍ୟା କରାଯାଇଛି। ଘଟଣାରେ ଗିରଫ ବ୍ୟକ୍ତି ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ପଚରାଉଚରା ସମୟରେ ଯଥେଷ୍ଟ ପ୍ରମାଣ ପାଇବା ପରେ ହିଁ ତାଙ୍କୁ ଗିରଫ କରିଛୁ।” ପରୀ ହତ୍ୟା ମାମଲାକୁ ନେଇ ଆଜି ଏହି  ସୂଚନା ଦେଇଛନ୍ତି  ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା।

ତଦନ୍ତ ନିମନ୍ତେ ଯଦୁପୁରରେ  ପହଞ୍ଚିଥିବା ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି, ଯାହାଙ୍କୁ ଗିରଫ କରିଛୁ, ତାଙ୍କ ସମ୍ପର୍କରେ ଯଥେଷ୍ଟ ପ୍ରମାଣ ସଂଗ୍ରହ କରିଛୁ।  ଗତ ୧୦ ଦିନ ହେଲା ଲଗାତାର ଆମେ ଅଭିଯୁକ୍ତଙ୍କୁ ପଚରାଉଚରା କରିଛୁ। ଦୁଷ୍କର୍ମ ଯୋଗୁଁ ଘଟଣା ଘଟିଥିବା ତଦନ୍ତରୁ ଜାଣିବାକୁ ପାଇଲୁ। ଏନେଇ ଯଥେଷ୍ଟ ପ୍ରମାଣ ପାଇବା ପରେ ହିଁ ତାଙ୍କୁ ଗିରଫ କରିଛୁ।

Advertisment

ସୂଚନାଯୋଗ୍ୟ, ପରୀ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଆଜି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା  କରାଯିବା ପରେ ତାଙ୍କୁ ଯଦୁପୁରସ୍ଥିତ ନିଜ ଘରକୁ ନିଆଯାଇଥିବା ଜଣାଯାଇଛି।

ଅଧିକ ପଢ଼ନ୍ତୁ : ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ଥାନାରେ ଏତଲା

ଏହାବ୍ୟତୀତ, ଅଧିକ ପ୍ରମାଣ ଯୋଗାଡ଼ ପାଇଁ ପରୀ ଶରୀରର କିଛି ହାଡ଼ ପଡ଼ିଥିବା ପୋଖରୀକୁ ଶୁଖାଯିବା ନିମନ୍ତେ ପଦକ୍ଷେପ ନିଆଯାଉଥିବା ଜଣାଯାଇଛି।

Pari Murder Case SIT Investigation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe