ମଦ ନିଶାରେ ରାସ୍ତାକଡ଼ରେ ଗଡ଼ୁଥିଲେ ସାର୍‌, ସସ୍‌ପେଣ୍ଡ ହେଲେ

ପାଟଣାଗଡ଼ (କରୁଣାକର ବୁଡ଼େକ): ସ୍କୁଲ୍‌ ସମୟରେ ସ୍କୁଲ୍‌ ଗଲେନି। ସ୍କୁଲ ୟୁନିଫର୍ମ ପିନ୍ଧି ମଦ ନିଶାରେ ରାସ୍ତା ପାର୍ଶ୍ୱରେ ଗଡ଼ୁଥିଲେ ସାର୍‌। ଭିଡିଓ ଭାଇରାଲ୍‌ ପରେ ଆଜି ନିଲମ୍ୱିତ ହୋଇଛନ୍ତି ସାର। ଏପରି ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକରେ ଦେଖିବାକୁ ମିଳିଛି। ପାଟଣାଗଡ଼ ବ୍ଲକ୍‌ କେରବେଡା ପଞ୍ଚାୟତ ବଳିଆଭଟା ଗାଁରେ ରହିଛି ସରକାରୀ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ ଖଗେଶ୍ୱର ବାରଲେବିଡ଼ିଆ। ସେ ଗତ ୧୫ ତାରିଖରେ ସ୍କୁଲ […]

Patnagarh Teacher

  • Published: Friday, 18 November 2022
  • , Updated: 18 November 2022, 05:55 PM IST

ପାଟଣାଗଡ଼ (କରୁଣାକର ବୁଡ଼େକ): ସ୍କୁଲ୍‌ ସମୟରେ ସ୍କୁଲ୍‌ ଗଲେନି। ସ୍କୁଲ ୟୁନିଫର୍ମ ପିନ୍ଧି ମଦ ନିଶାରେ ରାସ୍ତା ପାର୍ଶ୍ୱରେ ଗଡ଼ୁଥିଲେ ସାର୍‌। ଭିଡିଓ ଭାଇରାଲ୍‌ ପରେ ଆଜି ନିଲମ୍ୱିତ ହୋଇଛନ୍ତି ସାର। ଏପରି ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକରେ ଦେଖିବାକୁ ମିଳିଛି।

ପାଟଣାଗଡ଼ ବ୍ଲକ୍‌ କେରବେଡା ପଞ୍ଚାୟତ ବଳିଆଭଟା ଗାଁରେ ରହିଛି ସରକାରୀ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ ଖଗେଶ୍ୱର ବାରଲେବିଡ଼ିଆ। ସେ ଗତ ୧୫ ତାରିଖରେ ସ୍କୁଲ ଯାଇନଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ମଦ ନିଶାରେ ପାଟଣାଗଡ଼-ପଦ୍ମପୁର ରାସ୍ତାର ଚିକିଟାମାଳ ଛକଠାରେ ରାସ୍ତା ପାର୍ଶ୍ୱରେ ଗଡ଼ୁଥିଲେ। ସ୍କୁଲ ୟୁନିଫର୍ମରେ ଥାଇ ରାସ୍ତ ପାର୍ଶ୍ୱରେ ଗଡ଼ୁଥିବା ଦେଖି ସ୍ଥାନୀୟ ଲୋକେ ଭିଡିଓ ଶୁଟିଂ କରି ଭାଇରାଲ୍‌ କରି ଦେଇଥିଲେ।

ମାତାଲ୍‌ ସାରଙ୍କ କାରନାମା ସୋଶାଲ ମିଡିଆରେ ଭାଇରାଲ୍‌ ହେବା ପରେ ତତ୍ପର ହୋଇଥିଲା ବ୍ଲକ୍‌ ପ୍ରଶାସନ। ଘଟଣାର ତଦନ୍ତ ପାଇଁ ପାଟଣାଗଡ଼ ବିଇଓ ଏକ ଟିମ୍‌ ଗଠନ କରିଥିଲେ। ତଦନ୍ତ ବେଳେ ଘଟଣାର ସତ୍ୟାସତ୍ୟ ଥିବା ସ୍ପଷ୍ଟ ହୋଇଥିଲା। ଏହା ପରେ ଖଗେଶ୍ୱର ବାରଲେବିଡ଼ିଆଙ୍କୁ ସସ୍‌ପେଣ୍ଡ କରିଛନ୍ତି ବିଇଓ।

Related story