ପଟ୍ଟାପୋଲ ଅଞ୍ଚଳରୁ କଣ୍ଟେନ୍‌ମେଣ୍ଟ କଟକଣା

କଟକ (ଓଡ଼ିଶା ରିପୋର୍ଟର): କଟକ ପଟ୍ଟାପୋଲ ଅଞ୍ଚଳରୁ କଣ୍ଟେନ୍‌ମେଣ୍ଟ କଟକଣା ହଟାଇଲା ସିଏମ୍‌ସି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପଟ୍ଟାପୋଲ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍ ବା ଆବଦ୍ଧଞ୍ଚଳ ଘୋଷଣା କରାଯାଇଥିଲା। ତେବେ ସେହି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ଓ ଲକ୍ଷଣ ଥିବା ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ପରେ କଣ୍ଟେନ୍‌ମେଣ୍ଟ ଜୋନ୍ କଟକଣାକୁ ଉଠାଇ ଦେଇଛନ୍ତି ସିଏମ୍‌ସି କମିଶନର। ଗତ ୪ ତାରିଖରୁ ଏହି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। […]

cuttack34

Jitendra Garnayak
  • Published: Monday, 13 April 2020
  • , Updated: 13 April 2020, 08:19 AM IST

କଟକ (ଓଡ଼ିଶା ରିପୋର୍ଟର): କଟକ ପଟ୍ଟାପୋଲ ଅଞ୍ଚଳରୁ କଣ୍ଟେନ୍‌ମେଣ୍ଟ କଟକଣା ହଟାଇଲା ସିଏମ୍‌ସି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପଟ୍ଟାପୋଲ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍ ବା ଆବଦ୍ଧଞ୍ଚଳ ଘୋଷଣା କରାଯାଇଥିଲା। ତେବେ ସେହି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ଓ ଲକ୍ଷଣ ଥିବା ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ପରେ କଣ୍ଟେନ୍‌ମେଣ୍ଟ ଜୋନ୍ କଟକଣାକୁ ଉଠାଇ ଦେଇଛନ୍ତି ସିଏମ୍‌ସି କମିଶନର। ଗତ ୪ ତାରିଖରୁ ଏହି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। କଣ୍ଟେନ୍‌ମେଣ୍ଟ ଜୋନ୍ କଟକଣା ହଟିଥିଲେ ବି ସେଠାରେ ଲକ୍‌ଡାଉନ୍ କଟକଣା ବଳବତ୍ତର ରହିବ ବୋଲି ସିଏମ୍‌ସି ପକ୍ଷରୁ ସ୍ପଷ୍ଟ କରାଯାଇଛି।

Related story