‘ଯେତେ ଶୀଘ୍ର ପିସିସି ସଭାପତି ପରିବର୍ତ୍ତନ ହେବ ସେତେ ଭଲ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ପିସିସି ସଭାପତି ପରବର୍ତ୍ତନ ହେବା ନୂଆ କଥା ନୁହେଁ। ପ୍ରତି ଦୁଇ ତିନି ବର୍ଷରେ ସଭାପତି ପରିବର୍ତ୍ତନ ହୁଅନ୍ତି । ପରିବର୍ତ୍ତନର ଆବଶ୍ୟକତା ରହିଛି। ତାହା ଯେତେ ଶୀଘ୍ର ହେବ ସେତେ ଭଲ ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ରାଜ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଧରାଶାୟୀ ହେବା ପରେ ପିସିସି ସଭାପତି ପରିବର୍ତ୍ତନକୁ ନେଇ ଜୋର ଚର୍ଚ୍ଚା ଚାଲିଥିବା ବେଳେ ଖୋଦ୍ ଶ୍ରୀ ପଟ୍ଟନାୟକ ଏହି ପ୍ରତିକ୍ରିୟା […]

niranjan-patnaik

Niharika Rout
  • Published: Thursday, 14 April 2022
  • , Updated: 14 April 2022, 03:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ପିସିସି ସଭାପତି ପରବର୍ତ୍ତନ ହେବା ନୂଆ କଥା ନୁହେଁ। ପ୍ରତି ଦୁଇ ତିନି ବର୍ଷରେ ସଭାପତି ପରିବର୍ତ୍ତନ ହୁଅନ୍ତି । ପରିବର୍ତ୍ତନର ଆବଶ୍ୟକତା ରହିଛି। ତାହା ଯେତେ ଶୀଘ୍ର ହେବ ସେତେ ଭଲ ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ।

ରାଜ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଧରାଶାୟୀ ହେବା ପରେ ପିସିସି ସଭାପତି ପରିବର୍ତ୍ତନକୁ ନେଇ ଜୋର ଚର୍ଚ୍ଚା ଚାଲିଥିବା ବେଳେ ଖୋଦ୍ ଶ୍ରୀ ପଟ୍ଟନାୟକ ଏହି ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି,  ଖରାପ ଲୋକ ଖରାପ ମେସେଜ ଦେବେ । ପିସିସି ସଭାପତି ପରିବର୍ତ୍ତନ ନୂଆ ନୁହେଁ । ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର । ୨୦୧୯ରୁ  ସଭାପତି ପଦରୁ ଇସ୍ତଫା ଦେଇଛି। ଏଆଇସିସି ଯେବେ ଚାହିଁବ ନିଷ୍ପତ୍ତି ନେବ ।  କିଏ ପରବର୍ତ୍ତୀ ପିସିସି ସଭାପତି ହେବେ, ସେ ନିଷ୍ପତ୍ତି ଏଆଇସିସିର । ଦଳରେ ବହୁତ ଯୋଗ୍ୟ ଲୋକ ଅଛନ୍ତି। ସଭାପତି ପଦ ପାଇଁ  ଯିଏ ଦଳକୁ ସମ୍ଭାଳି ପାରିବ ଓ ଦଳକୁ ଆଗକୁ ନେଇ ପାରିବ ସେମିତି ଲୋକଙ୍କୁ ବାଛିବା କଥା।ତେବେ ଯିଏ ବି ପିସିସି ସଭାପତି ପଦ ପାଇବେ ତାଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି ନିରଞ୍ଜନ।

Related story