ଫିକା ପଡ଼ିଲା ନୂଆ ବର୍ଷ ସେଲିବ୍ରେଶନ୍‌, ସୋଶାଲ ମିଡିଆରେ ଅଭିନନ୍ଦନର ସୁଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ଆଶା, ନୂଆ ବିଶ୍ୱାସ ଓ ନୂଆ ସମ୍ଭାବନା ନେଇ ଆସିଛି ନୂଆବର୍ଷ ୨୦୨୨  । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଲୋକେ ଖୁବ୍‌ ଉତ୍ସାହିତ ଥିବା ବେଳେ  କରୋନା କଟକଣା ଯୋଗୁଁ ଏହା ଫିକା ପଡିଯାଇଛି । ହୋଟେଲ, ରେଷ୍ଟୁରାଣ୍ଟରେ ଜିରୋନାଇଟ ସେଲିବ୍ରେସନ ପାଇଁ କଟକଣା ଜାରି କରାଯାଇଥିବାରୁ ଲୋକମାନେ ଘରେ ରହି ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ।  ଏଥିସହ ସୋଶାଲ ମିଡିଆରେ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି । ନିରାଡମ୍ବରରେ ଧରାବତରଣ […]

new-year

Niharika Rout
  • Published: Saturday, 01 January 2022
  • , Updated: 01 January 2022, 09:37 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ଆଶା, ନୂଆ ବିଶ୍ୱାସ ଓ ନୂଆ ସମ୍ଭାବନା ନେଇ ଆସିଛି ନୂଆବର୍ଷ ୨୦୨୨  । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଲୋକେ ଖୁବ୍‌ ଉତ୍ସାହିତ ଥିବା ବେଳେ  କରୋନା କଟକଣା ଯୋଗୁଁ ଏହା ଫିକା ପଡିଯାଇଛି ।

ହୋଟେଲ, ରେଷ୍ଟୁରାଣ୍ଟରେ ଜିରୋନାଇଟ ସେଲିବ୍ରେସନ ପାଇଁ କଟକଣା ଜାରି କରାଯାଇଥିବାରୁ ଲୋକମାନେ ଘରେ ରହି ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ।  ଏଥିସହ ସୋଶାଲ ମିଡିଆରେ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି ।

ନିରାଡମ୍ବରରେ ଧରାବତରଣ କରିଥିବା ୨୦୨୧ ନେଇଛି ନିରବ ମେଲାଣି । କରୋନା ଭୟରେ ଭାରାକ୍ରାନ୍ତ ବିଶ୍ୱବାସୀ ୨୦୨୨ରେ ଖୋଜୁଛନ୍ତି ଆଶ୍ୱସ୍ତିର ରାହା ।  ନୂଆବର୍ଷକୁ ପରିବାର, ସାଙ୍ଗସାଥୀଙ୍କ ସହ  ସ୍ୱାଗତ କରିବା ପାଇଁ ଲୋକମାନେ ପୂର୍ବରୁ ପ୍ରସ୍ତୁତି କରିଥିବା ବେଳେ ଅଚାନକ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଇଥିବାରୁ ବିଭିନ୍ନ ରାଜ୍ୟରେ କଡା କଟକଣା ଲଗାଯାଇଛି  ।

ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ସହ ବେଳାଭୂମିରେ ବୁଲିବାର ମଜା ନେଇ ନୂଆ ବର୍ଷକୁ ସ୍ୱାଗତ କରିବାକୁ ପୁରୀରେ ହୋଇଛି ଅସମ୍ଭବ ଗହଳି। ଏହାକୁ ଦୃଷ୍ଟିରେ ରଖି ପୁରୀରେ ସମୁଦାୟ ୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି  । ଜିରୋନାଇଟକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।

[caption id="attachment_703152" align="aligncenter" width="650"] ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ନବ ବର୍ଷର ଅଭିନନ୍ଦନ ଜଣାଇଛନ୍ତି।[/caption]

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ଜୟ ଜଗନ୍ନାଥ ଏବଂ ୨୦୨୨ ଲେଖି ନବ ବର୍ଷର ଅଭିନନ୍ଦନ ଜଣାଇଛନ୍ତି । ବାଲିରେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ବେଶ୍‌ ଆକର୍ଷଣୀୟ ହୋଇଛି ।

Related story