ଜାଗର ଯାତ୍ରାରେ ସରବତ ପିଇ ୧୧ ଅସୁସ୍ଥ

ସାଲେପୁର(ଓଡ଼ିଶା ରିପୋର୍ଟର): ସରବତ ପିଇ ଗୋଟିଏ ଗାଁର ୧୧ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଏହି ଅଭାବନୀୟ ଘଟଣା ଘଟିଛି ସାଲେପୁର ଅନ୍ତର୍ଗତ ରାଇସୁଙ୍ଗୁଡା ଗାଁରେ। ଗତକାଲି ଗାଁର ସ୍ୱପ୍ନେଶ୍ୱର ମନ୍ଦିରରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଥିଲା।  ଶ୍ରଦ୍ଧାଳୁମାନେ ମହାଦୀପ ଉଠିବା ପରେ ଯାତ୍ରାରେ ବିକ୍ରି ହେଉଥିବା ସରବତ ପିଇଥିଲେ। ସରବତ ପିଇବାର କିଛି ସମୟ ପରେ ସେମାନେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ରାତିରେ ଝାଡାବାନ୍ତି ହେବାରୁ ସେମାନଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏବେ […]

salepur

Rakesh Mallick
  • Published: Thursday, 15 February 2018
  • , Updated: 15 February 2018, 10:35 AM IST

ସାଲେପୁର(ଓଡ଼ିଶା ରିପୋର୍ଟର): ସରବତ ପିଇ ଗୋଟିଏ ଗାଁର ୧୧ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଏହି ଅଭାବନୀୟ ଘଟଣା ଘଟିଛି ସାଲେପୁର ଅନ୍ତର୍ଗତ ରାଇସୁଙ୍ଗୁଡା ଗାଁରେ।

ଗତକାଲି ଗାଁର ସ୍ୱପ୍ନେଶ୍ୱର ମନ୍ଦିରରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଥିଲା।  ଶ୍ରଦ୍ଧାଳୁମାନେ ମହାଦୀପ ଉଠିବା ପରେ ଯାତ୍ରାରେ ବିକ୍ରି ହେଉଥିବା ସରବତ ପିଇଥିଲେ। ସରବତ ପିଇବାର କିଛି ସମୟ ପରେ ସେମାନେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ରାତିରେ ଝାଡାବାନ୍ତି ହେବାରୁ ସେମାନଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

Related story