ମହାପୁରୁଷଙ୍କୁ ଛାଡ଼ିଲେନି, ସିମେଣ୍ଟ ଗେଟ୍‌ ନିର୍ମାଣ ନାଁରେ ଲୁଟିଲେ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପୁରୁଷ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମପୀଠର ଉନ୍ନତିକରଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଉଛି। ପୀଠର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ପାଇଁ ଆସିଥିବା ଟଙ୍କାକୁ ମୁଖ୍ୟରାସ୍ତା କଡ଼ରେ ନିର୍ମାଣ ହେଉଥିବା ସିମେଣ୍ଟ ଗେଟ ପାଇଁ ଖର୍ଚ୍ଚ କରାଯାଉଛି। ଯହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁରୀ-ବ୍ରହ୍ମଗିରି ରାସ୍ତାରେ ଗଲେ ପଡ଼େ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମପୀଠ କପିଳେଶ୍ୱରପୁର। ମୁଖ୍ୟରାସ୍ତାରୁ ପୀଠକୁ ଯିବା ପାଇଁ ପ୍ରବେଶପଥରେ ନିର୍ମାଣ କରାଯାଉଛି ଏକ ସିମେଣ୍ଟ ଗେଟ୍‌। […]

aatibadi-pitha

Manoranjan Sial
  • Published: Thursday, 18 July 2019
  • , Updated: 18 July 2019, 10:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପୁରୁଷ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମପୀଠର ଉନ୍ନତିକରଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଉଛି। ପୀଠର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ପାଇଁ ଆସିଥିବା ଟଙ୍କାକୁ ମୁଖ୍ୟରାସ୍ତା କଡ଼ରେ ନିର୍ମାଣ ହେଉଥିବା ସିମେଣ୍ଟ ଗେଟ ପାଇଁ ଖର୍ଚ୍ଚ କରାଯାଉଛି। ଯହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପୁରୀ-ବ୍ରହ୍ମଗିରି ରାସ୍ତାରେ ଗଲେ ପଡ଼େ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମପୀଠ କପିଳେଶ୍ୱରପୁର। ମୁଖ୍ୟରାସ୍ତାରୁ ପୀଠକୁ ଯିବା ପାଇଁ ପ୍ରବେଶପଥରେ ନିର୍ମାଣ କରାଯାଉଛି ଏକ ସିମେଣ୍ଟ ଗେଟ୍‌। ଯେଉଁଥିରେ ପୀଠ ସମ୍ପର୍କରେ ସୂଚନା ପ୍ରଦାନ କରାଯିବ। କେବଳ ଏହି ଗେଟ ପାଇଁ ଖର୍ଚ୍ଚ ହେବ ୪୬ ଲକ୍ଷ ୧୪ ହଜାର ୩୮୯ ଟଙ୍କା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସରକାରୀ ହିସାବରେ ଏହା ହିଁ ଦର୍ଶାଯାଇଛି।

ତେବେ ଅସଲ କଥା ହେଉଛି, ଅତିବଡ଼ି ପୀଠର ଉନ୍ନତିକରଣ ଲାଗି ଏହି ଟଙ୍କା ଆସିଥିଲା। ଆଉ ଏହି ଅର୍ଥ ମଞ୍ଜୁର କରିଥିଲା ରାଜ୍ୟ ସଂସ୍କୃତି ବିଭାଗ। ପୀଠରେ ପର୍ଯ୍ୟଟକଙ୍କ ଲାଗି ଆବଶ୍ୟକ ସର୍ମନିମ୍ନ ସୁବିଧା- ଶୌଚାଳୟ କିମ୍ୱା ବିଶ୍ରାମାଗାର ନାହିଁ। ତେବେ ଗେଟ୍‌ ନିର୍ମାଣରେ ଏତେ ଟଙ୍କା କାହିଁକି ଖର୍ଚ୍ଚ ହେଉଛି, ତାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ପୀଠର ସଂରକ୍ଷଣ ଓ ପୁନରୁଦ୍ଧାର କାମ ପାଇଁ ଆସିଥିବା ଟଙ୍କା ଏକ ନୂଆ କାମରେ ଖର୍ଚ୍ଚ କରିବାକୁ କିଏ ଅନୁମତି ଦେଲା ବୋଲି ଜାଣିବାକୁ ଚାହିଁଛନ୍ତି ସ୍ଥାନୀୟ ଲୋକ। ସେହିପରି ଗେଟ୍‌ଟି ପୀଠ ଠାରୁ ୬ କିଲୋମିଟର ଦୂରରେ ଥିବାରୁ ପର୍ଯ୍ୟଟକଙ୍କୁ ମାର୍ଗ ଦର୍ଶାଇବା କ୍ଷେତ୍ରରେ ଏହା କେତେ ଉପଯୋଗୀ ହେବ, ତାହା ବୁଝାପଡୁନି।

ସ୍ଥାନୀୟ ବାସିନ୍ଦା ଭଗବାନ ଦାଶ କହିଛନ୍ତି-“ସେହି ଅର୍ଥ ଖର୍ଚ୍ଚ ହୋଇଥିଲେ ପୀଠରେ ଗୋଟିଏ ଭଲ ଭଜନ ଓ ସତ୍‌ସଙ୍ଗ ହଲ୍‌ ତିଆରି ହୋଇପାରି ଥାଆନ୍ତା। ଏହାଛଡ଼ା ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମାଗାର ଓ ଶୌଚାଳୟ ମଧ୍ୟ ନିର୍ମାଣ ହୋଇପାରି ଥାଆନ୍ତା। କିନ୍ତୁ ତାହା କରାନଯାଇ ଗେଟ୍‌ ନିର୍ମାଣ କରାଯାଉଛି।”

ସ୍ଥାନୀୟ ବାସିନ୍ଦା ବୀରବର ଦାଶ କହିଛନ୍ତି,“ପୀଠର ବିକାଶ ହେବା କଥା। ତାହା ନହୋଇ ଗେଟର ବିକାଶ ହେଲେ ଲାଭ କଣ? ପର୍ଯ୍ୟଟକ କଣ ଗେଟ୍‌ ଦେଖିବା ପାଇଁ ଆସିବେ?”

ସରକାରୀ ନିୟମ ଅନୁଯାୟୀ, ଐତିହାସିକ ସ୍ଥାନ ଓ କୀର୍ତ୍ତିରାଜିଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ କାମ ନିଜେ ସଂସ୍କୃତି ବିଭାଗ କରିବା କଥା। ତେବେ ୨୦୧୭ ମସିହା ପରଠାରୁ ଏହି କାମ ଗୁଡ଼ିକୁ ଠିକାଦାରଙ୍କୁ ଦିଆଯାଉଛି। ସେହିପରି ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଯେମିତିକି ପୁରୀ- ସାତଲହଡ଼ି ମଠର ରକ୍ଷଣାବେକ୍ଷଣ ପାଇଁ ପ୍ରଥମେ ଟେଣ୍ଡର କରିଥିଲେ ସରକାର। କିନ୍ତୁ ପରେ ଏହି ଟେଣ୍ଡରକୁ ଥରେ ନୁହେଁ, ଦୁଇ ଦୁଇ ଥର ବାତିଲ କରାଯିବା ସହ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ ସାନି ଟେଣ୍ଡର କରାଇଥିଲେ। ଯାହା ଓଡ଼ିଶା ପୂର୍ତ୍ତ ପିଭାଗ (OPWD) ନିୟମର ଖୋଲା ଉଲ୍ଲଘଂନ କରୁଛି। ତେବେ କିଛି ନିର୍ଦ୍ଧିଷ୍ଟ ଠିକାଦାରକୁ ଟେଣ୍ଡର ପ୍ରକ୍ରିୟାରୁ ବାହାରେ ରଖିବା ଲାଗି ଏହି ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ ଉଠିଛି।

ଅନ୍ୟପକ୍ଷରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି-“ଅଭିଯୋଗର ତଦନ୍ତ କରି ପଦକ୍ଷେପ ନିଆଯିବ।”

Related story