‘ତିତ୍‌ଲି’ ମୃତକଙ୍କ ପରିବାରକୁ ତିନି ଦିନ ଭିତରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ତିତଲି’ ତାଣ୍ଡବ ରଚି ଚାଲି ଯାଇଛି। କିଛି ଲୋକଙ୍କର ଏଥିରେ ମୃତ୍ୟୁ ଘଟିଛି। ‘ତିତ୍‌ଲି’ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ନିର୍ଦ୍ଦେଶ ଦେଇଛନ୍ତି। ୩ ଦିନ ଭିତରେ କ୍ଷତି ପୂରଣ ଦେବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ସେ ଚିଠି ଲେଖିଛନ୍ତି। ଏଥିସହ ‌ଆରଆଇ ଓ ତହସିଲଦାରମାନଙ୍କୁ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୃତକଙ୍କ ନିକଟ […]

src.

Tapaswini Nayak
  • Published: Tuesday, 16 October 2018
  • , Updated: 16 October 2018, 08:21 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ତିତଲି’ ତାଣ୍ଡବ ରଚି ଚାଲି ଯାଇଛି। କିଛି ଲୋକଙ୍କର ଏଥିରେ ମୃତ୍ୟୁ ଘଟିଛି।

‘ତିତ୍‌ଲି’ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ନିର୍ଦ୍ଦେଶ ଦେଇଛନ୍ତି।

୩ ଦିନ ଭିତରେ କ୍ଷତି ପୂରଣ ଦେବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ସେ ଚିଠି ଲେଖିଛନ୍ତି। ଏଥିସହ ‌ଆରଆଇ ଓ ତହସିଲଦାରମାନଙ୍କୁ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

ପୂର୍ବରୁ ମୃତ୍ୟୁର ୭ଦିନ ଭିତରେ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ରହିଥିଲା।

Related story