Advertisment

ଓଡ଼ିଶାରେ ୧୦୦ ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଭାଇରସ୍ ମହାମାରୀ ସାଙ୍ଗକୁ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ପ୍ରାୟ ପ୍ରତ୍ୟେକ ଦିନ ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ପାଉଛି। ଏହି ବୃଦ୍ଧି ଦ୍ୱାରା ଦେଶର ଅନେକ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ ଦର ଲିଟର୍ ପିଛା ୧୦୦ ଟଙ୍କା ଅତିକ୍ରମ କରିସାରିଛି। ହେଲେ ଓଡ଼ିଶାରେ ପ୍ରଥମଥର ପେଟ୍ରୋଲ୍ ଦର ସେଞ୍ଚୁରୀ ମାରିଛି। ମାଲକାନଗିରି ଜିଲ୍ଲା କାଲିମେଳାରେ ଆଜି ପେଟ୍ରୋଲ ଲିଟର ପ୍ରତି […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଡିଜେଲ ଓ ଗ୍ୟାସ ଦର ଉପରମୁହାଁ, ସୀମାରେ ବଢ଼ିଲା ବେଆଇନ କାରବାର

petrol price hike

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଭାଇରସ୍ ମହାମାରୀ ସାଙ୍ଗକୁ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ପ୍ରାୟ ପ୍ରତ୍ୟେକ ଦିନ ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ପାଉଛି। ଏହି ବୃଦ୍ଧି ଦ୍ୱାରା ଦେଶର ଅନେକ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ ଦର ଲିଟର୍ ପିଛା ୧୦୦ ଟଙ୍କା ଅତିକ୍ରମ କରିସାରିଛି। ହେଲେ ଓଡ଼ିଶାରେ ପ୍ରଥମଥର ପେଟ୍ରୋଲ୍ ଦର ସେଞ୍ଚୁରୀ ମାରିଛି।

Advertisment

ମାଲକାନଗିରି ଜିଲ୍ଲା କାଲିମେଳାରେ ଆଜି ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଅତିକ୍ରମ ହୋଇଛି। ସେଠାରେ ପେଟ୍ରୋଲ୍ ଲିଟର ପ୍ରତି ୧୦୦ ଟଙ୍କା ୭୨ ପଇସା ଏବଂ ଡିଜେଲ୍ ଲିଟର୍ ପିଛା ୯୮ ଟଙ୍କା ୨୯ ପଇସା ଦରରେ ବିକ୍ରି ହେଉଛି। ତେବେ ମାଲକାନଗିରି ସହରରେ ପେଟ୍ରୋଲ ଦର ଲିଟର ପ୍ରତି ୯୯ ଟଙ୍କା ୭୩ ପଇସା ଓ ଡିଜେଲ୍ ୯୭ ଟଙ୍କା ୪୦ ପଇସା ରହିଛି।

ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୯୪ ଟଙ୍କା ୭୨ ପଇସା ଓ ଡିଜେଲ୍ ଲିଟର୍ ପିଛା ୯୨ ଟଙ୍କା ୫୫ ପଇସାରେ ମିଳୁଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଗତ ୨ ମାସ ଭିତରେ ପେଟ୍ରୋଲ ଦର ଲିଟର ପ୍ରତି ୩ ଟଙ୍କା ୪୫ ପଇସା ଓ ଡିଜେଲ୍ ଦର ୪ ଟଙ୍କା ୪୩ ପଇସା ବଢ଼ିଛି ବୋଲି ଉତ୍କଳ ପେଟ୍ରୋଲ ପମ୍ପ ମାଲିକ ସଂଘ ସାଧାରଣ ସଂପାଦକ ସଞ୍ଜୟ ଲାଠ୍ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଶନିବାର ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର୍ ପିଛା ୨୬ ପଇସା ବୃଦ୍ଧି ପାଇଥିଲା ବେଳେ ଡିଜେଲ୍ ଦରରେ ୨୮ ପଇସା ବଢ଼ିଥିଲା। ବର୍ଦ୍ଧିତ ଦର ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୯୩.୯୪ ଟଙ୍କା ଓ ଡିଜେଲର ଦର ୮୪.୮୯ ଟଙ୍କା ହୋଇଛି। ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍ ଲିଟର୍ ପିଛା ୨୬ ପଇସା ଓ ଡିଜେଲ୍ ଲିଟର୍ ପିଛା ୩୦ ପଇସା ବୃଦ୍ଧି ହୋଇଥିଲା। ହେଲେ ରବିବାର ପେଟ୍ରୋଲ ଓ ଡିଜେଲ୍ ଦର ଅପରିବର୍ତ୍ତିତ ରହିଛି।

Petrol Price Hike