ସାମ୍ନାକୁ ଆସିଲା ଏ ଫଟୋ ପଛର ସତ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଗଜପତି ମହାରାଜା ଓ ମହାରାଣୀ ଥିବା ଏକ ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ସେମାନେ ଥିବା ଯୋଗୁ ଏ ଫଟୋ ଭାଇରାଲ୍ ହୋଇନାହିଁ। ଏହା ଭାଇରାଲ୍ ହୋଇଛି ଏ ଫଟୋରେ ଥିବା ସେହି ଯୁବକଙ୍କୁ ନେଇ ଯିଏ ଯୁବରାଜ ଭଳି ଦିଶୁଛନ୍ତି। ଫଟୋଟି ସୋଶାଲ୍ ମିଡିଆରେ ପୋଷ୍ଟ୍ ହେବା ପରେ ତାଙ୍କୁ ପୁରୀର ନୂଆ ଯୁବରାଜ କହି ଭାଇରାଲ୍ କରାଯାଇଥିଲା। ତେବେ ଏହା ଠିକ୍ ନୁହେଁ। ଏହା ଏକ ଗୁଜବ। ପୁରୀ […]

puri-1

Niharika Rout
  • Published: Thursday, 26 September 2019
  • , Updated: 26 September 2019, 01:48 PM IST

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଗଜପତି ମହାରାଜା ଓ ମହାରାଣୀ ଥିବା ଏକ ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ସେମାନେ ଥିବା ଯୋଗୁ ଏ ଫଟୋ ଭାଇରାଲ୍ ହୋଇନାହିଁ। ଏହା ଭାଇରାଲ୍ ହୋଇଛି ଏ ଫଟୋରେ ଥିବା ସେହି ଯୁବକଙ୍କୁ ନେଇ ଯିଏ ଯୁବରାଜ ଭଳି ଦିଶୁଛନ୍ତି। ଫଟୋଟି ସୋଶାଲ୍ ମିଡିଆରେ ପୋଷ୍ଟ୍ ହେବା ପରେ ତାଙ୍କୁ ପୁରୀର ନୂଆ ଯୁବରାଜ କହି ଭାଇରାଲ୍ କରାଯାଇଥିଲା। ତେବେ ଏହା ଠିକ୍ ନୁହେଁ। ଏହା ଏକ ଗୁଜବ। ପୁରୀ ରାଜ ନଅର ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି।

ରାଜ ନଅର ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଯୁବକ ଜଣଙ୍କ ଯୁବରାଜ, କିନ୍ତୁ ପୁରୀର ନୁହନ୍ତି। ସେ ହେଉଛନ୍ତି ନୀଳଗିରି ଯୁବରାଜ ଟିକାୟତ୍ ଜନ୍ମେଜୟ ମର୍ଦ୍ଦରାଜ। ଫଟୋଟି ବେଶ୍ ପୁରୁଣା ମଧ୍ୟ। ଏହା ୨୦୧୬ ମସିହାର। ତାଙ୍କ ନିର୍ବନ୍ଧ ସମୟରେ ଏହାକୁ ଉଠାଯାଇଥିଲା। ଏହି ଫଟୋରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ, ନୀଳଗିରିର ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ଓ ଢେଙ୍କାନାଳ ରାଜା ମଧ୍ୟ ସପତ୍ନୀକ ଉପସ୍ଥିତ ଅଛନ୍ତି। ତେବେ ଅତି ଚାଲାକିର ଢେଙ୍କାନାଳ ରାଜା ଓ ରାଣୀଙ୍କ ଫଟୋକୁ ଡିଲିଟ କରି ଫଟୋକୁ ସୋଶାଲ୍ ମିଡିଆରେ ପୋଷ୍ଟ୍‌ କରାଯାଇଛି।

ଏନେଇ ନୀଳଗିରି ରାଜା ଜୟନ୍ତଚନ୍ଦ୍ର ମର୍ଦ୍ଦରାଜ କହିଛନ୍ତି, ଫଟୋଟି ମୋ ପୁଅର ନିର୍ବନ୍ଧ ସମୟର। ୨୦୧୬ ମସିହାରେ ଏହାକୁ ଉଠାଯାଇଥିଲା। କେହି ବଦମାସୀ କରି ଢେଙ୍କାନାଳ ରାଜାଙ୍କ ଫଟୋକୁ ଡିଲିଟ୍ କରି ଫଟୋଟିକୁ ଭାଇରାଲ୍‌ କରିଛି।

Related story