Advertisment

ଫଟୋ ଭାଇରାଲ୍‌, ତପସ୍ୱିନୀ କହିଲେ- ଏହା ଆବୋର୍‌ସନ୍‌ ବେଳର

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ପାରିବାରିକ ବିବାଦ ତୁଟୁ ନଥିବା ବେଳେ ଦିନକୁ ଦିନ ଏଥିରେ ଯୋଡ଼ି ହେଉଛି ନୂଆ କଥା। ଭିଡିଓ ଭାଇରାଲ ହେବା ପରେ ଏବେ ସେମାନଙ୍କର କିଛି ଫଟୋ ଭାଇରାଲ୍ ହେଉଛି। ଏହି ଫଟୋଗୁଡ଼ିକରେ ଦେଖିବାକୁ ମିଳିଛି ଯେ ତପସ୍ୱିନୀ ଅସୁସ୍ଥ ଅଛନ୍ତି। ତାଙ୍କ ଦେହରେ ସାଲାଇନ୍ ଲାଗିଛି। ସାଲାଇନ୍ ଧରି ତାଙ୍କ ପାଖରେ ବସିଛନ୍ତି ଡାକ୍ତର ସୁମିତ। ତପସ୍ୱିନୀଙ୍କ ସୂଚନା ଅନୁଯାୟୀ, ଏହି ଫଟୋଗୁଡ଼ିକ […]

author-image
Jitendra Garnayak
ଫଟୋ ଭାଇରାଲ୍‌, ତପସ୍ୱିନୀ କହିଲେ- ଏହା ଆବୋର୍‌ସନ୍‌ ବେଳର

Sumit and tapaswinee

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ପାରିବାରିକ ବିବାଦ ତୁଟୁ ନଥିବା ବେଳେ ଦିନକୁ ଦିନ ଏଥିରେ ଯୋଡ଼ି ହେଉଛି ନୂଆ କଥା। ଭିଡିଓ ଭାଇରାଲ ହେବା ପରେ ଏବେ ସେମାନଙ୍କର କିଛି ଫଟୋ ଭାଇରାଲ୍ ହେଉଛି।

Advertisment

ଏହି ଫଟୋଗୁଡ଼ିକରେ ଦେଖିବାକୁ ମିଳିଛି ଯେ ତପସ୍ୱିନୀ ଅସୁସ୍ଥ ଅଛନ୍ତି। ତାଙ୍କ ଦେହରେ ସାଲାଇନ୍ ଲାଗିଛି। ସାଲାଇନ୍ ଧରି ତାଙ୍କ ପାଖରେ ବସିଛନ୍ତି ଡାକ୍ତର ସୁମିତ।

ତପସ୍ୱିନୀଙ୍କ ସୂଚନା ଅନୁଯାୟୀ, ଏହି ଫଟୋଗୁଡ଼ିକ ତାଙ୍କ ଆବୋର୍‌ସନ୍ ବେଳର, ଯାହା ତାଙ୍କ ବିନା ଅନୁମତିରେ କରାଯାଇଥିଲା।
ସେ କହିଛନ୍ତି, ସେଗୁଡ଼ିକ ମୋର ଆବୋର୍‌ସନ୍ ବେଳର ଫଟୋ। ଘରେ ହିଁ ଆବୋର୍‌ସନ୍ କରାଯାଇଥିଲା। ମୋ ସ୍ୱାମୀ (ଡାକ୍ତର ସୁମିତ) ନିଜେ ଆବୋର୍‌ସନ୍ କରିଥିଲେ। ଏହା ୨୦୨୦ ନଭେମ୍ବର/ଡିସେମ୍ବର ବେଳର କଥା।

Advertisment

ତପସ୍ୱିନୀ ଆହୁରି କହିଛନ୍ତି, ଆବୋର୍‌ସନ୍ ନେଇ ସେ (ଡାକ୍ତର ସୁମିତ) ମୋତେ କିଛି କହି ନଥିଲେ। ମୋର ମାଇଗ୍ରେସ୍ ଅଛି ବୋଲି କହି ବଟିକା ଦେଇ ଆବୋରସନ୍‌ କରିଥିଲେ। ପରେ ମୁଁ ଜାଣିଲି ଯେ ମୋର ଆବୋର୍‌ସନ୍ ହୋଇଛି। ଆବୋର୍‌ସନ୍ ପରଠୁ ମୋର ବହୁତ ଦେହ ଖରାପ ହୋଇଥିଲା। ସେତେବେଳେ ମୋତେ ଘରେ ରଖି ଚିକିତ୍ସା କରୁଥିଲେ। ଆଉ ଏସବୁ ସେହି ସମୟର ଫଟୋ।

ଏହି ଫଟୋ ଗୁଡ଼ିକ ଭାଇରାଲ ହେବା ପରେ ସମାଜସେବୀ ପ୍ରମିଳା ତ୍ରିପାଠୀ କହିଛନ୍ତି ଯେ ଏହା ଭ୍ରୂଣ ହତ୍ୟା ନୁହେଁ ତ ଆଉ କ’ଣ। ସେମାନଙ୍କୁ ଗିରଫ କରାଯିବା ଦରକାର।

ଅନ୍ୟପକ୍ଷରେ ସୁମିତଙ୍କ ପକ୍ଷରୁ ଦାଏର ପିଟିସନ୍‌କୁ ଖାରଜ କରି ଦେଇଛନ୍ତି କୋର୍ଟ। କାଗଜାତ ସଂଗ୍ରହ ପାଇଁ ୧୫ ଦିନ ସମୟ ମାଗି ପିଟିସନ କରିଥିଲେ ସୁମିତ। ତେବେ ତାଙ୍କ ପିଟିସନ ଖାରଜ କରି ତପସ୍ୱିନୀଙ୍କ ପିଟିସନର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଶ୍ୱଶୁର ଘରେ ରହିବା ଲାଗି ବ୍ୟବସ୍ଥା କରିବାକୁ ପିଟିସନ୍ କରିଛନ୍ତି ତପସ୍ୱିନୀ।

ସୂଚନାଯୋଗ୍ୟ, ତପସ୍ୱିନୀ ବ୍ରହ୍ମପୁରରେ ତାଙ୍କ ଶ୍ୱଶୁରଙ୍କ ଘର ଆଗରେ ଧାରଣାରେ ବସିଛନ୍ତି। ତାଙ୍କ ସହିତ ସମାଜସେବୀ ପ୍ରମିଳା ତ୍ରିପାଠୀ ବି ଅଛନ୍ତି। ତପସ୍ୱିନୀ ସେଠାରେ କାଠଚୁଲିରେ ରୋଷେଇ କରି ଖାଉଥିବା ମଧ୍ୟ ଦେଖିବାକୁ ମିଳିଛି।