/odisha-reporter/media/post_attachments/uploads/2022/06/Aircraft-1.jpg)
Aircraft-1
କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବୀରାଶାଳ ଏୟାରଷ୍ଟ୍ରିପ ଠାରେ ଆଜି ଏକ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଲ୍ୟାଣ୍ଡିଂ କରୁଥିବା ବେଳେ ଖସି ପଡ଼ିଥିଲା। ଫଳରେ ଜଣେ ଟ୍ରେନି ପାଇଲଟ୍ ଗୁରୁତର ହୋଇଛନ୍ତି। ତାଙ୍କ ନାଁ କିରଣ ମଲିକ। ତାଙ୍କ ଘର ମହାରାଷ୍ଟ୍ରରେ। ଦୁର୍ଘଟଣାରେ ବିମାନଟିର ସମ୍ମୁଖ ଭାଗ ଚୁରମାର ହୋଇଯାଇଛି।
ସୂଚନା ଅନୁଯାୟୀ, ପ୍ରତିଦିନ ଭଳି ଆଜି ବି ଟ୍ରେନି ଏୟାରକ୍ରାଫ୍ଟ ନେଇ ଉଡ଼ାଣ ଭରିଥିଲେ କିରଣ ମଲିକ। କିଛି ସମୟ ସେ ବିମାନକୁ ଉଡ଼ାଇବା ପରେ ଲ୍ୟାଣ୍ଡିଂ କରିବାକୁ ତଳକୁ ଆସିଥିଲେ। ହେଲେ ପ୍ରାୟ ୧୫ ଫୁଟ ଉପରୁ ସେ ବିମାନ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ବିମାନଟି ତଳେ ପଡ଼ି ଯାଇଥିଲା।
ଏହା ଦେଖି ତୁରନ୍ତ ଘଟଣାସ୍ଥଳରେ ଆମ୍ବୁଲାନ୍ସ ସହ ପହଞ୍ଚିଥିଲେ ସହାୟକ ଦଳ। ଆହତ ଟ୍ରେନି ପାଇଲଟ କିରଣ ମଲିକଙ୍କୁ ବିମାନ ମଧ୍ୟରୁ ଉଦ୍ଧାର କରି କାମାକ୍ଷାନଗର ଡାକ୍ତରଖାନା ନେଇଥିଲେ।
ଏହି ଦୁର୍ଘଟଣା କିପରି ଓ କାହିଁକି ଘଟିଲା, ସେ ନେଇ ତଦନ୍ତ କରିବା ନିମନ୍ତେ ବିଭାଗୀୟ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
