ପିପିଲିରେ ଗୋଷ୍ଠୀ ସଂଘର୍ଷ: ବାଦ ପଡ଼ିଲାନି ଟୋଲ୍‌ଗେଟ୍‌

ପିପିଲି: ଦୁର୍ଘଟଣା ହେଉ କି ଅନ୍ୟ କିଛି କାରଣକୁ ନେଇ ହେଉ ଉତ୍ତେଜନା ପ୍ରକାଶ ପାଇଲେ ସରକାରୀ ଓ ସାଧାରଣ ଜନତାଙ୍କ ସମ୍ପତ୍ତି ନଷ୍ଟ କରିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି। ଏପରି ଏକ ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲିରେ। ଶିଉଳା ଓ ଉଜାଣିପଡ଼ା ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିବା ବେଳେ ପିପିଲି ଟୋଲଗେଟ୍‌ ଏଥିରୁ ବାଦ୍‌ ପଡି ନ ଥିଲା। ଗୋଟିଏ ଗୋଷ୍ଠୀ ଟୋଲଗେଟ୍‌ରେ ଭଙ୍ଗାରୁଜା କରିଛନ୍ତି। ଅଫିସ୍‌ରେ ଥିବା କମ୍ପ୍ୟୁଟର […]

pipili1

Rakesh Mallick
  • Published: Monday, 13 March 2017
  • , Updated: 13 March 2017, 05:27 PM IST

ପିପିଲି: ଦୁର୍ଘଟଣା ହେଉ କି ଅନ୍ୟ କିଛି କାରଣକୁ ନେଇ ହେଉ ଉତ୍ତେଜନା ପ୍ରକାଶ ପାଇଲେ ସରକାରୀ ଓ ସାଧାରଣ ଜନତାଙ୍କ ସମ୍ପତ୍ତି ନଷ୍ଟ କରିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି। ଏପରି ଏକ ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲିରେ। ଶିଉଳା ଓ ଉଜାଣିପଡ଼ା ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିବା ବେଳେ ପିପିଲି ଟୋଲଗେଟ୍‌ ଏଥିରୁ ବାଦ୍‌ ପଡି ନ ଥିଲା। ଗୋଟିଏ ଗୋଷ୍ଠୀ ଟୋଲଗେଟ୍‌ରେ ଭଙ୍ଗାରୁଜା କରିଛନ୍ତି। ଅଫିସ୍‌ରେ ଥିବା କମ୍ପ୍ୟୁଟର ସହ ସିସିଟିଭି ଓ ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗା ରୁଜା ହୋଇଛି।

ପଞ୍ଚାୟତ ନିର୍ବାଚନ ବେଳେ ଦେଖା ଦେଇଥିବା ଶତ୍ରୁତାକୁ କେନ୍ଦ୍ର କରି ଆଜି ଶିଉଳା ଓ ଉଜାଣିପଡ଼ା ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ୭ ଜଣ ଆହତ ହୋଇଥିଲେ। ଗୁରୁତର ୪ ଜଣଙ୍କୁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ୩ ଜଣଙ୍କ ଚିକିତ୍ସା ପିପିଲି ହସ୍ପିଟାଲରେ ଚାଲିଛି।

Related story