ଶ୍ରୀହିନ ପିତାମହଲ ଡ୍ୟାମ୍: ସରକାର ଉଜାଡ଼ୁଛନ୍ତି ହେକ୍ଟର ହେକ୍ଟର ଚାଷଜମି

ରାଉରକେଲା (ପୱନ ତିୱାରୀ): ଏବେ ଚାଲିଛି ପିକନିକ ଋତୁ। ରାଜ୍ୟରେ ଥିବା ବିଭିନ୍ନ ପିକନିକ୍ ସ୍ପଟରେ ଏଥିପାଇଁ ଲାଗୁଛି ପ୍ରବଳ ଜନ ଗହଳି। ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ପ୍ରତିଦିନ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ସେମାନଙ୍କ ମଧ୍ୟରେ ରହିଛି କାସଂବାହାଲ ଡ୍ୟାମ୍, ମନ୍ଦିରା ଡ୍ୟାମ୍, ପିତାମହଲ ଡ୍ୟାମ୍ ପ୍ରଭୃତି। ରାଜ୍ୟ ତଥା ରାଜ୍ୟ ବାହାରୁ ଯେଉଁ ପର୍ଯ୍ୟଟକ ଆସିଥାନ୍ତି ସେମାନେ ମୁଖ୍ୟତଃ ରାଉରକେଲା କୁ ଆସିଥାନ୍ତି। ଏଠାରେ ବୁଲାବୁଲି […]

PITAMAHAL DAM image

Rakesh Mallick
  • Published: Monday, 01 January 2018
  • , Updated: 01 January 2018, 09:23 PM IST

ରାଉରକେଲା (ପୱନ ତିୱାରୀ): ଏବେ ଚାଲିଛି ପିକନିକ ଋତୁ। ରାଜ୍ୟରେ ଥିବା ବିଭିନ୍ନ ପିକନିକ୍ ସ୍ପଟରେ ଏଥିପାଇଁ ଲାଗୁଛି ପ୍ରବଳ ଜନ ଗହଳି। ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ପ୍ରତିଦିନ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ସେମାନଙ୍କ ମଧ୍ୟରେ ରହିଛି କାସଂବାହାଲ ଡ୍ୟାମ୍, ମନ୍ଦିରା ଡ୍ୟାମ୍, ପିତାମହଲ ଡ୍ୟାମ୍ ପ୍ରଭୃତି। ରାଜ୍ୟ ତଥା ରାଜ୍ୟ ବାହାରୁ ଯେଉଁ ପର୍ଯ୍ୟଟକ ଆସିଥାନ୍ତି ସେମାନେ ମୁଖ୍ୟତଃ ରାଉରକେଲା କୁ ଆସିଥାନ୍ତି। ଏଠାରେ ବୁଲାବୁଲି ସାରି ଲୋକେ ପିତାମହଲ ଡ୍ୟାମକୁ ଯାଇ ବଣଭୋଜିର ମଜା ନିଅନ୍ତି। ନୂଆା ବର୍ଷ ସମୟରେ ତ ଏଠାରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଜମେ।

ରାଉରକେଲାରୁ ପିତାମହଲ ଡ୍ୟାମ୍ ପ୍ରାୟ ୧୫ କିଲୋମିଟର ରାସ୍ତା । ଏଥିପାଇଁ ବଲଣ୍ଡା ଛକରୁ ପ୍ରାୟ ୩ କିଲୋମିଟର ଭିତରକୁ ଗଲେ ଯାଇ ଏହି  ଡ୍ୟାମ ପଡ଼ିଥାଏ। ଏଠାକାର ଶାନ୍ତ ଓ ଶିତଳ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏଠାରେ ପହଞ୍ଚିଲା ପରେ ଏମିତ ଲାଗେ ସତେ ଯେମିତି ଆପଣ କେଉଁ ଅଜବ ଦୁନିଆଁରେ ଆସି ଯାଇଛନ୍ତି।  ଡ୍ୟାମର ଉଭୟ ପାର୍ଶ୍ୱକୁ ଥିବା ଶାଗୁଆ ଜଙ୍ଗଲ ପର୍ଯ୍ୟଟକଙ୍କୁ ସ୍ୱାଗତ କରୁଥିଲା ଭଳି ମନେ ହୁଏ। ଘଞ୍ଚ ଜଙ୍ଗଲକୁ ଲାଗି ଲାଗି ରହିଥିବା ପାହାଡ଼ ସବୁକୁ ଦେଖିଲେ କବି କ'ଣ ଆପଣ ମଧ୍ୟ ଭାବୁକ ହୋଇଯିବେ। କବି ନ ହୋଇ ମଧ୍ୟ ଆପଣ ଭାବିବେ ଦୁଇପଦ କବିତା ଗାରେଇ ଦିଅନ୍ତି କି।  ଡ୍ୟାମର ଗୋଟିଏ ପାର୍ଶ୍ୱରେ ଅକାତ କାତ କାଚକେନ୍ଦୁ ପାଣି ସୂର୍ଯ୍ୟଙ୍କ କିରଣରେ ଝଲସି ଉଠେ। ନଜର ଯୁଆଡେ ବୁଲାଇବେ ସେପଟେ ଖାଲି ପାଣି ଆଉ ପାଣି।

ଡ୍ୟାମ୍ ଉପରେ ଯିବା ସମୟରେ ଉଭୟ ପାର୍ଶ୍ୱରେ ଆପଣ ପ୍ରକୃତି ରାଣୀର ସବୁଜିମାକୁ ଅନୁଭବ କରିବେ। ଡ୍ୟାମ୍ ପାଣିରେ ସ୍ଥାନୀୟ ଅଞ୍ଚଳର ପିଲାମାନେ ପ୍ରତିଦିନ ଗାଧୋଇବାକୁ ଆସିଥାନ୍ତି। ସହରଠାରୁ ଏହାର ଦୂରତା ବେଶି ବାଟ ନୁହେଁ। ଏଠାରେ ଓଡ଼ିଶା ସରକାର ପକ୍ଷରୁ ଏକ ଡାକ ବଙ୍ଗଲା ମଧ୍ୟ ରହିଛି। ଡାକ ବଙ୍ଗଲାରୁ ଡ୍ୟାମର ଦୃଶ୍ୟକୁ ଦେଖିଲେ ଆପଣ ବିମୋହିତ ହୋଇଯିବେ। ପ୍ରାୟ ତିନି କିଲୋମିଟର ଲମ୍ବ ଯାଏ ବୁଲାବୁଲି କରି ପ୍ରକୃତି ରାଣୀର ସବୁଜିମାକୁ ଉପଭୋଗ କରିପାରିବେ। ପ୍ରତିଦିନ ଏଠାକୁ ଯେତେ ବି ପର୍ଯ୍ୟଟକ ଆସନ୍ତି ସେମାନେ ବୁଲାବୁଲି କରିବା ସହିତ ସେଲଫି ନେବାକୁ ଯମାରୁ ଭୁଲନ୍ତି ନାହିଁ।

ପିତାମହଲ ଡ୍ୟାମ୍ ନିକଟରେ ବହୁତ ସ୍ଥାନ ରହିଛି। ଯେଉଁଠି ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଲୋକେ ପିକନିକ୍‌ର ମଜା ନେଇଥାନ୍ତି। ଖାଲି ନୂଆ ବର୍ଷରେ ଖାଲିଦିନ ଗୁଡ଼ିକରେ ମଧ୍ୟ ପର୍ଯ୍ୟଟକ ଏଠାକୁ ପରିବାର ସହ ଆସି ଏଠାକାର ସୌନ୍ଦର୍ଯ୍ୟକୁ ଉପଭୋକ କରିଥାନ୍ତି। ଏହି ପିତାମହଲ ଜଳସେଚନପ୍ରକଳ୍ପ ନିର୍ମାଣ ହୋଇଥିଲା 1978 ମସିହାରେ। ଓଡ଼ିଶା ଜଳ ସମ୍ପଦ ବିଭାଗ ଏହାର ନିର୍ମାଣ କରିଥିଲା। ଏହାର ଜଳ ଧାରଣ କ୍ଷମତା ୨୦୧୬.୬୦ ହେ.ମି। ଏହାର ବାମପାର୍ଶ୍ୱରେ ବେଲଡିହି ଜଳ ବିତରକ ଏବଂ ଡାହାଣ ପାର୍ଶ୍ୱରେ ରହିଛି ବେଦବ୍ୟାସ ଜଳ ବିତରକ।  ଉଭୟ ଜଳ ବିତରକ ନିର୍ମାଣ କରିବା ପଛରେ ସରକାରଙ୍କ ଉଦ୍ଦେଶ୍ୟ ଥିଲା ଶହ ଶହ ହେକ୍ଟର ଜମିରେ ପାଣି ପହଞ୍ଚାଇବା। ଚାଷୀମାନେ ସରକାରଙ୍କ ପ୍ରକଳ୍ପ ଉପେର ବେଶ୍ ଆଶା କରିଥିଲେ। ପ୍ରକଳ୍ପ ହେଲା ଚିନ୍ତା ଗଲା। ନୀତିଏ ଶାନ୍ତିରେ ନିଶ୍ୱାସ ମାରିଥିଲେ। କିନ୍ତୁ ଫଲ ଓଲଟା ହେଲା। କିଛି ଦିନ ହେବ ଏହି ସବୁ ଜଳ ବିତରକ ଅଚଳ ହୋଇ ପଡିରହିଛି। ଡ୍ୟାମର ରକ୍ଷଣା ବେକ୍ଷଣ ଅଭାବରୁ ଚାଷବାସ ପୂରା ଠପ୍ ହେବାକୁ ବସିଲାଣି।

ପିତାମହଲ ନଦୀ ଉପରେ ତିଆରି ହୋଇଥିବା ଡ୍ୟାମଟି ସରକାରଙ୍କ ଅବହେଳା ଯୋଗୁଁ ଧୀରେ ଧୀରେ ପର୍ଯ୍ୟଟକ ଅଲୋଡ଼ା ହେବାକୁ ବସିଲାଣି। ବଲଣ୍ଡା ଡ୍ୟାମକୁ ଯିବା ପାଇଁ ଥିବା ରାସ୍ତା ଖଣ୍ଡକ ଅବସ୍ଥା ଏବେ ନ କହିବା ଭଲ। ରାସ୍ତାସାରା ଖାଲଖମାରେ ଭର୍ତ୍ତି। ଯେଉଁ ପର୍ଯ୍ୟଟକମାନେ ଆସନ୍ତି ସେମାନେ ମଧ୍ୟ ରାସ୍ତା ଖରାପ ଯୋଗୁଁ ବଡ଼ ହଇରାଣ ହେଉଛନ୍ତି। ଏଥିପାଇଁ ଅନେକ ପର୍ଯ୍ୟଟକ ଏଠାକୁ ଆସିବାକୁ ଅମଙ୍ଗ ହେଉଛନ୍ତି। ରାଜ୍ୟ ସରକାର ଏହି ସ୍ଥାନକୁ ଇକୋ ଟୁରିଜିମ ଆଖ୍ୟା ଦେଇଛନ୍ତି। କିନ୍ତୁ ତାହା କେବଳ କାଗଜ କଲମରେ ସିମିତ ହୋଇ ରହିଯାଇଛି। ଡ୍ୟାମ ନିକଟରେ ଛୋଟ ଛୋଟ ପିଲାଙ୍କ ପାଇଁ ପାର୍କ ମଧ୍ୟ ରହିଛି କିନ୍ତୁ ତାର ଅବସ୍ଥା ମଧ୍ୟ ଜରାଜୀର୍ଣ୍ଣ।  ଯଦି ଏ ସ୍ଥାନର ଉନ୍ନତି ହୋଇପାରନ୍ତା ତେବେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସିପାରନ୍ତେ। ପର୍ଯ୍ୟଟକଙ୍କ ପାଇଁ ଏହା ପୁଣି ଏକ ସ୍ୱର୍ଗ ପାଲଟି ଯାଆନ୍ତା।

https://youtu.be/qH4vnHvF3wc

 

Related story