ରାଉରକେଲା IGHରେ ପ୍ଲାଜମା ବ୍ୟାଙ୍କ ଲୋକାର୍ପିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷ୍ଟିଲ୍‌ ସିଟି ରାଉରକେଲା IGHରେ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହୋଇଛି। ରାଉରକେଲା ହେଉଛି ରାଜ୍ୟର ୩ୟ ଓ ପଶ୍ଚିମ ଓଡ଼ିଶାର ପ୍ରଥମ ପ୍ଲାଜମା ବ୍ୟାଙ୍କ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପ୍ଲାଜମା ବ୍ୟାଙ୍କ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ କଟକ ଏସ୍‌ସିବି ଓ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହୋଇଛି। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ ଓ ବୁର୍ଲାରେ ଖୁବ୍‌ଶୀଘ୍ର ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ ହେବ। କରୋନା ମହାମାରୀର ମୁକାବିଲାରେ ପ୍ଲାଜମା […]

plasma

plasma

Manoranjan Sial
  • Published: Friday, 31 July 2020
  • Updated: 31 July 2020, 05:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷ୍ଟିଲ୍‌ ସିଟି ରାଉରକେଲା IGHରେ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହୋଇଛି। ରାଉରକେଲା ହେଉଛି ରାଜ୍ୟର ୩ୟ ଓ ପଶ୍ଚିମ ଓଡ଼ିଶାର ପ୍ରଥମ ପ୍ଲାଜମା ବ୍ୟାଙ୍କ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପ୍ଲାଜମା ବ୍ୟାଙ୍କ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ କଟକ ଏସ୍‌ସିବି ଓ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହୋଇଛି। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ ଓ ବୁର୍ଲାରେ ଖୁବ୍‌ଶୀଘ୍ର ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ ହେବ।

କରୋନା ମହାମାରୀର ମୁକାବିଲାରେ ପ୍ଲାଜମା ଥେରାପି ବରଦାନ ସାବ୍ୟସ୍ତ ହେଉଛି। ଯେଉଁଥିପାଇଁ ରାଜ୍ୟ ସରକାର ଏହାକୁ ଅପଣାଇଛନ୍ତି। କରୋନାରୁ ଆରୋଗ୍ୟ ହେଉଥିବା ବ୍ୟକ୍ତିମାନେ ପ୍ଲାଜମା ଦାନ କରିବାକୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଯାହାକୁ ଧ୍ୟାନ ଦେଇ କରୋନାରୁ ଆରୋଗ୍ୟ ହେଉଥିବା ବ୍ୟକ୍ତିମାନେ ସ୍ୱଇଚ୍ଛା ପ୍ଲାଜମା ଦାନ କରୁଛନ୍ତି।

କଟକ ଏସ୍‌ସିବି ମେଡିକାଲ୍‌କୁ ପ୍ଲାଜମା ନୋଡାଲ୍‌ ସେଣ୍ଟର ଭାବେ ବିବେଚନା କରାଯାଇଥିଲା। ଏହା ପରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଓ ଆଜି ରାଉରକେଲା ଆଇଜିଏଚ୍‌ ମେଡିକାଲ୍‌ରେ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ହୋଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos