ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ପାଇପ୍‌, ଜଳ ଯୋଗାଣ ପ୍ରକଳ୍ପ ପାଇଁ ଆସିଥିଲା

ପଦ୍ମପୁର (ଓଡ଼ିଶା ରିପୋର୍ଟର): ନିଆଁ ଲାଗି ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ପ୍ଲାଷ୍ଟିକ୍ ପାଇପ୍। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଆସିଥିବା ପାଇପ୍ ଗୁଡ଼ିକୁ ଗଦା କରି ରଖାଯାଇଥିବା ବେଳେ ସେଗୁଡ଼ିକ ଜଳିଯାଇଛି। ଗତକାଲି ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକର ତେଲିପାଲିରେ ଘଟିଛି ଏହି ଘଟଣା। ତେଲପାଲିର ଏକ ପଡ଼ିଆରେ ଏହି ପ୍ଲାଷ୍ଟିକ୍ ପାଇପ୍ ଗୁଡ଼ିକୁ ରଖାଯାଇଥିଲା। କୌଣସି କାରଣରୁ ରାତି ପ୍ରାୟ ୨ଟା ବେଳେ ପାଇପ୍‌ ଗୁଡ଼ିକରେ ନିଆଁ ଲାଗି ଯାଇଥିଲା। […]

Fire

Fire

Jitendra Garnayak
  • Published: Sunday, 11 September 2022
  • Updated: 11 September 2022, 01:47 PM IST

Sports

Latest News

ପଦ୍ମପୁର (ଓଡ଼ିଶା ରିପୋର୍ଟର): ନିଆଁ ଲାଗି ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ପ୍ଲାଷ୍ଟିକ୍ ପାଇପ୍। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଆସିଥିବା ପାଇପ୍ ଗୁଡ଼ିକୁ ଗଦା କରି ରଖାଯାଇଥିବା ବେଳେ ସେଗୁଡ଼ିକ ଜଳିଯାଇଛି। ଗତକାଲି ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକର ତେଲିପାଲିରେ ଘଟିଛି ଏହି ଘଟଣା।

ତେଲପାଲିର ଏକ ପଡ଼ିଆରେ ଏହି ପ୍ଲାଷ୍ଟିକ୍ ପାଇପ୍ ଗୁଡ଼ିକୁ ରଖାଯାଇଥିଲା। କୌଣସି କାରଣରୁ ରାତି ପ୍ରାୟ ୨ଟା ବେଳେ ପାଇପ୍‌ ଗୁଡ଼ିକରେ ନିଆଁ ଲାଗି ଯାଇଥିଲା। ପାଇପ୍‌ ଗୁଡ଼ିକ ହୁତୁହୁତୁ ହୋଇ ଜଳିଥିଲା। ଖବର ପାଇ ଅଗ୍ନଶମ ବାହିନୀ ଓ ବନ ବିଭାଗ କର୍ମଚାରୀ ପହଞ୍ଚିଥିଲେ ଏବଂ ନିଆଁକୁ ଆୟତ୍ତ କରିଥିଲେ।

ପୁଲିସ ଘଟଣାର ତଦନ୍ତ କରୁଛି। କେଉଁ କରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ଓ ଲକ୍ଷ ଲକ୍ଷ ଟଙ୍କାର ପାଇପ୍ ଜଳିଗଲା, ସେ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ପାଇପ୍‌ ଗୁଡ଼ିକ ପୋଡ଼ି ପାଉଁଶ ହୋଇ ଯାଇଥିବାରୁ ଜଳ ଯୋଗାଣ ପ୍ରକଳ୍ପ ପାଇଁ ପାଇପ ବିଛା କାମ ବିଳମ୍ବ ହେବା ଆଶଙ୍କା ମଧ୍ୟ ଦେଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos