ଗର୍ଜିଲେ ଯୁକ୍ତ ୨ ଛାତ୍ରଛାତ୍ରୀ, କହିଲେ-ପରୀକ୍ଷା ବାତିଲ କର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନରେ ଗର୍ଜିଲେ ଯୁକ୍ତ ୨ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ। ଅଫଲାଇନ୍‌ ବୋର୍ଡ ପରୀକ୍ଷା ବାତିଲ ଦାବିରେ ରାଜରାସ୍ତାରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କଲେ ଶତାଧୀକ ଛାତ୍ରଛାତ୍ରୀ। ଏହାପରେ ନବୀନ ନିବାସ ମୁହାଁ ହେବା ବେଳେ ମାଷ୍ଟର କ୍ୟାଣ୍ଟିନଠାରେ ପୁଲିସ୍‌ ସହ ମୁହାଁମୁହିଁ ବି ହେଲେ। ସୂଚନାଯୋଗ୍ୟ,  କିଛି ଦିନ ପୂର୍ବେ ମାଟ୍ରିକ ଓ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ପ୍ରସ୍ତୁତ ରହିବାକୁ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ କହିଥିବା ବେଳେ […]

strike

strike

Niharika Rout
  • Published: Thursday, 27 January 2022
  • Updated: 27 January 2022, 03:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନରେ ଗର୍ଜିଲେ ଯୁକ୍ତ ୨ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ। ଅଫଲାଇନ୍‌ ବୋର୍ଡ ପରୀକ୍ଷା ବାତିଲ ଦାବିରେ ରାଜରାସ୍ତାରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କଲେ ଶତାଧୀକ ଛାତ୍ରଛାତ୍ରୀ। ଏହାପରେ ନବୀନ ନିବାସ ମୁହାଁ ହେବା ବେଳେ ମାଷ୍ଟର କ୍ୟାଣ୍ଟିନଠାରେ ପୁଲିସ୍‌ ସହ ମୁହାଁମୁହିଁ ବି ହେଲେ।

ସୂଚନାଯୋଗ୍ୟ,  କିଛି ଦିନ ପୂର୍ବେ ମାଟ୍ରିକ ଓ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ପ୍ରସ୍ତୁତ ରହିବାକୁ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ କହିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଯୁକ୍ତ ୨ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ।   କୋଭିଡ ଆରମ୍ଭ ସମୟରେ କଲେଜରେ ପାଦ ଥାପିଥିବା ଏହି ପିଲାଙ୍କର କରୋନା ଯୋଗୁ ପାଠପଢ଼ା ଖୁବ୍‌ ବାଧାପ୍ରାପ୍ତ ହୋଇଛି। ଏପରିକି ମାସ ମାସ ଧରି ଅନଲାଇନ୍‌ କ୍ଲାସ୍‌ କରିଛନ୍ତି ଏହି ପିଲା ।

କୋଭିଡ ଥମିବା ପରେ ଗତ ବର୍ଷ ମାସ ୫,୬ ମାସ ପାଇଁ କଲେଜ ଖୋଲିଥିବା ବେଳେ ୩ ମାସରେ ୩ଟି କ୍ୱାର୍ଟର ପରୀକ୍ଷା ହେଲା।  ଅବଶିଷ୍ଟ ୩ ମାସ ପାଠ ପଢ଼ା ହୋଇଥିବା ବେଳେ ସେଥିରେ କ’ଣ ବର୍ଷକର ପାଠ ସରିଗଲା ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ। ଯଦି ସରିଗଲା, ତେବେ ଗୋଟିଏ ଗୋଟିଏ ସେମିଷ୍ଟାର ପାଠପଢ଼ା ପାଇଁ କାହିଁକି ୬ ମାସ ଲାଗୁଛି ବୋଲି ପ୍ରଶ୍ନ ବି ପଚାରିଛନ୍ତି।

[caption id="attachment_709389" align="aligncenter" width="650"]protest- ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଛାତ୍ରଛାତ୍ରୀ।[/caption]

ଏନେଇ ନିଜ ଯୁକ୍ତି ରଖି ପିଲାମାନେ କହିଛନ୍ତି, କୋଭିଡ କଟକଣାରେ ଯଦି ମଲ୍‌, ବାର୍‌ ଖୋଲିପାରୁଛି ତେବେ କଲେଜ ଖୋଲିଲେ ଅସୁବିଧା କ’ଣ । ଏ ଯାଏ କୋର୍ସ ଶେଷ ହୋଇନି। ତେଣୁ ପରୀକ୍ଷା କିପରି ହେବ ।

ଏହାବାଦ ଜଣେ ଛାତ୍ରୀ କହିଛନ୍ତି, ଆମର ୩ଟି କ୍ୱାର୍ଟର ପରୀକ୍ଷା ହୋଇଛି। ଆମକୁ ସେହି ଆଧାରରେ ମାର୍କ ଦିଆଯାଉ । ଯେଉଁମାନେ ସନ୍ତୁଷ୍ଟ ନାହାନ୍ତି ସେମାନେ ପରୀକ୍ଷା ଦେଇପାରନ୍ତି।  ଯଦି ଅନଲାଇନ୍‌ କ୍ଲାସ କରିଛ, ତା’ ହେଲେ ପରୀକ୍ଷା କାହିଁକି ଅଫଲାଇନ୍‌।

[caption id="attachment_709390" align="aligncenter" width="650"]protest ଜଣେ ଛାତ୍ରଙ୍କୁ ପୁଲିସ୍‌ କାବୁ କରିବାକୁ ଚେଷ୍ଟା କରୁଛି।[/caption]

ଆମେ କଣ ଅନଲାଇନ୍‌ କ୍ଲାସ କରିବାକୁ ଆଡମିଶନ କରିଥିଲୁ। ପରୀକ୍ଷା ଦେଲେ ଆମେ ଫେଲ୍‌ ହୋଇ ଘରେ ବସିବୁ। କାରଣ ଆମର ଫଣ୍ଡାମେଣ୍ଟାଲ କ୍ଲିଅର ହୋଇନି । ତା’ଠୁ ଭଲ ପରୀକ୍ଷା ନ ଦେଇ ଘରେ ବସିବୁ। କ୍ଲାସ ରୁମ୍‌ରେ ବସି ଆମେ ପରୀକ୍ଷା ଦେଇପାରିବୁନି ।

ଏହାବାଦ ଅନ୍ୟ ଜଣେ ଛାତ୍ର କହିଛନ୍ତି, ପ୍ଲସ ଟୁ ପ୍ରଥମ ବର୍ଷ ୮ ମାସ ଅନଲାଇନ୍‌ କ୍ଲାସ କଲୁ। ପ୍ରଥମ ବର୍ଷ ପରୀକ୍ଷା କଲେନି। ତେଣୁ ୩ ଘଣ୍ଟା କ୍ଲାସରେ ବସି ପରୀକ୍ଷା ଦେବାର ଟଙ୍କାକର ଅନୁଭୂତି ନାହିଁ। ପୁଣି ଦ୍ୱିତୀୟ ବର୍ଷ ଆରମ୍ଭ ହେଉ ହେଉ କରୋନା। ଏହାପରେ ୨ ମାସରେ ୭୦% କୋର୍ସ ସାରିଦେଲେ। ଅତି କମ୍‌ରେ ୩ ମାସ ରିଭିଜନ ପାଇଁ ଦରକାର।

[caption id="attachment_709393" align="aligncenter" width="650"]protest ରାଜଧାନୀରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ।[/caption]

ଏଥିସହ ସେ କହିଛନ୍ତି, କୋର୍ସ ସରିନି । ପରୀକ୍ଷା କିପରି ଦେବୁ । ୩ଟି କ୍ୱାର୍ଟର ପରୀକ୍ଷା ହୋଇଛି। ତାହାକୁ ଆଧାର କରି ମାର୍କ ଦେବେ ବୋଲି କହିଥିଲେ। ଏବେ କହୁଛନ୍ତି ଅଫଲାଇନ୍‌ ପରୀକ୍ଷା କରିବେ।

ବିଭିନ୍ନ ସ୍ଲୋଗାନ ଦେଇ ଶତାଧୀକ ଛାତ୍ରଛାତ୍ରୀ ନବୀନ ନିବାସ ମୁହାଁ ହୋଇଥିବା ବେଳେ ସେମାନଙ୍କୁ ଅଟକାଇଥିଲା ପୁଲିସ୍‌। ଫଳରେ କିଛି ସମୟ ପାଇଁ ମୁହାଁମୁହିଁ ହୋଇଥିଲେ ପୁଲିସ୍‌ ଓ ଆନ୍ଦୋଳନକାରୀ ଛାତ୍ରଛାତ୍ରୀ। ହେଲେ ଛାତ୍ରଛାତ୍ରୀ ନିଜ ଜିଦ୍‌ରେ ଅଟଳ ଥିବା ବେଳେ ଏ ନେଇ ଗଣ ଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନି।

https://youtu.be/CntV6ZPd9IQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story