Advertisment

ସରି, ଭଲରେ ଥାଅ ପିଲେ....ବାଏ.. ମୃତ୍ୟୁ ପୂର୍ବରୁ ଏମିତି କାହିଁକି ଲେଖିଲେ ଛାତ୍ରୀ?

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ। ବିରୋଧୀ ରାଜରାସ୍ତା ହୋ ହଲ୍ଲା କରୁଛନ୍ତି। ଠିକ୍‌ ସେହି ସମୟରେ ଆଉ ଏକ କଲେଜରେ ଜଣେ ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ପୁଲିସ ସୁଇସାଇଡ୍‌ ନୋଟ୍‌ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆସନ୍ତୁ […]

author-image
Manoranjan Sial
ଅଦ୍ୟତନ ହୋଇଛି
ସରି, ଭଲରେ ଥାଅ ପିଲେ....ବାଏ.. ମୃତ୍ୟୁ ପୂର୍ବରୁ ଏମିତି କାହିଁକି ଲେଖିଲେ ଛାତ୍ରୀ?

Asa Meher

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ। ବିରୋଧୀ ରାଜରାସ୍ତା ହୋ ହଲ୍ଲା କରୁଛନ୍ତି। ଠିକ୍‌ ସେହି ସମୟରେ ଆଉ ଏକ କଲେଜରେ ଜଣେ ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ପୁଲିସ ସୁଇସାଇଡ୍‌ ନୋଟ୍‌ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଆସନ୍ତୁ ନଜର ପକାଇବା ପୂରା ଘଟଣା ଉପରେ। ବରଗଡ଼ ଜିଲ୍ଲା ଦହେତା ଗାଁର ମହିରାମ ମେହେରଙ୍କ ଏକମାତ୍ର ଝିଅ ହେଉଛନ୍ତି ଅଶା ମେହେର। ସେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ସକମା ସ୍ଥିତ ୟୁବୋଦୟ କଲେଜରେ ଯୁକ୍ତଦୁଇ ଦ୍ୱିତୀୟ ବର୍ଷରେ ପାଠ ପଢୁଥିଲେ। ମଙ୍ଗଳବାର ହଠାତ ତାଙ୍କ ଘରକୁ କଲେଜରୁ ଖବର ଆସିଲା। ତାଙ୍କ ଝିଅ ଆଶା ଗୁରୁତର ହୋଇପଡ଼ିଛି। ଝିଅ ଅସୁସ୍ଥ ଖବର ଶୁଣି ବିଚଳିତ ହୋଇପଡ଼ିଥିଲେ ପରିବାର ଲୋକେ।

ବାପା ମହିରାମ ଓ ମାଆ ସନ୍ଧ୍ୟା ବେଳେ କଲେଜକୁ ଧାଇଁ ଯାଇଥିଲେ। ସେତେବେଳକୁ ହଷ୍ଟେଲ ଭିତରେ ଥିବା ସିଲିଂ ଫ୍ୟାନରେ ଝୁଲୁଥିଲା  ଝିଅର ମୃତଦେହ। ମୃତ ଆଶାଙ୍କ ହାତରେ କଟାଦାଗ ଥିବା ବେଳେ ବ୍ୟାଣ୍ଡେଜ ଲଗିଥିଲା। ଆଶା ଝୁଳିପଡ଼ିଥିବା ସିଲିଂଫ୍ୟାନର ପତି ବଙ୍କା ହୋଇନଥିଲା। ଏସବୁକୁ ଦେଖିଲେ ଆଶାକୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment

ସେପଟେ କଲେଜ କର୍ତ୍ତୃପପକ୍ଷ ପୁଲିସକୁ ଖବର ଦେବା ପରେ ବଲାଙ୍ଗିର ଏସ୍‌ଡିପିଓ, ଲୋଇସିଂହା ପୁଲିସ ଓ ସାଇଣ୍ଟିଫିକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛନ୍ତି। ମୃତ ଆଶାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି। ପୁଲିସ ସୁଇସାଇଡ୍‌ ନୋଟ୍‌କୁ ଜବତ କରିଛି। ଯେଉଁଥିରେ ବଡ଼ ବଡ଼ ଅକ୍ଷରରେ-"ସରି, ଭଲରେ ଥାଅ ପିଲେ....ବାଏ.." ଲେଖାଯାଇଥିବା ପୁଲିସ କହିଛି। ତେବେ ସୁଇସାଇଡ୍‌ ନୋଟ୍‌ଟି ଆଶାଙ୍କର କି ନୁହେଁ, ତାହା ଫୋରନସିକ ପରୀକ୍ଷା ପରେ ଜଣାପଡିବ ବୋଲି ପୁଲିସ କହିଛି।

ମଙ୍ଗଳବାର ରାତିରେ କଲେଜରେ ଜଣେ ଛାତ୍ରୀ ଝୁଲି ପଡ଼ିଥିବା ଖବର ପ୍ରଚାରିତ ହେବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ୍‌ ଜମିଥିଲା। ମାତ୍ର କଲେଜରେ ପଶିବାକୁ ଦିଆଯାଇନଥିଲା। ଗେଟ୍‌ରେ ଜଗିଥିବା ସିକ୍ୟୁରିଟି ଗାର୍ଡ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ମୃତ ଝିଅଙ୍କ ପରିବାର ଲୋକେ ହଂଗାମା କରିବା ପରେ ଗଣମାଧ୍ୟମକୁ ଭିତରକୁ ଯିବାକୁ ଦିଆଯାଇଥିଲା। ପୁଲିସ ରାତି ୧୨ ଟାରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ହତ୍ୟା ଅଭିଯୋଗ ଆଣିଥିବାରୁ ପୂରା ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି। ସେପଟେ ତଦନ୍ତରୁ ସବୁକିଛି ଜଣାପଡିବ ବୋଲି କହିଛନ୍ତି କଲେଜ କର୍ତ୍ତୃପକ୍ଷ।

Suicide